Advertisment

ତାଲିବାନ କାବୁରେ ସଲିମା ମଜାରୀ; କିଏ ଏହି ମହିଳା?

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛି। ମଜାରୀ ବଲ୍ଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ। ତାଲିବାନ ସହିତ ଲଢିବା ପାଇଁ ସେ ନିଜର ଏକ ସେନା ଗଠନ କରିଥିଲେ ଏବଂ ନିଜେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା ତାଲିବାନର ସମ୍ମୁଖୀନ ହୋଇଥିଲେ।

ତାଲିବାନ କାବୁରେ ସଲିମା ମଜାରୀ; କିଏ ଏହି ମହିଳା?

Salima Mazari

Advertisment

କାବୁଲ : ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଗୋଟିଏ ପଟେ ସରକାର ଗଠନ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ୱାରଲର୍ଡ୍ସମାନଙ୍କୁ ଧରିବାରେ ଲାଗିଛି। ୱାରଲର୍ଡ୍ସ ସେହିମାନଙ୍କୁ କୁହାଯାଏ ଯେଉଁମାନେ ଆଫଗାନିସ୍ତାନରେ ଆମେରିକା ସାହାଯ୍ୟରେ ନିଜକୁ ପ୍ରସ୍ତୁତ କରୁଥିଲେ ଏବଂ ତାଲିବାନକୁ ଖୋଲାଖୋଲି ଆହ୍ୱାନ କରୁଥିଲେ। ୱାରଲର୍ଡ୍ସ ଇସ୍‌ମାଇଲ୍‌ ଖାନ ପ୍ରଥମେ ତାଲିବାନ ଦ୍ୱାରା କାବୁ ହୋଇଥିଲେ। ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛି। ମଜାରୀ ବଲ୍ଖ ପ୍ରଦେଶର ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ। ତାଲିବାନ ସହିତ ଲଢିବା ପାଇଁ ସେ ନିଜର ଏକ ସେନା ଗଠନ କରିଥିଲେ ଏବଂ ନିଜେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା ତାଲିବାନର ସମ୍ମୁଖୀନ ହୋଇଥିଲେ।

Advertisment

ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ହତ୍ୟାକାଣ୍ଡ ଭିଆଇ ଚାଲିଥିଲା ଏବଂ ସବୁନେତାମାନେ ଦେଶ ଛାଡି ପଳେଇ ଯାଉଥିଲେ କିମ୍ବା ଆତ୍ମସମର୍ପଣ କରୁଥିଲେ ସେତେବେଳେ ଜଣେ ମହିଳା ରାଜ୍ୟପାଳ ସଲିମା ମଜାରୀ ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଥିଲେ। ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସଲିମା ତାଲିବାନ ସହିତ ଯୁଦ୍ଧ କରିଥିଲେ। ସେ ନିଜେ ବନ୍ଧୁକ ଉଠାଇ ଲୋକଙ୍କୁ ସୁରକ୍ଷା ଦେଇଥିଲେ। ତାଙ୍କ ସେନାର ଲୋକମାନେ ସେମାନଙ୍କର ଜମି ଓ ଗୋରୁ ବିକ୍ରି କରି ଅସ୍ତ୍ରଶସ୍ତ୍ର କିଣି ତାଙ୍କ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ସଲିମା ମଜାରୀ ନିଜେ ପିକ୍‌ଅପ୍‌ର ଆଗ ସିଟ୍‌ରେ ବସି ବୁଲି ବୁଲି ଲୋକମାନଙ୍କୁ ସେନାରେ ଯୋଗଦେବାକୁ ଆହ୍ୱାନ ଦେଉଥିଲେ।

Advertisment

ସୋଭିଏତ ଯୁଦ୍ଧ ସମୟରେ ଆଫଗାନିସ୍ଥାନ ମୂଳ ସଲିମା ମଜାରୀଙ୍କ ପରିବାର ଇରାନକୁ ପଳେଇ ଆସିଥିଲେ। ସେଠାରେ ୧୯୮୦ରେ ତାଙ୍କର ଜନ୍ମ ଜଣେ ଶରଣାର୍ଥୀ ଭାବରେ ହୋଇଥିଲା। ସେ ହେଉଛନ୍ତି ହାଜାରା ସମ୍ପ୍ରଦାୟର ଶିହା ମୁସ୍‌ଲିମ୍। ଯେଉଁମାନେ ସାଧାରଣତଃ ସୁନୀ ତାଲିବାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି। ତେହେରାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ମଜାରୀ ତାଙ୍କ ପିତାମାତାଙ୍କୁ ଛାଡି ଆଫଗାନିସ୍ତାନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ସେ ଅନେକ ବିଶ୍ୱବିଦ୍ୟାଳୟ ଓ ଆନ୍ତର୍ଜାତୀୟ ସଂଗଠନଗୁଡିକରେ ଅଂଶ ଗ୍ରହଣ ମଧ୍ୟ କରିଥିଲେ।

୨୦୧୮ରେ ସେ ଜାଣିବାକୁ ପାଇଲେ ଯେ ଚାହର କିଣ୍ଟ୍ ଜିଲ୍ଲାର ରାଜ୍ୟପାଳ ପଦ ପାଇଁ ଏକ ପଦବୀ ଖାଲି ଥିଲା। ଏହା ତାଙ୍କର ପୈତୃକ ମାତୃଭୂମି ଥିଲା ତେଣୁ ସେ ଏହି ପଦ ପାଇଁ ଆବେଦନ କରିଥିଲେ। ଏହା ପରେ ସେ ରାଜ୍ୟପାଳ ଭାବରେ ନିର୍ବାଚିତ ହୋଇଥିଲେ। ତାଲିବାନର ବିପଦକୁ ଦୃଷ୍ଟିରେ ରଖି ଏବଂ ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ସେ ସୁରକ୍ଷା କମିଶନ ଗଠନ କରିଥିଲେ, ଯାହା ସ୍ଥାନୀୟ ସେନାବାହିନୀର ନିଯୁକ୍ତି ଉପରେ ନଜର ରଖିଥିଲା।

Advertisment
Afghanistan Salima-mazari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ