Advertisment

ଶୀତ ପାଇଁ ଭୟରେ ତାଲିବାନ୍ ସରକାର : ସାହାଯ୍ୟ କରିବାକୁ ବିଶ୍ୱ ସମୁଦାୟ ନିକଟରେ ଗୁହାରୀ

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍

ଅଦ୍ୟତନ ହୋଇଛି
winter

winter

Advertisment

କାବୁଲ : ଶୀତକୁ ଦୃଷ୍ଟିରେ ରଖି ଭୟରେ ତାଲିବାନ୍ ସରକାର । ଜନ ସାଧାରଣକୁ ଥରାଇବ ହାଡ଼ଭଙ୍ଗା ଜାଡ଼ । ସାହାଯ୍ୟ କରିବାକୁ ବିଶ୍ୱ ନିକଟରେ ଗୁହାରୀ ଜଣାଇଛନ୍ତି । ଆଫଗାନିସ୍ତାନରେ ଭୟଙ୍କର ହୁଏ ଶୀତ । ବିନା ଗରମ ପୋଷାକରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ । ଶୀତ ଦିନେ ଆଫଗାନର ଅନେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ଡିଗ୍ରୀରୁ କମ୍ ଥାଏ । ବର୍ତ୍ତମାନ ଦେଶ ଚଳାଇବା ପାଇଁ ସମ୍ବଳ ଏବଂ ଅର୍ଥର ଅଭାବ ରହିଥିବା ବେଳେ ଶୀତର ସାମ୍ନା କରିବାକୁ ଡରୁଛନ୍ତି ତାଲିବାନୀ ।

Advertisment

ବନ୍ଧୁକ ମୁନରେ ଦେଶକୁ ଦଖଲ କରିବା ପରଠାରୁ ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଆଫଗାନିସ୍ତାନର ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି । ତାଲିବାନ ନିକଟରେ ଶକ୍ତି ଅଛି, କିନ୍ତୁ ସମ୍ବଳ ନାହିଁ । ସେଥିପାଇଁ ଶୀତ ଋତୁର ସାମ୍ନା କପରି କରିବେ, ସେଥିପାଇଁ ଚିନ୍ତାରେ ତାଲିବାନ୍ ସରକାର ।

ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନ ଅର୍ଥନୈତିକ ଏବଂ ମାନବିକ ସଙ୍କଟର ସମ୍ମୁଖୀନ ହୋଇଛି । ଏପରିକି ଅନେକ ଲୋକଙ୍କ ପାଖରେ ଖାଦ୍ୟ କିମ୍ବା ପୋଷାକ ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ଶୀଘ୍ର ଅନ୍ତର୍ଜାତୀୟ ସମୁଦାୟକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛି ।

Advertisment

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନର ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍ । ସୁହେଲ ଶାହିନ୍ ଟ୍ୱିଟ୍ କରି କହିଛନ୍ତି, "ଶୀତ ପାଖେଇ ଆସୁଛି, ତେଣୁ ଜରୁରୀକାଳୀନ ଭିତ୍ତିରେ ଆଫଗାନିସ୍ତାନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ସାହାଯ୍ୟ କରିବା ଆବଶ୍ୟକ । ଗରିବ ଲୋକଙ୍କୁ ଜାଡ଼ରୁ ବଞ୍ଚାଇବା ପାଇଁ ଭର୍ଚୁଆଲ୍ ୨୦ ଶିଖର ସମ୍ମିଳନୀରେ ଅନ୍ୟ ଦେଶମାନେ ସହଯୋଗ କରନ୍ତୁ ବୋଲି ଅପିଲ କରିଛନ୍ତି ।

Advertisment

ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ସରକାର ଏଜେନ୍ସି ଏବଂ ଏନଜିଓ ମାଧ୍ୟମରେ ଗରିବ ଲୋକଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବାକୁ ପ୍ରସ୍ତୁତି ଚଳାଇଛି ବୋଲି କହିଛନ୍ତି ବୋଲି ତାଲିବାନ ମୁଖପାତ୍ର । ଶୀତକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା । ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି ।

Afghanistan Winter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ