Advertisment

କ୍ୟାବିନେଟ୍ ବୈଠକରେ ମୁଲ୍ଲା ବରାଦରଙ୍କୁ ଧକ୍କା ମାରିଲେ ହକ୍କାନୀ

ପାକିସ୍ତାନୀ କାରାଗାରରେ ଆଠ ବର୍ଷ ବିତାଇଥିବା ବରାଦରଙ୍କୁ ଟ୍ରମ୍ପ ଶାସନ ସମୟରେ ମୁକ୍ତ କରାଯାଇଥିଲା। ଆଇଏସଆଇ ବରାଦରଙ୍କ ବଦଳରେ ମୁଲ୍ଲା ମହମ୍ମଦ ହାସନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। କାରଣ ଇସଲାମାବାଦ ସହିତ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ତାଙ୍କଠାରୁ ହକ୍କାନି ନେଟୱାର୍କ ପାଇଁ କୌଣସି ବିପଦ ମଧ୍ୟ ନାହିଁ।

ଅଦ୍ୟତନ ହୋଇଛି
Baradar vs Hakkani

Baradar vs Hakkani

Advertisment

କାବୁଲ: ତାଲିବାନ ସରକାରରେ ଫାଟ। ଆମେରିକା ସହ ସମ୍ପର୍କକୁ ନେଇ ଦୁଇ ଗୋଷ୍ଠୀ ଏବେ ମୁହାଁମୁହିଁ। କ୍ୟାବିନେଟ୍‌ ମିଟିଂରେ ବରାଦରଙ୍କୁ ଧକ୍କା ମାରିଲା ହକ୍କାନି। ଆଉ ପରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଏଥିରେ କିଛି ଅଙ୍ଗରକ୍ଷୀଙ୍କୁ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୋଟିଏ ପଟେ ତାଲିବାନ ଆଫଗାନିସ୍ତାନ ଦଖଲକୁ ନେଇ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ପଟେ ସରକାରରେ ଫାଟ  

Advertisment

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ନୂଆ ତାଲିବାନ ସରକାରରୁ ମୁଲ୍ଲା ବରାଦରଙ୍କୁ ଅଲଗା କରାଯାଇଛି। ତାଲିବାନ ସରକାର ଗଠନ ପରେ ମୁଲ୍ଲା ବରାଦର ସର୍ବସାଧାରଣଙ୍କ ପ୍ରତି ଉଦାରତା ମନୋଭାବ ଦେଖାଇବେ ବୋଲି ଆମେରିକା ଆଶା କରୁଥିଲା। ମୁଲ୍ଲା ଅବଦୁଲ ଘାନି ବରାଦରଙ୍କୁ ତାଲିବାନ ଗୋଷ୍ଠୀର ସର୍ବସାଧାରଣ ଚେହେରା ଭାବରେ ବିବେଚନା କରାଯାଏ। ସେ ସର୍ବଦା ଆମେରିକା ସହିତ ଶାନ୍ତି ବୁଝାମଣା ସପକ୍ଷରେ ରହିଥିଲେ। କିନ୍ତୁ ଏବେ ଏହାର ଅନ୍ତ ଘଟିଛି।

କ୍ୟାବିନେଟ୍‌ ମିଟିଂରେ କଣ ଘଟିଥିଲା?

ସେପ୍ଟେମ୍ବର ଆରମ୍ଭରେ ରାଷ୍ଟ୍ରପତି ଭବନରେ ତାଲିବାନ କ୍ୟାବିନେଟ ଗଠନର ଏକ ବୈଠକ ବସିଥିଲା। ଏଥିରେ ହକ୍କାନୀ ଗୋଷ୍ଠୀର ଜଣେ ନେତା ମୁଲ୍ଲା ବରାଦର ଉପରେ ଆକ୍ରମଣ କରିଥିଲେ। କ୍ୟାବିନେଟରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଯୁକ୍ତି ବାଢିଥିଲେ। ସେହି ମିଟିଂରେ ତାଲିବାନ ଅଣ ନେତା ଏବଂ ଅନୁସୂଚିତ ଜାତି ସଂଖ୍ୟାଲଘୁ ରହିଥିଲେ। ବୈଠକର ଏକ କଥାବାର୍ତ୍ତାରେ ଖଲିଲ୍ ଉର ରହମାନ ହକ୍କାନି ତାଙ୍କ ଚେୟାରରୁ ଉଠିଯାଇ ମୁଲ୍ଲା ବରାଦରଙ୍କୁ ଧକ୍କା ମାରିଥିଲେ।

Advertisment

ଏହାପରେ ହକ୍କାନି ଏବଂ ତାଲିବାନ ନେତାଙ୍କ ଅଙ୍ଗରକ୍ଷୀମାନେ ହଲରେ ପ୍ରବେଶ କରି ପରସ୍ପର ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିରେ କେତେକଙ୍କର ମୃତ୍ୟୁ ଘଟିଥିବା ବେଳେ କେତେକ ଗୁରୁତର ଆହତ ହୋଇଥିଲେ। ତେବେ ତାଲିବାନ ନେତାମାନେ ଏହି ଘଟଣାକୁ ଅସ୍ୱୀକାର କରିଆସୁଛନ୍ତି। ଏହି ସମୟରେ ବରାଦର୍ ନିଜ ଜୀବନ ରକ୍ଷା କରିବା ପାଇଁ କାନ୍ଦାହାର ପଳାଇ ଯାଇଥିଲେ। ସେଠାରେ ସେ ସୁପ୍ରିମୋ ନେତା ହାଇବତୁଲ୍ଲା ଅଖଣ୍ଡଜଡା (ପ୍ରଭାବଶାଳୀ ତାଲିବାନୀ ଧାର୍ମିକ ନେତା)ଙ୍କୁ ପୁରା ଘଟଣା ବିଷୟରେ କହିଥିଲେ।

କ୍ୟାବିନେଟରେ ହକ୍କାନି ପରିବାରର ଚାରୋଟି ପଦବୀ ରହିଛି। ଆମେରିକାର ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ସିରାଜୁଦ୍ଦିନ ହକାନୀଙ୍କୁ ତାଲିବାନ ଶାସନର କାର୍ଯ୍ୟକାରୀ ଗୃହମନ୍ତ୍ରୀ କରାଯାଇଥିଲା ଏବଂ ବରାଦରଙ୍କୁ ଉପପ୍ରଧାନମନ୍ତ୍ରୀ ପଦ ଦିଆଯାଇଥିଲା। ତାଲିବାନ ଏବଂ ହକାନି ନେଟୱାର୍କ ୨୦୧୬ରେ ମିଶିଥିଲେ। ସୂଚନାନୁସାରେ ଆଇଏସଆଇର ମୁଖ୍ୟ ସେହି ସମୟରେ କାବୁଲରେ ଉପସ୍ଥିତ ଥିଲେ ଏବଂ ବରାଦରଙ୍କ ତୁଳନାରେ ହକାନୀଙ୍କୁ ଅଧିକ ସମର୍ଥନ କରୁଥିଲେ।

Advertisment

ପାକିସ୍ତାନୀ କାରାଗାରରେ ଆଠ ବର୍ଷ ବିତାଇଥିବା ବରାଦରଙ୍କୁ ଟ୍ରମ୍ପ ଶାସନ ସମୟରେ ମୁକ୍ତ କରାଯାଇଥିଲା। ଆଇଏସଆଇ ବରାଦରଙ୍କ ବଦଳରେ ମୁଲ୍ଲା ମହମ୍ମଦ ହାସନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। କାରଣ ଇସଲାମାବାଦ ସହିତ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ତାଙ୍କଠାରୁ ହକ୍କାନି ନେଟୱାର୍କ ପାଇଁ କୌଣସି ବିପଦ ମଧ୍ୟ ନାହିଁ। କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ମୁଲ୍ଲା ବରାଦରଙ୍କ ନିଖୋଜ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତା’ପରେ ମୁଲ୍ଲା ବରାଦର ଅଡିଓ ରିଲିଜ୍ ଜାରି କରି ତାଙ୍କ ମୃତ୍ୟୁ ଖବରକୁ ଏକ ଗୁଜବ ବୋଲି କହିଥିଲେ।

Afghanistan Cabinet Meeting Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ