Advertisment

ଘୋର ଆର୍ଥିକ ସଙ୍କଟ: ସ୍କୁଲ୍‌ ବନ୍ଦ ପାଇଁ ନିଷ୍ପତ୍ତି, ୱାର୍କ ଫର୍ମ ହୋମ୍‌ ପାଇଁ ପରାମର୍ଶ

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ବଦଳି ଯାଇଛନ୍ତି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍କୁଲ୍‌ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

Sri Lanka Govt Faces Economic Crisis

Sri Lanka Govt Faces Economic Crisis

Advertisment

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ବଦଳି ଯାଇଛନ୍ତି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍କୁଲ୍‌ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। କାରଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ ପହଞ୍ଚାଇବା ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ପାଖରେ ଆବଶ୍ୟକୀୟ ଇନ୍ଧନ ନାହିଁ।    

Advertisment

ବିଦେଶୀ ମୁଦ୍ରା ଉପାର୍ଜନ କରି ଅନୌପଚାରିକ ଭାବେ ବ୍ୟାଙ୍କ ଗୁଡ଼ିକ ମାଧ୍ୟମରେ ପଠାଇବା ପରିବର୍ତ୍ତେ ଘରକୁ ପଠାଇବା ଲାଗି ବାହାରେ ରହୁଥିବା ନାଗରିକଙ୍କୁ ଶକ୍ତି ମନ୍ତ୍ରୀ ଅପିଲ୍‌ କରିଛନ୍ତି। ଫଳରେ ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ସଙ୍କଟ ଦୂର ହୋଇପାରିବ। ବିଦେଶୀ ଋଣ ଭାରରେ ବୁଡ଼ିକି ରହିଥିବା ଶ୍ରୀଲଙ୍କାକୁ  ଇନ୍ଧନ ଯୋଗାଇବା ଲାଗି କେହିବି ପ୍ରସ୍ତୁତ ନାହାନ୍ତି। ବର୍ତ୍ତମାନ ଉପଲ୍ଲବ୍ଧ ଥିବା ଇନ୍ଧନ ମାତ୍ର କିଛିଦିନ ପର୍ଯ୍ୟନ୍ତ ଚାଲିବ। ଯାହାକି ଆବଶ୍ୟକୀୟ ସେବା ଗୁଡ଼ିକୁ ଯୋଗାଇ ଦିଆଯିବ। 

ଶକ୍ତି ମନ୍ତ୍ରୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି, ‘ଟଙ୍କା ଯୋଗାଡ଼ କରିବା ଏକ ବଡ଼ ଚ୍ୟାଲେଞ୍ଜ। ନୂଆ ଇନ୍ଧନ ‘ଷ୍ଟକ୍‌’ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୪୦,୦୦୦ ମେଟ୍ରିକ୍‌ ଟନ୍‌ ଡିଜେଲ ପରିବହନ କରୁଥିବା ଏକ ବିମାନ ଶୁକ୍ରବାର ଦିନ ଶ୍ରୀଲଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସେହିପରି ଜୁଲାଇ ୨୨ରେ  ଅନ୍ୟ ଏକ ବିମାନରେ ପେଟ୍ରୋଲ ଅଣାଯିବ।’    

Advertisment

ଇନ୍ଧନର ଅନେକ ସାମଗ୍ରୀ ଆସିବାର ଯୋଜନା ରହିଛି। ଏଥିପାଇଁ ଅଧିକାରୀମାନେ ୫୮.୭ କୋଟି ଡଲାର ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି। ଶ୍ରୀଲଙ୍କା ଉପରେ ୭ଟି ଇନ୍ଧନ ଯୋଗାଣକାରୀଙ୍କ ପାଖାପାଖି ୮୦ କୋଟି ଡଲାର ବାକି ଅଛି। ଗତ ସପ୍ତାହରେ ଇନ୍ଧନ କମ୍‌ ଯୋଗୁ ଶ୍ରୀଲଙ୍କାରେ ଦିନକ ପାଇଁ ସ୍କୁଲ୍‌ ବନ୍ଦ କରାଯାଇଥିଲା ଓ ସହରୀ ଅଞ୍ଚଳରେ ଗତ ୨ ସପ୍ତାହ ହେବ ସ୍କୁଲ୍‌ ବନ୍ଦ ରହିଛି। ବର୍ତ୍ତମାନ ଶୁକ୍ରବାର ଯାଏ ସ୍କୁଲ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

ସୋମବାର ଦିନ ସାରାଦେଶରେ ୩ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ଲାଗି ଘୋଷଣା ମଧ୍ୟ କରାଯାଇଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ଗତ କିଛିମାସ ହେବ ବିଦ୍ୟୁତ୍‌ କାଟ୍‌ ସହ ରୋଷେଇ ଗ୍ୟାସ୍‌, ଔଷଧ ଓ ଖାଦ୍ୟ ସାମଗ୍ରୀ ସମେତ ଆବଶ୍ୟକୀୟ ଜିନିଷର ଅଭାବ ଦେଖା ଦେଇଛି। 

Advertisment
Economic Crisis Sri Lanka Economic Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ