Sri Lanka Crisis Ranil Wickremesinghe Sworn In As Interim President
ରାଜନୈତିକ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିିକ୍ରେମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିିକ୍ରେମାସିଂଘେ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ। ଏହାପରେ ସଂସଦ ଦେଶର ନୂତନ ରାଷ୍ଟ୍ରପତି ଚୟନ କରିବ। ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ମାଳଦ୍ୱୀପକୁ ପଳାଇବା ଏବଂ ଇସ୍ତଫା ଦେବା ପରେ ବିକ୍ରେମାସିଂଘେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା କଥା ବାଚସ୍ପତି ମହିନ୍ଦା ଆବେବର୍ଦ୍ଧନା ଔପଚାରିକ ଭାବେ ଘୋଷଣା କରିଥିଲେ। ଗୋଟାବାୟା ଇ-ମେଲ୍ ଜରିଆରେ ପଠାଇଥିବା ଇସ୍ତଫା ପତ୍ରଟିକୁ ବାଚସ୍ପତି ଗ୍ରହଣ କରିଥିବା ସେ କହିଛନ୍ତି।
ଆଜି ଶ୍ରୀଲଙ୍କାର ପାର୍ଲାମେଣ୍ଟ ବସିବାର ଅଛି। ଶାନ୍ତି ବଜାୟ ରଖିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରି ଶ୍ରୀଲଙ୍କାର ବାଚସ୍ପତି କହିଛନ୍ତି, ସମସ୍ତ ସାଂସଦଙ୍କୁ ଶାନ୍ତିପୂର୍ଣ୍ଣ ବାତାବରଣରେ ଛାଡ଼ନ୍ତୁ।ଫଳରେ ୭ ଦିନ ମଧ୍ୟରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସେମାନେ ଭାଗ ନେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657943500.jpg)