Advertisment

ସଫଳ ହେଲା ପାକିସ୍ତାନ ? ଚରମପନ୍ଥୀଙ୍କ ହାତରେ ଆଫଗାନ୍‌ର ଶାସନ ଡୋରି

ତାଲିବାନୀ ସରକାରରେ ପାକିସ୍ତାନୀ ଛାପ। ISI ସମର୍ଥିତ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି

Taliban

Taliban

Advertisment

ନୂଆଦିଲ୍ଲୀ: ତାଲିବାନୀ ସରକାରରେ ପାକିସ୍ତାନୀ ଛାପ। ISI ସମର୍ଥିତ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି। ତାହା ସହିତ ସରକାରରେ ସ୍ଥାନ ପାଇଛନ୍ତି ହକାନୀ। ପରିବାରର ଆଉ ଦୁଇ ସଦସ୍ୟ ସରକାରର ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଚରମପନ୍ଥୀଙ୍କ ହାତରେ ଥିବା ବେଳେ ଦୋହା ସମ୍ମିଳନୀର ଉଦାରବାଦୀ ନେତାଙ୍କୁ କୋଣଠେସା କରାଯାଇଛି। ସଂଗଠନର ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦ୍ଦୁଲ ଘନି ବରାଦରଙ୍କ ସ୍ଥାନରେ ମୁଲ୍ଲା ହାସାନ୍ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ, ଦୋହାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଥିବା ଶେର ଆବ୍ବାସ ଷ୍ଟାନିକ୍ଜାଇଙ୍କୁ ଉପ ବୈଦେଶିକ ମନ୍ତ୍ରୀ ପଦ ମିଳିଛି।

Advertisment

ଚାଲରେ ସଫଳ ହେଲା ପାକିସ୍ତାନ। ଚରମପନ୍ଥୀଙ୍କ ହାତରେ ଆଫଗାନ୍ ଶାସନ ଡୋରି ରହିଛି। ନରମପନ୍ଥୀଙ୍କୁ କୋଣଠେସା କରାଯାଇଛି। ସବୁ ପକ୍ଷଙ୍କୁ ନେଇ ଇନକ୍ଲୁସିଭ୍ ଓ ଉଦାରବାଦୀ ସରକାର ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲା ତାଲିବାନ। ତେବେ ଗତକାଲି ଘୋଷିତ ଅନ୍ତରୀଣ ସରକାରରେ ଏହାର ଚିହ୍ନବର୍ଣ୍ଣ ନାହିଁ। ଦୋହା ଶାନ୍ତି ଆଲୋଚନାରେ ନେତୃତ୍ୱ ନେଇଥିବା ନରମପନ୍ଥୀ ନେତାଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇଛି। ସଂଗଠନର ରାଜନୈତିକ ମୁଖ୍ୟ ମୁଲ୍ଲା ବରାଦର ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବରୁ ଜୋରଦାର ଚର୍ଚ୍ଚା ହୋଇଥିଲା।

Advertisment

ତେବେ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ପଦ ଯାଇଛି। ହାର୍ଡଲାଇନ ନେତା ମୁଲ୍ଲା ହାସାନ୍ ଅଖୁନ୍ଦଙ୍କ ପାଖକୁ ତାଲିବାନର କ୍ଷମତାଶାଳୀ ରେହବାରୀ ସୁରାର ମୁଖ୍ୟ ଅଖୁନ୍ଦ ଜାତିସଂଘ ଆତଙ୍କବାଦୀ ତାଲିକାରେ ଥିବା ବେଳେ ବାମିୟାନର ଐତିହାସିକ ବୌଦ୍ଧମର୍ତ୍ତି ଧ୍ୱଂସ କରିବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଏବଂ ଉପ ବୈଦେଶିକ ମନ୍ତ୍ରୀ ଶେର ଆବ୍ବାସ ଷ୍ଟାନିକଜାଇ ବି ଜାତିସଂଘର ଆତଙ୍କବାଦୀ ଲିଷ୍ଟରେ ଅଛନ୍ତି। ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ସମର୍ଥିତ ହକାନି ନେଟଓ୍ୱର୍କର ସରକାରରେ ଦବ୍ଦବା ଏହି କୁଖ୍ୟାତ ଅତଙ୍କୀ ସଂଗଠନର ମୁଖ୍ୟ ସିରାଜୁଦ୍ଦିନ ହକାନୀ ଆଫଗାନିସ୍ତାନର ଗୃହମନ୍ତ୍ରୀ ହୋଇଥିବା ବେଳେ ଦାଦା ଖଲିଲ ହକାନୀ ଶରଣାର୍ଥୀ ବ୍ୟାପାର ବୁଝିବେ। ଉଭୟ ସିରାଜୁଦ୍ଦିନ ଓ ଖଲିଲ୍ FBI ର ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ବେଳେ କେବଳ ସିରାଜୁଦ୍ଦିନ ମୁଣ୍ଡରେ ୧୦ ମିଲିୟନ ଡଲାର୍ ଓ ଖଲିଲ୍ ମୁଣ୍ଡରେ ୫ ମିଲିୟନ ଡଲାରର ପୁରସ୍କାର ରାଶି।

ରକେଟ୍ ଆକ୍ରମଣ ଓ ରାସ୍ତାକଡ଼ ସୁଇସାଇଡ୍ ବମ୍ବିଂ ଲାଗି କୁଖ୍ୟାତ ହକାନୀ ନେଟଓ୍ୱର୍କ ଭାରତ ବିରୋଧୀ ଗତିବିଧି ଜାରି ରଖିଛି। ୨୦୦୮ କାବୁଲ ସ୍ଥିତ ଭାରତୀୟ ଦୂତାବାସ ବିସ୍ଫୋରଣ ଘଟଣାରେ ଆଇଏସଆଇ ଓ ହକାନୀ ନେଟ୍ଓ୍ୱର୍କର ହାତ ଥିଲା। ଏଥିରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ସରକାରରେ ହକାନୀ ଗୋଷ୍ଠୀ କ୍ଷମତା କେନ୍ଦ୍ରରେ ରହିବା ଦ୍ୱାରା ଆଇଏସଆଇ ସେମାନଙ୍କୁ ବ୍ୟବହାର କରି କାଶ୍ମୀରରେ ଅଶାନ୍ତି ସୃଷ୍ଟି ଲାଗି ପ୍ରୟାସ କରିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ସରକାରରେ ନରମପନ୍ଥୀ ନେତାଙ୍କୁ ଉପେକ୍ଷା କରାଯିବା ଭାରତ ପାଇଁ ଅଡୁଆ ବଢାଇଛି ତାଲିବାନ। କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ୩୩ ନେତାଙ୍କ ମଧ୍ୟରୁ ୧୭ ଜଣଙ୍କ ବିରୁଦ୍ଧରେ ଜାତିସଂଘ କଟକଣା ରହିଛି।

Advertisment

ତେଣେ ନୂଆ ସରକାର ଘୋଷଣା କରୁ କରୁ ତାଲିବାନ ଏହାର ଅସଲ ରୂପ ଦେଖାଇଛି। କାବୁଲରେ ପାକିସ୍ତାନ ବିରୋଧୀ ରାଲି ପରେ ଏ ଧରଣ କୌଣସି ଶୋଭାଯାତ୍ରାକୁ ଅନୁମତି ଦିଆଯିବନି ବୋଲି ତାଲିବାନ ଘୋଷଣା କରିଛି। ସରକାରରେ କୌଣସି ମହିଳାଙ୍କୁ ସାମିଲ କରାଯାଇନି। ସେହିପରି ପିଏଚ୍ଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ ବୋଲି ପଦ ସମ୍ଭାଳୁ ସମ୍ଭାଳୁ ବୟାନ ଦେଇଛନ୍ତି ଶିକ୍ଷାମନ୍ତ୍ରୀ ଶେଖ ମୌଲବି ମୁନୀର। କଠୋର ଇସଲାମୀୟ ଆଇନ ସରିଆ ଦ୍ୱାରା ଦେଶ ପରିଚାଳିତ ହେବ ବୋଲି ସଂଗଠନର ଧାର୍ମିକ ମୁଖ୍ୟ ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ବିବୃତି ଚିନ୍ତା ବଢାଇଛି। ଏସବୁ ସତ୍ତ୍ୱେ ଆଫଗାନିସ୍ତାନ ଜନତା ତାଲିବାନର ବନ୍ଧୁକ ମୁନକୁ ନଡରି ଖୋଲାଖୋଲ ରାସ୍ତାକୁ ଓହ୍ଲାଉଛନ୍ତି। ଗତକାଲି କାବୁଲ ବିକ୍ଷୋଭ ବେଳେ ଜଣେ ମହିଳା ବନ୍ଧୁକ ଦେଖାଉଥିବା ତାଲିବାନ ଲଢାକୁର ସାହସର ସହ ସାମ୍ନା କରିବା ଫଟୋ ବିଶ୍ୱବ୍ୟାପୀ ଭାଇରାଲ ହେବାରେ ଲାଗିଛି।

Pakistan Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ