Advertisment

ଯେତେ ଲୁଚାଇଲେ ବି ଲୁଚୁନାହିଁ ତାଲିବାନ୍‌ର ଆତଙ୍କୀ କାର୍ଯ୍ୟ

ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ

ଅଦ୍ୟତନ ହୋଇଛି
Taliban

Taliban

Advertisment

କାବୁଲ: ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ। ପ୍ରେସ୍ ସ୍ୱାଧୀନତାର ଦ୍ୱାହି ଦେଉଥିବା ତାଲିବାନ କିଭଳି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କରିଛି ନିର୍ମମ ପ୍ରହାର ତାହା ସମସ୍ତଙ୍କ ସାମ୍ନାକୁ ଆସିସାରିଛି।

Advertisment

ମଙ୍ଗଳବାର କାବୁଲରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ବିକ୍ଷୋଭ ଶୋଭାଯାତ୍ରାର ଚିତ୍ର ଉତ୍ତୋଳନ କରିବା ଅବସରରେ ଗଣମାଧ୍ୟମ ପ୍ରତିନିଧି ନେମାତ ନାକ୍ଦି ଓ ଟାକି ଦର୍ୟବିଙ୍କ ଉପରେ ପଡିଥିଲା ଆତଙ୍କୀଙ୍କ କୋପ। ଦୃଷ୍ଟି ଉଭୟଙ୍କୁ ଟେକି ନେଇ ନିସ୍ତୁକ ପିଟଥିଲେ ତାଲିବାନ ଲଢାକୁ। ଆମେରିକୀୟ ସାମ୍ବାଦିକ ମାର୍କୋସ ୟମ୍ ଏହି ଫଟୋ ଟୁଇଟ୍ କରିବା ପରେ ବିଶ୍ୱବ୍ୟାପୀ ଉଦବେଗ ପ୍ରକାଶ ପାଇଛି। ଆମେନ୍ଷ୍ଟି ଇଣ୍ଟରନ୍ୟାସନାଲ ତାଲିବାନର ଏଭଳି କ୍ରୁର ବ୍ୟବହାରକୁ କଡ଼ା ଭାଷାରେ ନିନ୍ଦା ବି କରିଛି।

ମହିଳାଙ୍କ ଅଧିକାର ସୁରକ୍ଷିତ କରିବ ବୋଲି କହିଥିଲା ସଂଗଠନ। ତେବେ ଅନ୍ତରୀଣ ସରକାରରେ ଜଣେ ହେଲେ ବି ମହିଳାଙ୍କୁ ସ୍ଥାନ ନମିଳିବା ପୁଣି ଥରେ ତାଲିବାନ ଚଞ୍ଚକତାର ମୁଖା ଖୋଲିଛି। ଅନ୍ୟପକ୍ଷରେ ମହିଳାମାନେ କୌଣସି କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଛି। ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଛାଡିଦେଲେ ମହିଳା ଅନ୍ୟ କୌଣସି କ୍ଷେତ୍ରରେ କାର୍ଯ୍ୟ କରିପାରିବେ ନାହିଁ କି ଉଚ୍ଚ ସରକାରୀ ପଦକୁ ଯାଇପାରିବେ ନାହିଁ ବୋଲି ପର୍ବରୁ କହିଥିଲା ତାଲିବାନ।

Advertisment

ଏଥିସହିତ ଶିକ୍ଷାନୁଷ୍ଠାନରେ ପରଦା ପକାଇ ଛାତ୍ରୀମାନଙ୍କୁ ଛାତ୍ରଙ୍କଠାରୁ ଅଲଗା ହୋଇ ବସିବାକୁ ବି ନିର୍ଦ୍ଦେଶନାମା ଜାରି କରଛି। ଗତ ଥର ଭଳି ଏଥର ବି ବଳ ପ୍ରୟୋଗ କରି ମହିଳାଙ୍କୁ ଚପାଇ ଦେବାକୁ ଚେଷ୍ଟା କରୁଛି ତାଲିବାନ। ନିର୍ଦ୍ଦୟ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ପିଟୁଛନ୍ତି ତାଲିବାନ ଲଢାକୁ। ବ୍ଲାଙ୍କ ଫାୟାରିଂ କରି ଘଉଡାଇ ଦେବାକୁ ଚେଷ୍ଟା ବି କରୁଛନ୍ତି। ତେବେ ତାଲିବାନର ନାଲିଆଖି ଆଗରେ ମୁଣ୍ଡ ନୋଇଁବେ ନାହିଁ ବୋଲି ମହିଳାମାନେ ପଣ କରିଛନ୍ତି। ହେରାତ୍ ପରେ କାବୁଲରେ ମଙ୍ଗଳବାର ହୋଇଥିବା ପ୍ରତିବାଦ ରାଲିରୁ ଆଫଗାନ୍ ମହିଳାଙ୍କ ସାହସ ଓ ଦୃଢତାର ପ୍ରମାଣ ମିଳିଥିବା ବେଳେ ବିଶ୍ୱବ୍ୟାପୀ ତାର ପ୍ରଶଂସା କରାଯାଉଛି। ଆଫଗାନ ମହିଳାଙ୍କ ଦାମ୍ଭିକତା ଆଗାମୀ ଦିନରେ ଆତଙ୍କୀ ସଂଗଠନ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି। ତେବେ କଥା ଗୋଟେ କାମ ଗୋଟେ ତାଲିବାନ କରୁଥିବା ନେଇ ଏବେ ପ୍ରମାଣିତ ହୋଇଛି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ