Advertisment

ଅମରୁଲ୍ଲାଙ୍କ ଟ୍ୱିଟ୍‌ର ବାର୍ତ୍ତାକୁ ଡରୁଛି କି ତାଲିବାନ?

ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ ଏହି ଅଂଚଳକୁ ସେ କବଜା କରିବ ସେନେଇ ଚିନ୍ତାରେ ଅଛି ତାଲିବାନ।

ଅଦ୍ୟତନ ହୋଇଛି
taliban-stops-internet

taliban-stops-internet

Advertisment

କାବୁଲ: ଧୀରେ ଧୀରେ ଉଗ୍ର ହେଉଛି ତାଲିବାନ୍‌। ଗୋଟିଏ ପରେ ଗୋଟିଏ ହରକତ୍‌ ହିଁ ତାଲିବାନର ଅସଲ ମୁଖା ପୂରା ବିଶ୍ୱ ଦେଖୁଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ, ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟର ବନ୍ଦ କରିବାକୁ ଚକ୍ରାନ୍ତ କରିଛି ତାଲିବାନ। ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ ଏହି ଅଂଚଳକୁ ସେ କବଜା କରିବ ସେନେଇ ଚିନ୍ତାରେ ଅଛି ତାଲିବାନ।

Advertisment

ଏଠାରେ ସୂଚନା ଦେଉଛୁ କି, ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ବର୍ତ୍ତମାନ ସୁଦ୍ଧା ତାଲିବାନ କବଜାକୁ ଯାଇନାହିଁ। ଆଫଗାନିସ୍ତାନର ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାକୁ ନିଜ ଦଖଲରେ ରଖିଛନ୍ତି। ତେବେ ଇଂଟରନେଟ୍‌ କେବେ ସୁଦ୍ଧା ଚାଲିବ ସେନେଇ କୌଣସି ସୂଚନା ବି ଦିଆଯାଇନାହିଁ।

Advertisment

ସେପଟେ, କିଛି ଦିନ ତଳେ ଅହମ୍ମଦ ମାସୁଦଙ୍କ ମୁଖପାତ୍ର କହିଥିଲେ ଯେ, ତାଲିବାନ ସହିତ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଦେଶରେ ଶାନ୍ତି ବଜାୟ ରକ୍ଷା ପାଇଁ କେବଳ ଆଲୋଚନା ଜାରି ରହିଛି। ତାଲିବାନ୍ ବିରୋଧୀ ଅନେକ ଲୋକ ଏହି ପଞ୍ଜଶିରରେ ଏକାଠି ହୋଇଛନ୍ତି | ଆଫଗାନିସ୍ତାନର କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶୀର ଉପତ୍ୟକାରେ ଉପସ୍ଥିତ ରହି ସେଠାରୁ ତାଲିବାନକୁ ଚ୍ୟାଲେଞ୍ଜ କରୁଛନ୍ତି।

ସେପଟେ, ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ