Advertisment

୧୯୯୬ରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା ତାଲିବାନ

ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍‌ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା।

ଅଦ୍ୟତନ ହୋଇଛି
୧୯୯୬ରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା ତାଲିବାନ

then afghanistan president najibullah

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳି ଯାଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ। ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମେତ ଅନ୍ୟ ରାଜନୈତିକ ନେତା ଦେଶ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିବା ସୂଚନା ମିଳିଛି। କାନାଡା, ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ସେମାନଙ୍କର ନାଗରିକଙ୍କୁ ବିମାନରେ ଆଫଗାନିସ୍ତାନରୁ ସ୍ୱଦେଶ ଫେରାଇ ଆଣୁଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍‌ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା। 

Advertisment

ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ଥିଲେ। ଏହି ପାର୍ଟି କମ୍ୟୁନିଷ୍ଟ ବିଚାରଧାରା ଉପରେ ଆଧାରିତ ଥିଲା। ଯତେବେଳେ ଏହି ପାର୍ଟି ଶାସନ ଗାଦିକୁ ଆସିଥିଲା, ସେତେବେଳେ ଆଫିଗାନିସ୍ତାନରେ ଅନେକ ସାମାଜିକ ପରିବର୍ତ୍ତନ ଆସିଥିଲା। ମହିଳାଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରାଯିବା ସହ ଧର୍ମନିରପେକ୍ଷତାକୁ ନେଇ ଅନେକ ପଦକ୍ଷେପ ନିଆଯାଇଥିଲା। ଏସବୁ ପରେ ମଧ୍ୟ ଶାସକ ଦଳ ସହ ନାଗରିକଙ୍କ ଭଲ ପଡ଼ିନଥିଲା। ଯାହାକୁ ନେଇ ଲୋକମାନେ ଚିନ୍ତାରେ ଥିଲେ ଓ ଧୀରେ ଧୀରେ ସରକାରଙ୍କ ବିରୋଧରେ ଆଫଗାନିସ୍ତାନବାସୀ ନାରାବାଜି ଆରମ୍ଭ କରି ଦେଇଥିଲେ। ଏସବୁ ଭିତରେ ସରକାରଙ୍କ ବିରୋଧରେ ଲଢ଼ୁଥିବା ବିଦ୍ରୋହୀଙ୍କୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଥିଲା ଓ ୧୯୮୭ରେ ସୋଭିଏତ୍‌ ସଂଘ ସହାୟତାରେ ନଜୀବୁଲ୍ଲାହ ଆଫଗାନିସ୍ତାନର ରାଷ୍ଟ୍ରପତି ହୋଇଥିଲେ। 

ରାଷ୍ଟ୍ରପତି ହେବା ପରେ ନଜୀବୁଲ୍ଲାହ ଆଫଗାନିସ୍ତାନର ସମ୍ବିଧାନକୁ ପୁଣିଥରେ ଲେଖିବା ସହ ଦେଶର ନାଁ ବଦଳାଇ ରିପବ୍ଲିକ୍‌ ଅଫ୍‌ ଆଫଗାନିସ୍ତାନ ରଖିଥିଲେ। ତେବେ ୧୯୯୧ ଡିସେମ୍ବରରେ ସୋଭିଏତ୍‌ ସଂଘ ଭାଙ୍ଗି ଯାଇଥିଲା। ଏହାପରେ ନଜୀବୁଲ୍ଲାହଙ୍କୁ ମିଳୁଥିବା ସମସ୍ତ ପ୍ରକାର ସହାୟତା ବନ୍ଦ ହୋଇଯାଇଥିଲା। ଏହାପରେ ଜୀବନ ରକ୍ଷା ପାଇଁ ସେ ୧୯୯୬ ପର୍ଯ୍ୟନ୍ତ ଏକ କମ୍ପାଉଣ୍ଡରେ ଲୁଚିକି ରହିଥିଲେ। ଏହି ସମୟରେ ଆଫଗାନିସ୍ତାନରେ ତାଲିବାନ ଏହାର ରାଜ୍ ଆରମ୍ଭ କରି ଦେଇଥିଲା। ସେହି ସମୟରେ ତାଲିବାନକୁ ପାକିସ୍ତାନ ଓ ଆମେରିକା ଜରୁରୀ ସହାୟତା ପ୍ରଦାନ କରୁଥିଲେ। ଯେତେବେଳେ ତାଲିବାନ କାବୁଲକୁ କବ୍‌ଜା କରିଥିଲା, ଏହି ସମୟରେ ନଜୀବୁଲ୍ଲାହଙ୍କୁ ନିଜ ସାଙ୍ଗରେ ଯିବା ପାଇଁ କହିଥିଲା, ହେଲେ ନଜୀବୁଲ୍ଲାହ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଏହାପରେ ତାଲିବାନ ତାଙ୍କୁ ହତ୍ୟା କରି ଦେଇଥିଲା। ହତ୍ୟା ପରେ ନଜୀବୁଲ୍ଲାହଙ୍କୁ କାବୁଲର ଆରିୟାନା ଚୌକରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା। 

Advertisment

ନଜୀବୁଲ୍ଲାହଙ୍କୁ ହତ୍ୟା କରିବା ପୂର୍ବରୁ ଏକ ଟ୍ରକ୍‌ ପଛ ପଟେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଇଥିଲା। ଏହାପରେ ତାଙ୍କ ମୁଣ୍ଡରେ ଗୁଳି ଫୁଟାଇ ହତ୍ୟା କରାଯାଇଥିଲା। ଯେଉଁ ଖୁଣ୍ଟରେ ନଜୀବୁଲ୍ଲାହଙ୍କୁ ଝୁଲା ଯାଇଥିଲା, ସେହି ଖୁଣ୍ଟରେ ତାଙ୍କ ଭାଇ ସାହପୁର ଅହମଦଜାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment
Afghanistan Taliban Former Afghan President Najibullah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ