ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ; ଅଲକାଏଦାର ବରିଷ୍ଠ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ

ସିରିଆର ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏହି ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ସିରିଆର ବରିଷ୍ଟ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍‌ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍‌ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି ।

ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ

News Summary

ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ

ଆକ୍ରମଣରେ ଅଲକାଏଦାର ବରିଷ୍ଠ ନେତାଙ୍କ ମୃତ୍ୟୁ

ଡାମାସ୍କସ: ସିରିଆର ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏହି ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ସିରିଆର ବରିଷ୍ଟ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍‌ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍‌ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି । ଏହାସହ ସେ କହିଛନ୍ତି, ଏହି ଏୟାର ଷ୍ଟ୍ରାଇକରେ ଆମେରିକା MQ-9 ବିମାନକୁ ବ୍ୟବହାର କରିଛି ଏବଂ ଏହି ଆକ୍ରମଣରେ କେହି ସାଧାରଣ ନାଗରିକ ଆହତ ହୋଇ ନାହାଁନ୍ତି ।

(ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ )

ଅଲକାଏଦାର ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟଣା ପରେ ଆତଙ୍କବାଦୀ ସଂଗଠନର ବିଶ୍ୱବ୍ୟାପୀ ଆକ୍ରମଣ ଯୋଜନାର ଏକ ପ୍ରକାରର ବିଫଳ ହୋଇଛି । ରିଗ୍ସବି ଏକ ବୟାନରେ କହିଛନ୍ତି, ଆମେରିକା ଏବଂ ତାର ସହଯୋଗୀ ପାଇଁ ଅଲକାଏଦାର ସବୁବେଳେ ବିପଦପୂର୍ଣ୍ଣ ରହିଆସିଛି । ଅଲକାୟଦାର ନେତାଙ୍କ ମୃତ୍ୟୁ ଆତଙ୍କବାଦୀ ସଂଗଠନର ବିଶ୍ୱସ୍ତରୀୟ ଆକ୍ରମଣର ଯୋଜନାର କାର୍ଯ୍ୟକାରୀ କ୍ଷମତାକୁ ହ୍ରାସ କରିବ । 

ସୂଚାଅନୁସାରେ, ପୂର୍ବରୁ ଆମେରିକା ଗତ ସେପ୍ଟେମ୍ବର ୨୦ ତାରିଖରେ ସିରିଆର ଇଡଲିବ ସହରରେ ଆଉ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ଅଲକାଏଦାର ନେତା ସଲିମ ଅବୁ-ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା । ସଲିମ ଅଲକାଏଦାରେ ବିଭିନ୍ନ ପ୍ରକାରର ଯୋଜନା କରିବା ସହ ଅର୍ଥ ଯୋଗାଡ କାମ ମଧ୍ୟ କରୁଥିଲା । ସେହିପରି ଦୁଇଦିନ ପୂର୍ବରୁ ମଧ୍ୟ ଦକ୍ଷିଣ ସିରିଆରେ ଥିବା ଆମେରିକୀୟ ଆଉଟ୍‌ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା ।