Advertisment

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା, ଜାରି ହେଲା ଜରୁରୀକାଳୀନ ପରିସ୍ଥିତି

ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।

Srilanka Crisis

Srilanka Crisis

Advertisment

ପଡ଼ୋଶୀ ଶ୍ରୀଲଙ୍କାରେ ଲାଗୁ ହେଲା ଜରୁରୀକାଳୀନ ପରିସ୍ଥିତି । ଏପ୍ରିଲ ୧ ତାରିଖରୁ ଲାଗୁ ନେଇ ରାଷ୍ଟ୍ରପତି ଗୋଟବାୟାଙ୍କ ଗେଜେଟ୍ ସ୍ୱାକ୍ଷର କରିଛନ୍ତି। ଜରୁରୀ ପରିସ୍ଥିତି ଘୋଷଣା କରି ସବୁ କ୍ଷମତା ରାଷ୍ଟ୍ରପତି ହାତକୁ ନେଲେ। ଅଟକ, ବାଜ୍ୟାପ୍ତି ଓ ଆଇନ ବଦଳାଇବା କ୍ଷମତା ହାତକୁ ନେଲେ ରାଷ୍ଟ୍ରପତି।

Advertisment

ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଅନେକ ସ୍ଥାନରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ଓ ଆର୍ଥିକ ସଂକଟ ଯୋଗୁଁ ଦେଶରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ସେହିପରି ତୈଳ, ଗ୍ୟାସ ସଂକଟ ମଧ୍ୟ ଦେଖାଦେଇଛି ଡିଜେଲ ନ ମିଳିବାରୁ ଦେଶରେ ବିଜୁଳି ସଂକଟ ବି ଦେଖାଦେଇଛି ।

ଶ୍ରୀଲଙ୍କାର ସାମ୍ବିଧାନିକ ଧାରା ୧୫୫ ଅନୁଯାୟୀ ଦେଶରେ ଜରୁରୀକାଳୀନ ବ୍ୟବସ୍ଥା ଘୋଷଣା ପାଇଁ ରାଷ୍ଟ୍ରପତିଙ୍କ ହାତରେ କ୍ଷମତା ରହିଛି। ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଜରୁରୀକାଳୀନ ବ୍ୟବସ୍ଥାକୁ କୋର୍ଟରେ ଚାଲେଞ୍ଜ ହୋଇପାରିବ ନାହିଁ। ଏହି ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାଏମ ରହିବାର ନିୟମ ରହିଛି । ଶ୍ରୀଲଙ୍କାର ସଂସଦ ଏହି ଜୁରରୀକାଳୀନ ଘୋଷଣାକୁ ୧୪ ଦିନ ମଧ୍ୟରେ ମଞ୍ଜୁର ହେବା ବିଧି ରହିଛି। ଯଦି ସଂସଦରେ ‌ଏହି ବ୍ୟବସ୍ଥା ପାରିତ ନହୁଏ ତେବେ ଏହା ରଦ୍ଦ ହୋଇଯିବ।

Advertisment
Emergency Alert Srilanka Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ