Advertisment

ବାଂଲାଦେଶରେ ପୁଣି ଉତ୍ତେଜନା: ରାଷ୍ଟ୍ରପତିଙ୍କ ବହିଷ୍କାର ଦାବିରେ ଛାତ୍ର ବିକ୍ଷୋଭ

ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।

ଅଦ୍ୟତନ ହୋଇଛି
Bangladesh

Bangladesh

Advertisment

ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଆନ୍ଦୋଳନକାରୀ ବଙ୍ଗଭବନ ପରିସରରେ ମଧ୍ୟ ଧସେଇ ପଶିଥିଲେ।ଯାହାକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ, ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦୈନିକ ଖବରକାଗଜ ମାନବ ଜମିନକୁ ଶେଖ୍‌ ହାସିନାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ରାଜନୈତିକ ସଙ୍କଟ ପରେ ବାଂଲାଦେଶ ଛାଡିଥିଲେ ଶେଖ ହସିନା। ମାତ୍ର ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ତାଙ୍କ ପାଖରେ କୌଣସି ଦସ୍ତାବିଜ୍‌ ପ୍ରମାଣ ନାହିଁ। ବୋଧହୁଏ ଶେଖ୍‌ ହସିନାଙ୍କ ପାଖରେ ଏତେ ସମୟ ନଥିଲା‌।

କିନ୍ତୁ ଏହା ପୂର୍ବରୁ ଅଗଷ୍ଟ ୫ରେ ରାଷ୍ଟ୍ରପତି ସର୍ବସାଧାରଣରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି ଏବଂ ଏହାକୁ ସେ ଗ୍ରହଣ କରିଛି। ଏବେ ରାଷ୍ଟ୍ରପତି ତାଙ୍କ ବୟାନ ବଦଳାଇ ଦେଇଛନ୍ତି। ରାଷ୍ଟ୍ରପତି ମିଛ ବିବୃତି ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆନ୍ଦୋଳନ ତେଜିଛି। ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ବଙ୍ଗଭବନରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ସାଉଣ୍ଡ ଗ୍ରେନେଡ୍‌ ଫାୟାର କରିଥିଲା।

Advertisment

ତେବେ ଏହି ଘଟଣାରେ ସେନା ହସ୍ତକ୍ଷେପ କରିବାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲା।ହାସିନାଙ୍କୁ ବହିଷ୍କାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିବା ଆଣ୍ଟି-ଡିସ୍‌କ୍ରିମିନେଶନ ଷ୍ଟୁଡେଣ୍ଟ ମୁଭ୍‌ମେଣ୍ଟ ଶାହାବୁଦ୍ଦିନଙ୍କ ବହିଷ୍କାର ଦାବି କରିଛନ୍ତି। ଏଥିପାଇଁ ବିଶାଳ ରଲିର ଆୟୋଜନ କରିଥିଲା। ବାଂଲାଦେଶ ସମ୍ବିଧାନକୁ ରଦ୍ଦ କରିବା ସମେତ ଆନ୍ଦୋଳନକାରୀମାନେ ୫ ଦଫା ଦାବି ଉପସ୍ଥାପନ କରିଛନ୍ତି। ଏଥିସହିତ ଶାହାବୁଦ୍ଦିନଙ୍କ ବହିଷ୍କାର ପାଇଁ ସେମାନେ ସପ୍ତାହେ ସମୟ ଦେଇଛନ୍ତି।

Advertisment

ଗତ ଜୁଲାଇ ଏବଂ ଅଗଷ୍ଟରେ ଶେଖ୍‌ ହାସିନା ସରକାର ବିରୋଧରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ରାଜନୈତିକ ସଙ୍କଟ ଦେଖାଦେବାରୁ ଶେଖ୍‌ ହାସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ। ଏହାପରେ

Bangladesh Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ