Advertisment

ଖୋଲୁଛି ତାଲିବାନର ପୋଲ୍‌- ‘ଘରେ ପଶି ଛାନ୍‌ଭିନ୍‌, ଲୋକଙ୍କୁ ଧମକ, ମହିଳାଙ୍କୁ ୱାର୍କ ଫ୍ରମ୍‌ ହୋମ୍‌’

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ଖୋଲୁଛି ତାଲିବାନର ପୋଲ୍‌- ‘ଘରେ ପଶି ଛାନ୍‌ଭିନ୍‌, ଲୋକଙ୍କୁ ଧମକ, ମହିଳାଙ୍କୁ ୱାର୍କ ଫ୍ରମ୍‌ ହୋମ୍‌’

Taliban's

Advertisment

କାବୁଲ: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି। ତାଲିବାନର କାବୁଲ ଦଖଲ ପରେ ଭାରତ ସରକାର ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ବନ୍ଦ କରିବା ସହ ସମସ୍ତ କର୍ମଚାରୀଙ୍କୁ ଫେରାଇ ଆଣିଥିଲେ। ପୂର୍ବରୁ ତାଲିବାନ ଭାରତ ସହ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଥିଲା।

Advertisment

ଅନ୍ୟପକ୍ଷେ, ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ। ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି, ସେମାନଙ୍କୁ ଚେତାବନୀ ଦେବା ସହ ତାଲିବାନ ହତ୍ୟା କରୁଥିବା ସୂଚନା ମିଳିଛି। ତାଲିବାନ ବିରୋଧରେ ପ୍ରକାଶ ପାଉଥିବା ଖବର ପ୍ରସାରଣ ବନ୍ଦ କରିବାକୁ ଏହି ଆତଙ୍କବାଦୀ ସଂଗଠନ ଅଣ୍ଟା ଭିଡ଼ିଛି। ଆଫଗାନୀ ଇମାମଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।

୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ କ୍ଷମତା ଡୋରି ହାତକୁ ଆଣିବା ପରେ ତାଲିବାନ ପକ୍ଷରୁ ପ୍ରଥମ ପ୍ରେସ୍‌ କନ୍‌ଫରେନ୍ସ କରାଯାଇଥିଲା। ପ୍ରେସ କନ୍‌ଫରେନ୍ସରେ କୁହାଯାଇଥିଲା, ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବାପାଇଁ ତାଲିବାନ ପ୍ରତିବଦ୍ଧ। ତେବେ ଆଫଗାନିସ୍ତାନକୁ କବ୍‌ଜା କରିବାର କିଛି ଦିନ ନ ହେଉଣୁ ତାଲିବାନୀଙ୍କର ପ୍ରତିଶ୍ରୁତି ଓ ଏହାକୁ କାର୍ଯ୍ୟକାରୀ କରିବା ଭିତରେ ଅନେକ ଫରକ୍‌ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ମାଡ଼ ମରାଯାଉଛି ତ ଆଉ କାହା ଘର ଉପରେ ଆକ୍ରମଣ କରାଯାଉଛି। ଏପରିକି ମହିଳାମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ଫେରାଇ ଦିଆଯାଉଛି। ଏସବୁ ଭିତରେ ଆଫଗାନିସ୍ତାନର ସାମ୍ବାଦିକମାନେ ତାଲିବାନୀ ଶାସନର ପୋଲ୍‌ ଖୋଲିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ମଧ୍ୟରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆଫଗାନିସ୍ତାନ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରାଯିବା ସହ ସେମାନଙ୍କର ଘର ଛାନ୍‌ଭିନ୍‌ କରାଯାଉଛି। ଆଫଗାନିସ୍ତାନର ଏକ ନ୍ୟୁଜ୍‌ ଏଜେନ୍ସିର ସୂଚନା ଅନୁସାରେ, ୧୮ ଜଣ ମହିଳା ରିପୋର୍ଟରଙ୍କୁ ଘରୁ କାମ କରିବା ପାଇଁ ତାଲିବାନ ପକ୍ଷରୁ କୁହାଯାଇଛି। ଯେପର୍ଯ୍ୟନ୍ତ ନୂଆ ସରକାର ଗଠନ ନହୋଇଛି ସେମାନଙ୍କୁ ଘରୁ କାମ କରିବା ପାଇଁ କୁହାଯାଇଛି। ଏପରିକି ମହିଳାମାନଙ୍କୁ ତାଲିବାନୀ ନିର୍ଯାତନା ଦେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତାଲିବାନର ଏହି ଅତ୍ୟାଚାର ବିରୋଧରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ସେହିପରି ଆଫଗାନିସ୍ତାନର ଜଣାଶୁଣା ଆଙ୍କର ଶବ୍‌ନମ୍‌ ଦାଭରାଂଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଫଗାନିସ୍ତାନକୁ କ୍ଷମତା ଡୋରି ହାତକୁ ଆଣିବା ପରେ ତାଲିବାନ ପ୍ରଥମ ପ୍ରେସ୍‌ କନ୍‌ଫରେନ୍ସରେ କହିଥିଲା, କାହାକୁ କାର୍ଯ୍ୟ କରିବା ପାଇଁ ରୋକ ଲଗାଯାଇ ପାରିବ ନାହିଁ। ହେଲେ ଏବେ ତାଲିବାନୀଙ୍କର କହିବା ଓ କରିବା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଲାଣି।

Afghanistan Taliban Attack Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ