Advertisment

ପୁଟିନ୍‌ଙ୍କୁ ବାଇଡେନ୍‌ଙ୍କ ଚରମବାଣୀ; କହିଲେ ଆମ ଧୈର୍ଯ୍ୟର ପରୀକ୍ଷା ନ କର, ନଚେତ୍‌..

ବାରମ୍ବାର ଆମେରିକାର ଚେତବନୀ ପରେ ମଧ୍ୟ ପଛକୁ ହଟୁନି ଋଷିଆ। ଆଉ ଏହାରି ମଧ୍ୟରେ ବାଇଡେନ୍‌ କହିଛନ୍ତି, ଯଦି ନାଟୋର ଅଂଚଳକୁ ଋଷ ପ୍ରବେଶ କରେ ତେବେ ପରସ୍ଥିତି ଭୟଙ୍କର ହେବ।

Ukraine Russia War, America

Ukraine Russia War, America

Advertisment

ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ସରିବାର ନା ନେଉନି। ଦିନ ଯେତିକି ଯେତିକି ବଢୁଛି ଯୁଦ୍ଧର ସେତିକି କ୍ଷତି କରୁଛି। ପୂରା ବିଶ୍ୱ ଯୁଦ୍ଧ ଦେଖୁଛି ସତ ହେଲେ କେମିତି ଯୁଦ୍ଧ ସରିବ ସେନେଇ କୌଣସି ବି ପଦକ୍ଷେପ ନିଆଯାଉନଥିବା ପରି ମନେ ହେଉଛି। ୟୁକ୍ରେନ ଉପରେ ଘମାଘୋଟ୍‌ ଆକ୍ରମଣ କରିଚାଲିଛି ଋଷିଆ। ସ୍ଥିତି ଏମିତି ହେଲାଣି ଯେ, ହଜାର ହଜାର ନୀରିହ ଲୋକଙ୍କ ପ୍ରାଣ ବି ଗଲାଣି।

Advertisment

ସେପଟେ, ବାରମ୍ବାର ଆମେରିକାର ଚେତବନୀ ପରେ ମଧ୍ୟ ପଛକୁ ହଟୁନି ଋଷିଆ। ଆଉ ଏହାରି ମଧ୍ୟରେ ବାଇଡେନ୍‌ କହିଛନ୍ତି, ଯଦି ନାଟୋର ଅଂଚଳକୁ ଋଷ ପ୍ରବେଶ କରେ ତେବେ ପରସ୍ଥିତି ଭୟଙ୍କର ହେବ। କେବଳ ଏତିକି ନୁହେଁ ବରଂ ଋଷ ଆମେରିକାର ଧୈର୍ଯ୍ୟର ପରୀକ୍ଷା ନନେଉ ବୋଲି ସିଧାସଳଖ ବାଇଡେନ୍‌ କହିବା ସହ କେବଳ ୟୁକ୍ରେନରେ ଋଷ ସୈନ୍ୟ ସୀମିତ ରୁହନ୍ତୁ ବୋଲି ବାଇଡେନ୍‌ କହିଛନ୍ତି।

ହ୍ୱାଇଟ୍‌ ହାଉସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଯୁଦ୍ଧ ଉପରେ ବାଇଡେନ୍‌ ପ୍ରଶାସନ ନଜର ରଖିଛି। ଏବଂ କୌଣସି ପରିସ୍ଥିତିରେ ବି ଋଷିଆର ମନମାନିକୁ ସହ୍ୟ କରାଯିବ ନାହିଁ। ଏହାସହ ନାଟୋ ମଧ୍ୟ ସଜାଗ ଥିବା ସହ ସବୁ ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ଥିବା ବାଇଡେନ୍‌ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଚୀନକୁ ମଧ୍ୟ କଡା ଚେତାବନୀ ଦେଇଛନ୍ତି ବାଇଡେନ୍‌। ଯଦି ଯୁଦ୍ଧ ସମୟରେ ଚୀନ ଋଷିଆକୁ କୌଣସି ପ୍ରକାର ସହାୟତା କରେ ତେବେ ସେ ଖଣ୍ଡଖଣ୍ଡ ହୋଇଯିବ ବୋଲି ଆମେରିକା କହିଛି।

Advertisment

ସେପଟେ ଆମେରିକାର ଏପରି ଆକ୍ରମଣାତ୍ମକ ପ୍ରତିକ୍ରିୟାରେ ଯବାବ ରଖିଛି ଋଷ୍‌। ମସ୍କୋ କହିଛି, ଆମେ କାହାରିକୁ ସାହାଯ୍ୟ ମାଗିନୁ। ଯୁଦ୍ଧ ଲଢିବା ପାଇଁ ଆମ ସୈନ୍ୟିକ ପୂରା ଫିଟ୍‌ ଅଛନ୍ତି। କୌଣସି ପରସ୍ଥିତିରେ ଆମେ ପଛକୁ ଘୁଂଚିବୁ ନାହିଁ। ୟୁକ୍ରେନ ସହ ଲଢେଇ ଜାରି ରହିବ। ଏଥିରେ ଯଦି ଅନ୍ୟ କୌଣସି ରାଷ୍ଟ୍ର ମୁଣ୍ଡ ପୂରାଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ମସ୍କୋ କହିଛି...ସେ ଯାହା ବି ହେଉ ବାଇଡେନ୍‌ଙ୍କ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

America Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ