Advertisment

କନ୍ଦାହାର ହାଇଜାକ୍‌ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ

କନ୍ଦାହାର ହାଇଜାକ୍‌ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ। ଆଫଗାନିସ୍ତାନରେ ତାଲିବାନ ଏହାର ନୂଆ ସରକାର ଗଠନ କରିଛି। ତାଲିବାନ ସରକାରରେ ହକ୍କାନୀ ନେଟୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବା ବେଳେ ଏବେ ତାଲିବାନର ପ୍ରତିଷ୍ଠାତା ତଥା କନ୍ଦାହାର ହାଇଜାକ୍‌ର ମାଷ୍ଟରମାଇଣ୍ଡ  ଆତଙ୍କୀ ମୁଲ୍ଲା ଉମରର ପୁଅ ମୁଲ୍ଲା ୟାକୁବକୁ ଆପଗାନିସ୍ତାନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

ଅଦ୍ୟତନ ହୋଇଛି
Mullah Yaqoob

Mullah Yaqoob

Advertisment

କାବୁଲ: କନ୍ଦାହାର ହାଇଜାକ୍‌ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ। ଆଫଗାନିସ୍ତାନରେ ତାଲିବାନ ଏହାର ନୂଆ ସରକାର ଗଠନ କରିଛି। ତାଲିବାନ ସରକାରରେ ହକ୍କାନୀ ନେଟୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବା ବେଳେ ଏବେ ତାଲିବାନର ପ୍ରତିଷ୍ଠାତା ତଥା କନ୍ଦାହାର ହାଇଜାକ୍‌ର ମାଷ୍ଟରମାଇଣ୍ଡ  ଆତଙ୍କୀ ମୁଲ୍ଲା ଉମରର ପୁଅ ମୁଲ୍ଲା ୟାକୁବକୁ ଆପଗାନିସ୍ତାନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ୧୯୯୯ ମସିହା କନ୍ଦାହାର ହାଇଜାକ୍‌ର ମାଷ୍ଟରମାଇଣ୍ଡ ଥିଲା ମୁଲ୍ଲା ଉମର ।

Advertisment

୧୯୯୯, ଡିସେମ୍ବର ୨୪ରେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତୀୟ ଏୟାରଲାଇନ୍ସର IC-814 ଫ୍ଲାଇଟ୍‌କୁ ଅପହରଣ(ହାଇଜାକ୍‌) କରି ନେଇଥିଲେ। ଭାରତୀୟ ଜେଲ୍‌ରେ ବନ୍ଦୀ ଥିବା ୩ ଆତଙ୍କୀ ଜୈଶ-ଏ-ମହମ୍ମଦର ଆତଙ୍କୀ ମସୁଦ ଅଜହର୍‌, ଅଲ ଉମର ମୁଜାହିଦିନ୍‌ର ନେତା ମୁଶତାକ ଅହମ୍ମଦ ଜରଗର୍‌ ଓ ଅଲ-କାଏଦା ନେତା ଅହମ୍ମଦ ଉମର ସୈଦ ଶେଖ୍‌ଙ୍କୁ ମୁକ୍ତ କରିବା ପାଇଁ ଆତଙ୍କବାଦୀମାନେ ଏହି ଅପହରଣ କରିଥିଲେ। ନେପାଳର ରାଜଧାନୀ କାଠମାଣ୍ଡୁ ଉପରେ ଏହି ବିମାନ ଉଡ଼ୁଥିବା ବେଳେ ଆତଙ୍କବାଦୀମାନେ ବିମାନକୁ ଅପହରଣ କରି ଆଫଗାନିସ୍ତାନର କନ୍ଦାହାର ନେଇ ଯାଇଥିଲେ। ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ ଓ ଅପହରଣକାରୀମାନେ ଏମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ବନ୍ଧକ ଭାବେ ରଖିଥିଲେ। ସେତେବେଳେ କନ୍ଧାରରେ ତାଲିବାନର ଶାସନ ଚାଲିଥିଲା।

Advertisment

ଶୁଣିବାକୁ ମିଳିଥିଲା ଯେ, ଏହି ହାଇଜାକ୍‌ ଅପରେସନ୍‌କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହାୟତାରେ ପୁରା ପ୍ଲାନିଂରେ କରାଯାଇଥିଲା। ମୁଲ୍ଲା ଉମର ଏହି ଅପରେସନ୍‌ର ମାଷ୍ଟରମାଇଣ୍ଡ ଥିଲା। ବିମାନ କନ୍ଦାହାରରେ ପହଞ୍ଚିବା ପରେ ତାଲିବାନୀ ଆତଙ୍କୀ ବିମାନକୁ ଚାରି ପଟୁ ଘେରି ଯାଇଥିଲେ। ଅପହରଣକାରୀଙ୍କ ସହ ମୁକାବିଲା କରିବା ଲାଗି ଭାରତ ସାମରିକ ପଦକ୍ଷେପ ନେବାକୁ ଚାହୁଁଥିଲା, ହେଲେ ତାଲିବାନ ଓ ମୁଲ୍ଲା ଉମର ଏହାକୁ ସଫଳ କରିବାକୁ ଦେଇନଥିଲେ।  ଏବେ ଏହି ମୁଲ୍ଲା ଉମରର ପୁଅ ମୁଲ୍ଲା ମହମ୍ମଦ ୟାକୁବକୁ ଆଫଗାନିସ୍ତାନରେ ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।

ଅନ୍ୟପକ୍ଷେ, ହକ୍କାନୀ ନେଟୱର୍କକୁ ମଧ୍ୟ ତାଲିବାନ୍ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ଆଫଗାନିସ୍ତାନ ଦଖଲ କରିବାର ୨୨ ଦିନ ପରେ ମଙ୍ଗଳବାର ଦିନ ତାଲିବାନ୍ ନୂଆ ସରକାର ଘୋଷଣା କରିଛି। ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରିଛି ତାଲିବାନ୍ ସଂଗଠନ । ଗ୍ଲୋବାଲ ଆତଙ୍କବାଦୀ ତାଲିକାରେ ସିରାଜୁଦ୍ଦିନ ହକ୍କାନୀର ନାମ ମଧ୍ୟ ରହିଛି । 

Advertisment
Taliban Afghan Government Kandahar Hijack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ