Advertisment

ଖାଇବା ଆଗ, ସୁନା ପଛ : ଦାନା ମୁଠେ ପାଇଁ ଗହଣା ବିକୁଛନ୍ତି ଶ୍ରୀଲଙ୍କା ଲୋକ

ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...

ଅଦ୍ୟତନ ହୋଇଛି
SRILANKA

SRILANKA

Advertisment

ଆର୍ଥିକ ସଂକଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା। ଲୋକମାନେ ଗଣ୍ଡେ ଖାଇବାଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଆଦି ସାମଗ୍ରୀର ଗୁରୁତର ଅଭାବ ଅନୁଭବ କରୁଛନ୍ତି। ଦେଶର ଅର୍ଥନୈତିକ ସଂକଟ ଏବେ ରାଜନୈତିକ ଏବଂ ସାମାଜିକ ସଂକଟରେ ପରିଣତ ହୋଇ ଗଲାଣି। ଆର୍ଥିକ ସମସ୍ୟା ସହ ସଂଗ୍ରାମ କରୁଥିବା ଶ୍ରୀଲଙ୍କାର ଲୋକଙ୍କ ଅବସ୍ଥା ବିଗିଡି ଯାଉଛି। ପେଟ୍ରୋଲ-ଡିଜେଲ ଏବଂ ଖାଦ୍ୟ ପଦାର୍ଥ ସମେତ ଅନେକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଗାଡିରେ ତେଲ ପକାଇବା ପାଇଁ ଲୋକମାନଙ୍କୁ ପେଟ୍ରୋଲ ପମ୍ପରେ ୨୪ ରୁ ୩୬ ଘଣ୍ଟା ଲାଇନରେ ଠିଆ ହେବାକୁ ପଡୁଛି।

Advertisment

ସ୍ଥିତି ଏମିତି ହୋଇଛି ଯେ, ଖାଇବା ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ବହୁ ସଂଖ୍ୟକ ଲୋକ ନିଜର ଅଳଙ୍କାର ବିକ୍ରୟ କରିବାକୁ ବାଧ୍ୟ ହେଇଛନ୍ତି। ଖାଇବାକୁ ଟଙ୍କା ନଥିବାରୁ ସୁନା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏଠାକାର ଲୋକମାନେ। ପ୍ରଥମ ଥର ପାଇଁ ଦେଶରେ ଏଭଳି ସ୍ଥିତି ଦେଖିବାକୁ ହେଉଛି ବୋଲି କହୁଛନ୍ତି ଶ୍ରୀଲଙ୍କାର ଗହଣା ବ୍ୟବସାୟୀ। ଲୋକମାନେ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା ପାଇଁ ସୁନା ବିକ୍ରି କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଶ୍ରୀଲଙ୍କାରେ ୨୪ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପ୍ରତି ଏକ ଲକ୍ଷ ନବେ ହଜାର ଟଙ୍କା ରହିଛି। ସେହିପରି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ କପେ ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଂଚିଛି। ଆଳୁ କିଲୋ ୨ ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ ଏକ ଲିଟର କ୍ଷୀର କିଣିବାକୁ ୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

Advertisment
Sri Lanka Economic Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ