Advertisment

ଟାଇଟ୍ ପୋଷାକ ପିନ୍ଧିବାରୁ ଯୁବତୀଙ୍କୁ ଗୁଳିକରି ହତ୍ୟା

ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।

ଟାଇଟ୍ ପୋଷାକ ପିନ୍ଧିବାରୁ ଯୁବତୀଙ୍କୁ ଗୁଳିକରି ହତ୍ୟା

Taliban

Advertisment

କାବୁଲ : ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।

Advertisment

ସୂଚନା ମୁତାବକ ସମର କାନ୍ଧିଆଁ ଗ୍ରାମରେ ତାଲିବାନ ଉଗ୍ରବାଦୀମାନେ ଗୁଳିକରି ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି। ଏହି ଗାଁ ତାଲିବାନର ଅଧୀନରେ ଅଛି। ତେବେ ପୀଡିତାଙ୍କ ନାମ ନାଜିନୀନ ହୋଇଥିବା ବେଳେ ତାଙ୍କୁ ୨୧ ବର୍ଷ ବୋଲି ବାଲ୍ଖର ଜଣେ ପୋଲିସ ମୁଖପାତ୍ର ଆଦିଲ ଶାହା ଆଦିଲ କହିଛନ୍ତି।

ତାଲିବାନ ସଂଗ୍ରାମୀମାନେ ଯୁବତୀ ଜଣଙ୍କ ଘରୁ ବାହାରିବା ପରେ ହିଁ ଆକ୍ରମଣ କରିଥିଲେ। ଯୁବତୀ ବାଲ୍ଖର ରାଜଧାନୀ ମଜାର-ଇ-ସରିଫ ଅଭିମୁଖେ ଏକ ଗାଡିରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ କହିଛି ଯେ ଆକ୍ରମଣ ସମୟରେ ମହିଳା ଜଣକ ବୁର୍ଖା ପିନ୍ଧିଥିଲେ ଯାହା ତାଙ୍କ ମୁହଁ ଏବଂ ଶରୀରକୁ ଆଚ୍ଛାଦନ କରିଥିଲା।

Advertisment

ଅନ୍ୟପକ୍ଷରେ ତାଲିବାନ ଏହି ଆକ୍ରମଣକୁ ଅସ୍ୱୀକାର କରିଛି। ସଂଗଠନର ମୁଖପାତ୍ର କହିଛନ୍ତି ଯେ ସେମାନେ ଏହି ଆକ୍ରମଣର ତଦନ୍ତ କରୁଛନ୍ତି। ତାଲିବାନ ଆଫଗାନିସ୍ତାନରେ ବାଳିକା ଓ ମହିଳାଙ୍କୁ ଅପହରଣ କରୁଛି। ପରେ, ସେ ତାଙ୍କ ସଂଗ୍ରମୀମାନଙ୍କ ଦ୍ୱାରା ଜବରଦସ୍ତ ବିବାହ କରାଉଛି।

ରବିବାର ‘ଦି ମେଲ୍‌’ ଏକ ରିପୋର୍ଟରେ ଦର୍ଶାଇଛି ଯେ ଯେତେବେଳେ ବି ଉଗ୍ରବାଦୀ ସମୂହ ଆଫଗାନିସ୍ତାନର କୌଣସି ଗ୍ରାମ, ସହର କିମ୍ବା ଜିଲ୍ଲା ଦଖଲ କରେ, ସେତେବେଳେ ସେ ସ୍ଥାନୀୟ ମସ୍‌ଜିଦ୍‌ର ଲାଉଡ ସ୍ପିକର ବ୍ୟବହାର କରି ସ୍ଥାନୀୟ ସରକାରୀ କର୍ମଚାରୀ, ପୋଲିସଙ୍କ ପତ୍ନୀ ଓ ବିଧବାଙ୍କ ନାମ ହସ୍ତାନ୍ତର କରିବାକୁ ଆଦେଶ ଦିଏ। ସ୍ଥାନୀୟ ବାସିନ୍ଦା ତଥା ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଗୋଷ୍ଠୀ ଶହ ଶହ ଯୁବତୀଙ୍କୁ ଯୁଦ୍ଧ ପରେ ବନ୍ଦୀ କରି ସେମାନଙ୍କ ସଂଗ୍ରାମୀମାନଙ୍କ ସହ ବିବାହ କରେଇବା ନେଇ ପ୍ରସ୍ତୁତ କରୁଛନ୍ତି।

Advertisment

ଆଫଗାନିସ୍ତାନ ମହିଳାମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ନିଜ ଶରୀରକୁ ଢାଙ୍କିବାକୁ ଏବଂ ବାହାରେ କାମ ନ କରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି। କେବଳ ଏତିକି ନୁହେଁ ବାଳିକାମାନଙ୍କର ଶିକ୍ଷା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଫରୟାବର ଅନେକ ସ୍ଥାନରେ ଦୋକାନରେ ମହିଳା ସାମଗ୍ରୀ ବିକ୍ରି ଉପରେ ତାଲିବାନ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଫରୟାବର ସ୍ଥାନୀୟ ଲୋକେ କହିଛନ୍ତି ଯେ ତାଲିବାନ ଦ୍ୱାରା ପ୍ରସ୍ତୁତ ନିୟମ ପାଳନ ନ କରିବାରୁ ଲୋକଙ୍କୁ କଠୋର ଦଣ୍ଡ ଦିଆଯାଉଛି।

Taliban International News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ