ଜୋରଦାର ହେଉଛି ଗଙ୍ଗା ଅଭିଯାନ, ଭାରତୀୟ ଛାତ୍ରଙ୍କ ପାଇଁ ୟୁକ୍ରେନ୍‌ରେ ସ୍ୱତନ୍ତ୍ର ଟ୍ରେନ୍‌

ଭାରତ ସରକାରଙ୍କ ଅପରେସନ ଗଙ୍ଗା ସପ୍ତମ ପର୍ଯ୍ୟାୟରେ ୧୮୨ଜଣ ଭାରତୀୟ ନାଗିରକଙ୍କୁ ରୋମାନିଆର ବୁଚାରେଷ୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯାଉଛି ।

Ukraine

ୟୁକ୍ରେନର କିଭ୍ ସହରରେ ଅବସ୍ଥାପିତ ଭାରତୀୟ ଦୂତାବାସ ଦ୍ୱାରା ମିଳିଥିବା ଖବର ଅନୁସାରେ ପ୍ରାୟ ୪ଶହ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ପଶ୍ଚିମ ୟୁକ୍ରେନକୁ ସ୍ଥାନାନ୍ତର କରାଯାଇଛି । ଏହାସହ କିଭ୍‌ର କିଛି ଅଞ୍ଚଳରେ ଲାଗିଥିବା କର୍ଫ୍ୟୁ ହଟିଲେ ଅନ୍ୟାନ୍ୟ  ଏକ ହଜାର ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ଲାଗି ଯୋଜନା ରହିଛି ।

ସେପଟେ ଭାରତ ସରକାରଙ୍କ ଅପରେସନ ଗଙ୍ଗା ସପ୍ତମ ପର୍ଯ୍ୟାୟରେ ୧୮୨ଜଣ ଭାରତୀୟ ନାଗିରକଙ୍କୁ ରୋମାନିଆର ବୁଚାରେଷ୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯାଉଛି । ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି । ଏହାସହ କିଭ୍ ଅଞ୍ଚଳରେ ଯୁଦ୍ଧ ବିଭିଷିକା ଚାଲିଥିବା ବେଳେ ପ୍ରାୟ ୧୪ଶହ ଛାତ୍ରଛାତ୍ରୀଙ୍କୁ ଯାଫ୍ରୋଜିଆ ଅଞ୍ଚଳରୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ନେଇ ଭାରତୀୟ ଦୂତାବାସ ଟ୍ୱିଟ୍ କରିଛି ।

ସେପଟେ ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ମୁହାଁମୁହିଁ ହେଲେଣି ଆମେରିକା ଏବଂ ଋଷ । ଆଣବିକ ମିଜାଇଲ ପ୍ରସ୍ତୁତ ରଖିବାକୁ ରାଷ୍ଟ୍ରପତି ପୁଟିନ କହିବା ପରେ ଆସିଛି ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ । ସେ କହିଛନ୍ତି, ଜରୁରୀ ଆକ୍ରମଣ ପାଇଁ ଋଷ ତାର ଆଣବିକ କ୍ଷେପଣାସ୍ତ୍ର ବାହୀନିକୁ ସଜାଗ ରଖିବା ସହ ଅସ୍ତ୍ରଶସ୍ତ୍ର ପ୍ରସୁତ ରଖିଛି । ଉତ୍ତର ଏବଂ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଯୁଦ୍ଧ ଜାହାଜ ସହ ଆମେ ପ୍ରସ୍ତୁତ । ସେପଟେ ବେଲାରୁଷରେ ଥିବା ଦୂତାବାସକୁ ବନ୍ଦ କରିଦେଇଛି ଆମେରିକା ।

ଏପରିକି ଋଷରେ ଥିବା ଆମେରୀକିୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କୁହାଯାଇଛି । ଏହାରି ଭିତରେ ୟୁକ୍ରେନ ସ୍ଥିତି ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ବି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।