Advertisment

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

ବାସଭବନ ଘେରିଲେ ପ୍ରତିବାଦକାରୀ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି...

ଅଦ୍ୟତନ ହୋଇଛି
Sri Lanka President Gotabaya Rajapaksa flees as protesters surround the residence

Sri Lanka President Gotabaya Rajapaksa flees as protesters surround the residence

Advertisment

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଘରେ ପଶି ପ୍ରତିବାଦକାରୀମାନେ ଭଙ୍ଗାରୁଜା କରିବା ପରେ ସେ ଦେଶଛାଡି ପଳାଇଥିବା ସୂଚନା ମିଳିଛି । 

Advertisment

ସୂଚନା ଅନୁସାରେ, ଶ୍ରୀଲଙ୍କାରେ ଚିଲିଥିବା ଆର୍ଥିକ ସଂକଟକୁ ନେଇ ଦିନକୁ ଦିନ ଏଠି ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଜି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଘରକୁ ଘେରି ଦେଇଥିଲେ। ପ୍ରବଳ ଭଙ୍ଗାରୁଜା କରିଥିଲେ। ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ଘର ଛାଡି କେଉଁଆଡେ ପଳାଇ ଯାଇଥିବା କୁହାଯାଉଛି।

ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ହିଂସାକାଣ୍ଡ ଲାଗି ରହିଛି । ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଛି । କଲମ୍ବୋରେ ଏବେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି । ବିରୋଧୀଙ୍କ ହିଂସାତ୍ମକ ଆନ୍ଦୋଳନ ଉପରେ କଡା ନଜର ରଖାଯାଇଛି ।

Advertisment

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭୟଙ୍କର ହିଂସା ସଂଗଠିତ ହୋଇଛି । ହିଂସାରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏତିକିରେ ହିଂସା ମଧ୍ୟ ଥମିନାହିଁ । ବିଦାୟୀ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବାସଭବନରେ ବି ଭଙ୍ଗାରୁଜା ହୋଇଛି । ଜଣେ ସାଂସଦଙ୍କ ଘର ଜାଳି ଦିଆଯାଇଥିବା ବେଳେ ଅନେକ ସାଂସଦଙ୍କ ଘରେ ଆକ୍ରମଣ ହୋଇଛି । 

Gotabaya Rajapaksa Sri Lanka President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ