Advertisment

ତାଲିବାନ୍ ନେଲା ପ୍ରତିଶୋଧ; ଆଇଏସ-କେ ବେସ୍ ଉପରେ କଲା ଆକ୍ରମଣ

ରବିବାର କାବୁଲର ଇଦଗାହ୍‌ ​​ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ତାଲିବାନ କ୍ରୋଧିତ ଥିବାର ଦେଖାଯାଇଛି। ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଜବାବରେ ତାଲିବାନ ଆଇଏସ୍-ଖୋରାସାନ୍ (ଆଇଏସ୍-କେ) ବେସ ଉପରେ ଆକ୍ରମଣ କରିଛି।

ଅଦ୍ୟତନ ହୋଇଛି
Taliban

Taliban

Advertisment

କାବୁଲ୍: ରବିବାର କାବୁଲର ଇଦଗାହ୍‌ ​​ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ତାଲିବାନ କ୍ରୋଧିତ ଥିବାର ଦେଖାଯାଇଛି। ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଜବାବରେ ତାଲିବାନ ଆଇଏସ୍-ଖୋରାସାନ୍ (ଆଇଏସ୍-କେ) ବେସ ଉପରେ ଆକ୍ରମଣ କରିଛି। ତାଲିବାନ ପକ୍ଷରୁ ସୋମବାର କୁହାଯାଇଛି ଯେ ଆଇଏସ-କେ ର ଲୋକ ମାନେ ମସଜିଦ ଉପରେ ବୋମା ପକାଇବା ପରେ କାବୁଲରେ ଏକ ଇସଲାମିକ୍ ଷ୍ଟେଟ୍‌ରେ ଲୁଚି ରହିଥିଲେ। ଅଭିଯୁକ୍ତଙ୍କ ଉପରକୁ ଆକ୍ରମଣ କରି ସେମାନଙ୍କୁ ଧେର୍ କରିଥିବାର ସୂଚନା ଦେଇଛି ତାଲିବାନ୍।

Advertisment

କାବୁଲର ଇଦଗାହ୍‌ ମସଜିଦରେ ତାଲିବାନ ନେତା ତଥା ମୁଖପାତ୍ର ଜବିଉଲ୍ଲ୍ହା ମୁହାଜିଦ୍‌ଙ୍କ ପ୍ରାର୍ଥନା ସଭାରେ ରବିବାର ଲୋକମାନେ ଏକତ୍ରିତ ହୋଇଥିଲେ। ଫାଟକ ନିକଟରେ ହୋଇଥିବା ବିସ୍ଫୋରଣରେ ପାଞ୍ଚ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଯଦିଓ ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଦାୟୀ ନୁହଁନ୍ତି, କିନ୍ତୁ ତାଲିବାନର ବିଶ୍ୱାସ ଯେ ଏହା ପଛରେ ଇସଲାମିକ୍ ଷ୍ଟେଟର ଆତଙ୍କୀ ଗୋଷ୍ଠୀ ଆଇଏସ୍-କେ ଥାଇପାରେ। କାରଣ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବାର ଏକ ମାସ ମଧ୍ୟରେ ଆଇଏସଆଇଏସ-କେ ତାଲିବାନ ବିରୋଧରେ ଆକ୍ରମଣ କରିଥିଲା।

ମୁଖପାତ୍ର ମୁଜାହିଦ୍‌ଙ୍କ ଅନୁଯାୟୀ ଏହି ଘଟଣାର ବିରୋଧରେ ତାଲିବାନ ସୈନ୍ୟମାନେ କାବୁଲର ଉତ୍ତରରେ ଥିବା ଖେର୍ ଖାନାରେ ଥିବା ଏକ ଇସଲାମିକ୍ ଷ୍ଟେଟ୍‌ର କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କେତେ ଜଣ ଆଇଏସ୍-କେ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ କେତେ ଜଣ ତାଲିବାନୀ ସୈନ୍ୟ ଆହତ ହୋଇଛନ୍ତି, ଏନେଇ ଏବେ ଯାଏଁ ତାଲିବାନ୍‌ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Advertisment

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ରବିବାରର ବିସ୍ଫୋରଣ ସବୁଠାରୁ ମାରାତ୍ମକ ଥିଲା। ଏହାପୂର୍ବରୁ ଅଗଷ୍ଟ ୨୬ ରେ କାବୁଲ ବିମାନବନ୍ଦରରେ ଆଇଏସ-କେ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୬୯ ରୁ ଅଧିକ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସେନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ଭୟଙ୍କର ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ ଗୋଷ୍ଠୀ ଆଇଏସ-କେ ଦାୟୀ ବୋଲି କୁହାଯାଇଥିଲା। ଇସଲାମିକ୍ ଷ୍ଟେଟର ମୁଖ୍ୟ ଶାଖା ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରଦେଶରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହି ଗୋଷ୍ଠି ତାଲିବାନକୁ ତାଙ୍କର ଶତ୍ରୁ ବୋଲି ଭାବନ୍ତି। ଅତୀତରେ ତାଲିବାନ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଦାୟୀ ବୋଲି ମଧ୍ୟ କହିଛନ୍ତି। ଏଥିମଧ୍ୟରୁ ଜଲାଲାବାଦରେ ତାଲିବାନ ସୈନ୍ୟଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣ ମଧ୍ୟ ଅନ୍ତର୍ଭୂକ୍ତ।

Taliban Eidgah Mosque Revenge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ