Advertisment

ସ୍ଥଳଭାଗ ଛୁଇଁଲା ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ ହିନ୍ନାମନୋର

କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍‌ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି।

ଅଦ୍ୟତନ ହୋଇଛି
Typhoon Hinnamnor

Typhoon Hinnamnor

Advertisment

ଲ୍ୟାଣ୍ଡଫଲ କଲା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ସୁପର ଟାଇଫୁନ୍‌ ହିନ୍ନାମନୋର ଆଜି ସକାଳେ ସାଉଥ୍‌ କୋରିଆରେ ଦକ୍ଷିଣ ଭାଗରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ ବେଳେ ହିନ୍ନାମନୋର ତାର ଉଗ୍ରରୂପ ଦେଖାଇଥିଲା। ଘଣ୍ଟାପ୍ରତି ପବନର ବେଗ ସର୍ବାଧିକ ୨୧୦ କିମି ଥିଲା। ସାଉଥ୍ କୋରିଆ ସ୍ଥଳଭାଗ ଛୁଇଁବା ପରେ ଏହା କ୍ରମଶଃ ଜାପାନର ନର୍ଦର୍ଣ୍ଣ ସପୋରୋ ସହରକୁ ଗତି କରିବ।

Advertisment

କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍‌ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଟାଇଫୁନ୍ ଯୋଗୁଁ ବିମାନ ଓ ବ୍ୟବସାୟ ବ୍ୟାପକ ପ୍ରଭାବିତ ହୋଇଛି। ଉପକୂଳରେ ଥିବା ୩୫୦୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏବେ ବି ବର୍ଷା ପବନ ଲାଗି ରହିଛି। 

ସମ୍ଭାବ୍ୟ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ୧୫ ହଜାର ଲୋକଙ୍କୁ ଘର ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଯେପର୍ଯ୍ୟନ୍ତ ବାତ୍ୟା ସଂପୂର୍ଣ୍ଣ ଭାବେ ଅତିକ୍ରମ କରିନି, ସେପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ୟୁନ୍ ସୁକ୍ ୟଲ।

Advertisment
Super Typhoon Hinnamnor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ