Advertisment

ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ରାଷ୍ଟ୍ରପତି ରାଜପକ୍ସେ

ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ

ଅଦ୍ୟତନ ହୋଇଛି
Lankan President Rajapaksa

Lankan President Rajapaksa

Advertisment

 ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ । ମାଳଦ୍ୱୀପରୁ ସେ ପ୍ରାଇଭେଟ୍ ଜେଟରେ ସିଙ୍ଗାପୁର ଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଯାଇଥିବା ଜଣାପଡ଼ିଛି । ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ ହେବା ପରେ ସେ ଦେଶ ଛାଡ଼ି ମାଳଦ୍ୱୀପ ପଳାଇଥିଲେ ସେଠାରୁ ସେ ସିଙ୍ଗାପୁର ଚାଲିଯାଇଛନ୍ତି ।

Advertisment

ଏପଟେ ଅଶାନ୍ତ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ କର୍ଫ୍ୟୁ ଲାଗିଛି । ଆଜି ମଧ୍ୟାହ୍ନରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସ୍ଥିତି ନିୟନ୍ତ୍ରଣ ପାଇଁ କାଲି ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିବା ବେଳେ ଆଜି କଲମ୍ବୋରେ କର୍ଫ୍ୟୁ ଲାଗିଛି । ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ବି ଜନ ଆନ୍ଦୋଳନ ଥମିନି ।

ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାର୍ଲାମେଣ୍ଟ ଚାରିପାଖରେ ବି ରୁଣ୍ଡ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛନ୍ତି । ଅରାଜକତା ଏଡେଇବା ଲାଗି ବିକ୍ଷୋଭକାରୀଙ୍କୁ ଗିରଫ କରିବା ଲାଗି କାମଚଳା ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ତେଣେ ଦେଶରେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ତାସହିତ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଚାଲିଛି । ଅନ୍ତରୀଣ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପଦରୁ ହଟିଯିବେ ବୋଲି ବିକ୍ରମସିଙ୍ଘେ ଘୋଷଣା କରିସାରିଛନ୍ତି । ତେବେ ରାଷ୍ଟ୍ରପତି ଚୌକିରୁ ବିକ୍ରମସିଙ୍ଘେଙ୍କୁ ଦୂରେଇ ରଖାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି ।

 ନହେଲେ ସେମାନେ ଆନ୍ଦୋଳନକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ସେନା ଓ ପୋଲିସ ପକ୍ଷରୁ ଲୋକଙ୍କୁ କୁହାଯାଇଛି । ତେଣେ ଦେଶର ସମ୍ବିଧାନ ଅନୁସାରେ ହିଁ କ୍ଷମତା ହସ୍ତାନ୍ତର ସମ୍ଭବ ବୋଲି ସାମ୍ବିଧାନିକ ବିଶେଷଜ୍ଞ ମତ ଦେଇଛନ୍ତି ।

Advertisment
President Rajapaksa Srilanka Crisis Singapore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ