Advertisment

ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ଚେଷ୍ଟା ଚଲାଇଛି ତାଲିବାନ୍‌

ଆଫଗାନିସ୍ତାନ ଦଖଲ ପରେ ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ତାଲିବାନର ଫନ୍ଦିଫିକର ଚାଲିଛି। ବିଶ୍ୱ ନିକଟରେ ନିଜର ଭିନ୍ନ ଚେହେରା ଉପସ୍ଥାପନ ଚେଷ୍ଟାରେ ରହିଛି ଏହି ଆତଙ୍କୀ ସଂଗଠନ ।

ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ଚେଷ୍ଟା ଚଲାଇଛି ତାଲିବାନ୍‌

Taliban Afghanistan

Advertisment

କାବୁଲ: ଆଫଗାନିସ୍ତାନ ଦଖଲ ପରେ ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ତାଲିବାନର ଫନ୍ଦିଫିକର ଚାଲିଛି। ବିଶ୍ୱ ନିକଟରେ ନିଜର ଭିନ୍ନ ଚେହେରା ଉପସ୍ଥାପନ ଚେଷ୍ଟାରେ ରହିଛି ଏହି ଆତଙ୍କୀ ସଂଗଠନ । ଗଣମାଧ୍ୟମରେ ତାଲିବାନ ନେତା ସର୍ବଜନ ଆଦୃତ ସରକାରର ସ୍ଲୋଗାନ ଦେବା ସହ ସର୍ତ୍ତ ଭିତ୍ତିକ ମହିଳା ଅଧିକାର କଥା ବି କହୁଛନ୍ତି। ପ୍ରତିଶୋଧକୁ ମନରୁ ପୋଛି ସର୍ବକ୍ଷମା ଘୋଷଣା କଥା ବି ଦୋହରାଉଛନ୍ତି। ତେବେ ସେମାନଙ୍କ ଉଚ୍ଚାରଣ ଓ ଆଚରଣରେ ସାମଞ୍ଜସ୍ୟ ନଥିବାରୁ ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି। ଏପଟେ ସଂଗଠନକୁ ସ୍ୱୀକୃତି ଦିଆଯିବ ନାହିଁ କି କୌଣସି ଆଲୋଚନା ହେବ ନାହିଁ ବୋଲି ୟୁରୋପୀୟ ସଂଘ ସ୍ପଷ୍ଟ କରିଦେଇଛି।

Advertisment

ଆଫଗାନିସ୍ତାନ ଦଖଲ ପରେ ସାରା ବିଶ୍ୱ ଆଗରେ ନିଜ ଚେହେରା ବଦଳାଇବାକୁ ତାଲିବାନର ପ୍ରଚେଷ୍ଟା ଜାରି ରହିଛି। ସଂଗଠନ କହିଛି, କାବୁଲରେ ଗଠନ ହେବ ଉତ୍ତମ ସରକାର। ସବୁ ବର୍ଗର ଲୋକଙ୍କ ହିତକୁ ଦିଆଯିବ ଗୁରୁତ୍ୱ, ସମସ୍ତଙ୍କୁ ନେଇ ଚାଲିବ ନୂଆ ସରକାର। ବର୍ତ୍ତମାନ ଯେଉଁ ଅସ୍ଥିରତା ଦେଖା ଦେଇଛି, ତାର ସମାଧାନ ଓ ଲୋକଙ୍କ ସୁରକ୍ଷା ପାଇଁ ପୂର୍ବ ସରକାରର ଗଭର୍ଣ୍ଣର ଓ ବ୍ୟୁରୋକ୍ରାଟଙ୍କ ସହ ଆଲୋଚନା ଲାଗି ରାଜି ବୋଲି କହିଛି ତାଲିବାନ। କାବୁଲରୁ ଯେଉଁଭଳି ଲୋକେ ପଳାୟନ କରୁଛନ୍ତି, ସେଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି ତାଲିବାନ ସାଂସ୍କୃତିକ କମିଶନର ମୁଖ୍ୟ ଅବଦୁଲ ବଲ୍ଖି। ତା ସହିତ ସେ ସ୍ପଷ୍ଟ କରିଛନ୍ତି, ତାଲିବାନ ଆତଙ୍କବାଦୀ ସଂଗଠନ ନୁହେଁ ।

Advertisment

ଆଗରୁ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ପ୍ରତିଶ୍ରୁତି ଦେଇଥିଲେ, ପୂର୍ବ ସରକାରର କାହାକୁ ଟାର୍ଗେଟ କରାଯିବନି। ତଥାପି ଏ ସଂଗଠନ ପ୍ରତିଶୋଧପରାୟଣ ହେଉଥିବା ଖବର ଉପରେ ଅବଦୁଲ ବଲ୍ଖି କହିଛନ୍ତି, ତାଲିବାନ ପାଇଁ ସର୍ବାଗ୍ରେ ଶୃଙ୍ଖଳା ଯଦି କିଏ ଏପରି କରୁଥିବ, ତାକୁ କଡ଼ା ଦଣ୍ଡ ମିଳିବ। ମହିଳାଙ୍କ ପ୍ରତି ମଧ୍ୟ ଟିକେ ନରମ ମନୋଭାବ ଦେଖାଇ ସେ କହିଛନ୍ତି, ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମହିଳା କାମ କରିବେ କିନ୍ତୁ ସରିଆ ନିୟମ ଭିତରେ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଛନ୍ତି।

Advertisment

ଏହାରି ମଧ୍ୟରେ ସଂଗଠନ ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦ୍ଦୁଲ ଘନି ବରାଦର କାବୁଲରେ ପହଞ୍ଚିଛନ୍ତି। ତେବେ ତାଲିବାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ଓ ପୂର୍ବତନ ତାଜିକ୍ କମାଣ୍ଡର ଅହମଦ ଶାହା ମସୁଦଙ୍କ ପୁଅ ଅହମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦର୍ଣ୍ଣ ଆଲାଏନ୍ସ ତାଲିବାନ ବିରେଧୀ ଏହି ଗୋଷ୍ଠୀ ୩ଟି ଜିଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି। ତେବେ ତାଲିବାନ ମସୁଦଙ୍କୁ ମନାଇବାକୁ ଭିତିରିଆ ଉଦ୍ୟମ କରୁଥିବାର ଖବର ଆସିଛି। ସେପଟେ ତାଲିବାନକୁ ସ୍ୱୀକୃତି ଦିଆଯିବ ନାହିଁ କି ତାଲିବାନ ସହ କୌଣସି ଆଲୋଚନା କରାଯିବା ନାହିଁ ବୋଲି ୟୁରୋପୀୟ ସଂଘ ସ୍ପଷ୍ଟ କରିଦେଇଛି।

Afghanistan Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ