Advertisment

କାବୁଲ୍‌ରେ ଘର ଘର ବୁଲି ସାମ୍ବାଦିକଙ୍କୁ ଖୋଜୁଛନ୍ତି ତାଲିବାନ

ଆଫଗାନିସ୍ତାନରେ କିଛି ଶିଖ୍ ଓ ହିନ୍ଦୁ ଫସି ରହିଛନ୍ତି  । ଉଦ୍ଧାର କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଫେରିବା ଦ୍ୱାରା ସବୁଠାରୁ ଅଧିକ କେଉଁ ବର୍ଗ ଯଦି ଆତଙ୍କିତ ହୋଇଥାନ୍ତି, ତେବେ ସେମାନେ ହେଉଛନ୍ତି ମହିଳା  ।

ଅଦ୍ୟତନ ହୋଇଛି
କାବୁଲ୍‌ରେ ଘର ଘର ବୁଲି ସାମ୍ବାଦିକଙ୍କୁ  ଖୋଜୁଛନ୍ତି ତାଲିବାନ

afghan crisis

Advertisment

କାବୁଲ: ତାଲିବାନ ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାକାର ଲୋକଙ୍କୁ ଘାରିଛି ଆଉ ଏକ ଚିନ୍ତା  । ବାୟୋମେଟ୍ରିକ୍ ଡାଟାବେସ୍ ଓ ଡିଜିଟାଲ ତଥ୍ୟ ନେଇ ଲୋକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ସେମାନେ ଭୟ କରୁଛନ୍ତି।  ବିଶେଷ କରି ସରକାରୀ କର୍ମଚାରୀ, ପୂର୍ବତନ ସୁରକ୍ଷା ବାହିନୀର ସଦସ୍ୟ, ବିଦେଶୀ ସ୍ୱେଚ୍ଛାସେବୀ ସଙ୍ଗଠନ ପାଇଁ କାମ କରୁଥିବା ବ୍ୟକ୍ତି ଏହାର ଶିକାର ହୋଇପାରନ୍ତି ବୋଲି ଆଶଙ୍କ ପ୍ରକାଶ ପାଇଛି  ।

Advertisment

ଏପରିକି କାବୁଲରେ ଡୋର-ଟୁ-ଡୋର୍ ସର୍ଭେ ଆରମ୍ଭ ହୋଇଥିବାର ସୂଚନା ମିଳିଛି  । ବାୟୋମେଟ୍ରିକ  ମେସିନ ଧରି ତାଲିବାନ ଘରକୁ ଘର ବୁଲି ସାମ୍ବାଦିକଙ୍କୁ ଖୋଜାଖୋଜି କରାଯାଇଥିବା ନେଇ କିଛି ଟୁଇଟର ୟୁଜର୍ସ ପୋଷ୍ଟ କରିଛନ୍ତି  । କିଛି ଲୋକ ସେମାନଙ୍କ ଡିଜିଟାଲ ରେକର୍ଡ ନଷ୍ଟ କରିବାକୁ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି  । ପୂର୍ବ ସରକାର ସହିତ ସଂପୃକ୍ତ ଥିବା ବ୍ୟକ୍ତି, ସଂସ୍ଥା କିମ୍ବା ମାନବାଧିକାର କର୍ମୀଙ୍କ ବିରୋଧରେ ତାଲିବାନ ଏହା ବ୍ୟବହାର କରିପାରେ । ଫିଙ୍ଗର ପ୍ରିଣ୍ଟ, ଆଇରିସ୍ ସ୍କାନ୍ ଓ ମୁହ ଚିହ୍ନିବା ପ୍ରକ୍ରିୟା ଦ୍ୱାରା ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା ଦେଖା ଦେଇଛି ।

Advertisment

 ଅନ୍ୟପକ୍ଷେ, ଆଫଗାନିସ୍ତାନରେ କିଛି ଶିଖ୍ ଓ ହିନ୍ଦୁ ଫସି ରହିଛନ୍ତି  । ଉଦ୍ଧାର କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି ।  ଏକ ଭିଡିଓରେ କିଛି ଶିଖମାନଙ୍କୁ ଦେଖିବାକୁ ମିଳିଛି  । ସେମାନେ କହିଛନ୍ତି, ସେଠାକାର ପରିସ୍ଥିତି ବହୁତ ଖରାପ।  ତାଲିବାନମାନେ ଆସିବା ପରେ ସ୍ଥିତି ସଂକଟଜନକ ରହିଛି।  ଗୁରୁଦ୍ୱାରରେ କିଛି ହିନ୍ଦୁ ଲୋକଙ୍କ ସହିତ ସେମାନେ ଥିବା ଜଣାଇଛନ୍ତି ଏବଂ କୌଣସି ପ୍ରକାରେ ସେଠାରୁ ଉଦ୍ଧାର କରିବାକୁ ଏହି  ଆକୁଳ ନିବେଦନ କରିଛନ୍ତି । 

ତେବେ ଆଫଗାନିସ୍ତାନରେ ତାଲିବାନ ଫେରିବା ଦ୍ୱାରା ସବୁଠାରୁ ଅଧିକ କେଉଁ ବର୍ଗ ଯଦି ଆତଙ୍କିତ ହୋଇଥାନ୍ତି, ତେବେ ସେମାନେ ହେଉଛନ୍ତି ମହିଳା  । ଆଶଙ୍କା କରାଯାଉଛି, ମହିଳାମାନେ ତାଲିବାନର ତଥାକଥିତ ଇସଲାମିକ ନିୟମରେ ନିର୍ଯାତନାର ଶିକାର ହେବେ। ଆଗ ପରି ସ୍ୱାଧୀନତା ମିଳିବ ନାହିଁ । ତାଲିବାନ ଆସୁ ଆସୁ ବୁର୍ଖାର ବେପାର ବୃୃଦ୍ଧି ପାଇଛି  । ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳିଛି ବୁର୍ଖା ଦୋକାନରେ  । ଏପରିକି ଏହାର କଳାବଜାରୀ ବି ଆରମ୍ଭ ହୋଇଗଲାଣି।

Advertisment

 ଆଗରୁ ଯେତେ ଦାମ ଥିଲା, ତାର ୧୦ ଗୁଣା ବଢ଼ି ଯାଇଛି । ଯିଏ ବୁର୍ଖା କିଣି ପାରୁନି, ସେ ଘରର ପୁରୁଣା କପଡ଼ା କାଟି ସେଥିରେ ଶରୀରକୁ ଘୋଡ଼ାଇ ରଖିବା ଭଳି ବ୍ୟବସ୍ଥା କରୁଛି।  ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ମହିଳାଙ୍କ ପାଇଁ ପୁରା ବୁର୍ଖା ବାଧ୍ୟତାମୂଳକ ନୁହେଁ । ହିଜାବ୍ ପିନ୍ଧିଲେ ବି ଚଳିବ । ବୁର୍ଖା ଦ୍ୱାରା ସାରା ଶରୀର ଢାଙ୍କି ହେଉଥିବା ବେଳେ ହିଜାବ ହେଉଛି ସ୍କାର୍ଫ ଯାହା ଦ୍ୱାରା କି ମୁଣ୍ଡକୁ ଘୋଡ଼ାଇ ରଖାଯାଏ । ୧୯୯୬ରୁ ୨୦୦୧ ଯାଏ ତାଲିବାନ ଶାସନରେ ବିନା ବୁର୍ଖାରେ ମହିଳାମାନେ ଘରୁ ବାହାରିବା ମନା ଥିଲା। 

Afghanistan Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ