Advertisment

ତାଲିବାନକୁ ଆଣବିକ ଅସ୍ତ୍ର ଦେବ ପାକିସ୍ତାନ !

ତାଲିବାନକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେତେବେଳେ ନିଜ ଶାସନ ପାଇଁ ତ କେତେବେଳେ ନିଜ ମନ୍ତ୍ରୀମାନଙ୍କର କାର୍ଯ୍ୟ ପାଇଁ ତାଲିବାନ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଲିବାନ ହାତରେ ଲାଗିପାରେ ଅଣୁ ଅସ୍ତ୍ର। ଏମିତି ଏକ ସଙ୍ଗୀନ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଅଦ୍ୟତନ ହୋଇଛି
nuclear weapons

nuclear weapons

Advertisment

ନୂଆଦିଲ୍ଲୀ: ତାଲିବାନକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେତେବେଳେ ନିଜ ଶାସନ ପାଇଁ ତ କେତେବେଳେ ନିଜ ମନ୍ତ୍ରୀମାନଙ୍କର କାର୍ଯ୍ୟ ପାଇଁ ତାଲିବାନ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଲିବାନ ହାତରେ ଲାଗିପାରେ ଅଣୁ ଅସ୍ତ୍ର। ଏମିତି ଏକ ସଙ୍ଗୀନ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଆଉ ଏହି ସୂଚନା ଖୋଦ୍‌ ଆମେରିକା ପୂର୍ବତନ ପରାମର୍ଶଦାତା ଜନ୍‌ ବୋଲଟନ୍‌। ଆଉ ଜନ୍‌ଙ୍କର ଏପରି ସୂଚନା ପରେ ଚିନ୍ତିତ ହୋଇପଡ଼ିଛି ପୂରା ଦେଶ। କାରଣ ଆମେ ସମସ୍ତେ ଜାଣନ୍ତି ଆଫଗାନିସ୍ତାରେ କେମିତି ଶାସନ କ୍ଷମତାକୁ ଫେରିଛି ତାଲିବାନ। ଆଉ ଶାସନ କରିବା ପରେ କେମିତି କ୍ରୁର ଭାବରେ ସେଠାକାର ଲୋକଙ୍କୁ କରୁଛି ଶାସନ। ହେଲେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ତାଲିବାନୀଙ୍କୁ ଅଣୁ ଅସ୍ତ୍ର ଦେବ କିଏ? ଏନେଇ ଜନ୍‌ କହିଛନ୍ତି ପଡ଼ୋଶୀ ପାକିସ୍ତାନ ହିଁ ଏଥିଲାଗି ଦାୟୀ ରହିବ ଅର୍ଥାତ୍‌ ତାଲିବାନୀଙ୍କୁ ଅଣୁ ଅସ୍ତ୍ର ପାକିସ୍ତାନଠାରୁ ହିଁ ମିଳିବ। କେବଳ ଏତିକି ନୁହେଁ ବରଂ କିଛି ଦିନ ମଧ୍ୟରେ ପାକିସ୍ତାନକୁ ନିଜ କବଜାକୁ ନେଇଯିବେ ଆତଙ୍କବାଦୀ। ନିଜର ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଏପରି ସମସ୍ୟାରେ ପଡ଼ିପାରେ ବୋଲି ଜନ୍‌ କହିଛନ୍ତି।

Advertisment

ସବୁଠୁ ଚିନ୍ତାର ବିଷୟ ହେଲା ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୧୫୦ ଆଣିବିକ ଯୁଦ୍ଧାସ୍ତ୍ର ତାଲିବାନୀମାନେ ପାଇବେ ବୋଲି ସେ ପୂର୍ବାନୁମାନ କରିଛନ୍ତି ଆଉ ଏହା ପଛରେ କେବଳ ଆମେରିକା ଅର୍ଥାତ୍‌ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡ଼େନ ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି।

ଏଠାରେ କହିରଖୁଛୁ, ଆମେରିକା ଗତ ଅଗଷ୍ଟ ୩୦ ତାରିଖ ରାତି ୧୨ଟାରେ ଆଫଗାନିସ୍ତାନ ଛାଡ଼ିଥିଲା। ଆଉ ଏହାପରେ ଆଫଗାନିସ୍ତାନରେ ଶାସନ କ୍ଷମତାକୁ ଫେରିଥିଲା ତାଲିବାନ। ଆଉ ସେଠାରେ ସେମାନେ କେମିତି ଶାସନ ଚଲାଉଛନ୍ତି ତାହା ଆପଣମାନେ ସମସ୍ତେ ଜାଣନ୍ତି। କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନକରିବା ଲାଗି ଜୋ ବାଇଡ଼େନଙ୍କୁ ପରାମର୍ଶ ଦିଆଯାଇଥିବା ପରେ ବି ସେ ଏହାକୁ ଭ୍ରୁକ୍ଷେପ କଲେ ନାହିଁ। କିନ୍ତୁ ଯଦି ଆଣବିକ ଅସ୍ତ୍ର ତାଲିବାନୀଙ୍କ ହାତରେ ଲାଗେ ତେବେ ପୂରା ବିଶ୍ୱର ଚିନ୍ତା ବଢି।

Advertisment
Pakistan America Taliban Nuclear
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ