Advertisment

ଏହି ବନ୍ଦରରେ ସଜାଗ ପୁଟିନଙ୍କ ଗୁପ୍ତ ଜାହାଜ, ଯେଉଁଥିରେ ରହିଛି ଏସବୁ ସୁବିଧା

ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧା..

460ft Super Yacht

460ft Super Yacht

Advertisment

କେହି ପଛକୁ ଫେରିବାକୁ ନାରାଜ । ଆଜିକୁ ପ୍ରାୟ ମାସେ ହେବ ମୁହାଁମୁହିଁ ଯୁଦ୍ଧ। ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବା ବେଳେ ପୁଟିନଙ୍କ ଗୁମର ଖୋଲିବାରେ ଲାଗିଛି। ଏବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌ଙ୍କର ଆଉ ଏକ ଲୁକାୟିତ ତଥ୍ୟ ସାମ୍ନାକୁ ଆସିଛି। ପୁଟିନ୍‌ଙ୍କର କୁଆଡେ ଏକ ୪୬୦ ଫୁଟ ବିଶିଷ୍ଟ ସୁପରୟାଚ୍ ରହିଛି। ଯାହା ବର୍ତ୍ତମାନ ଇଟାଲୀର ପଶ୍ଚିମ ଉପକୂଳର ମାରିନା ଡି କାରାରା ବନ୍ଦରରେ ଡେରା ପକାଇଛି।

Advertisment

ପୁଟିନଙ୍କ ଏହି ଗୁପ୍ତ ଜାହାଜର ମୂଲ୍ୟ ୭୦୦ ମିଲିୟନ ଡଲାର ହେବ ବୋଲି କୁହାଯାଉଛି। ‘ସ୍କେହେର ଜାଦେ’ ନାମକ ଏହି ସୁପରୟାଚର ମାଲିକ କିଏ ତାହା ସର୍ବସାଧାରଣ ଜାଣିନାହିଁ। ସମସ୍ତଙ୍କ ପାଇଁ ଏହା ଲୁକାୟିତ ହୋଇ ରହିଛି। ଗୁପ୍ତ ଜାହାଜର ଲମ୍ବ ୧୪୦ ମିଟର ହୋଇଥିବା ବେଳେ ଏଥିରେ ବହୁ ବିଳାସପୂର୍ଣ୍ଣ ବୈଶିଷ୍ଠ୍ୟ ରହିଛି। ଏଥିରେ ଦୁଇଟି ହେଲିପ୍ୟାଡ୍ ମଧ୍ୟ ରହିଛି। ଯାହାକି ଏକ ଆପାର୍ଟମେଣ୍ଟର ଦୁଇଟି ବ୍ଲକ ସହ ସମାନ। ଯେଉଁଥିରେ ସ୍ପା ଓ ସେଲୁନ୍ ମଧ୍ୟ ରହିଛି।

ରୁଷର ବିରୋଧୀ ଦଳର ନେତା ଆଲେକ୍ସୀ ନାଭାଲନିଙ୍କ ଦୁର୍ନୀତି ନିବାରଣ ୟୁନିଟ୍ ଏହି ଜାହାଜକୁ ଜବତ କରିବାକୁ ଇଟାଲୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ନାଭାଲିନ୍‌ଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ ଏହାର ଏକ ଭିଡିଓ ସେୟାର କରିଛି। ନାଭାଲନିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଉପସ୍ଥାପିକା ଜର୍ଜି ଆଲବୁରୋଭ ଏବଂ ମାରିଆ ପେଭଚିକଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ ଜାହାଜର କ୍ୟାପଟେନ ଜଣେ ବ୍ରିଟିଶର ଅଟନ୍ତି । ଅବଶିଷ୍ଟ କର୍ମଚାରୀମାନେ ରୁଷର ଦୁଇଟି ଗୁପ୍ତ ସେବା FSO ଏବଂ FSBରୁ ଆସିଛନ୍ତି।

Advertisment

ସୋସିଆଲ ମିଡିଆରେ ପେଭଚିକ୍ କହିଛନ୍ତି ଯେ, ଦୀର୍ଘ ଏକ ଦଶନ୍ଧି ହେବ ଆମେ ପୁଟିନଙ୍କ ଦୁର୍ନୀତିର ଅନୁସନ୍ଧାନ କରିଛୁ। ଗୋଟିଏ କଥାରେ ଆମେ ନିଶ୍ଚିତ ଯେ, ପୁଟିନ ତାଙ୍କ ନିଜ ସମ୍ପତ୍ତି ନିଜ ନାମରେ କେବେ ହେଲେ ରଖନ୍ତି ନାହିଁ।

Vladimir Putin Ukraine Russia War 460ft Super Yacht
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ