Advertisment

ପୁଟିନ୍‌ଙ୍କ ଖାସ୍‌ ଲୋକକୁ କାବୁ କରି ଋଷକୁ ଧମକ ଦେଲା ୟୁକ୍ରେନ୍‌, କହିଲା..

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଖାସ୍‌ ଲୋକ କୁହାଯାଉଥିବା ବିକାଶ ମେଡଭେଡଚୁକଙ୍କୁ ଗିରଫ କରିଥିବା ଦାବି କରିଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Ukraine Arrests Russian Prez

Ukraine Arrests Russian Prez

Advertisment

ପୁଟିନ୍‌ଙ୍କ ଖାସ୍‌ ଲୋକକୁ ବାନ୍ଧି ନେଲା ୟୁକ୍ରେନ୍‌। ଏବେ ଚିନ୍ତାରେ ଋଷିଆ। କେମିତି ତାଙ୍କୁ ୟୁକ୍ରେନ ସେନା ହାତରୁ ମୁକୁଳାଯିବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ଋଷିଆ। ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମସ୍କୋକୁ ଚେକ୍‌ ଦେବା ପାଇଁ ଅଣ୍ଟା ଭିଡ଼ିଲା ୟୁକ୍ରେନ୍‌। ମହାଯୁଦ୍ଧକୁ ଦେଢମାସ ବିତିଥିବା ବେଳେ ଏମିତି କିଛି ୟୁକ୍ରେନ କରିଛି ଯାହାକୁ ନେଇ ଚିନ୍ତା ବଢିଛି ଋଷ୍‌ର।

Advertisment

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଖାସ୍‌ ଲୋକ କୁହାଯାଉଥିବା ବିକାଶ ମେଡଭେଡଚୁକଙ୍କୁ ଗିରଫ କରିଥିବା ଦାବି କରିଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ଦେଖିବାକୁ ମିଳିଛି । ଗିରଫ ନେଇ ଖୋଦ୍‌ ୟିକ୍ରେନ ରାଷ୍ଟ୍ରପତି ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦେଶଦ୍ରୋହ ମାମଲାରେ ମେଡଭେଡଚୁକଙ୍କୁ ଗିରଫ କରିଥିଲା ୟୁକ୍ରେନ୍‌। କିନ୍ତୁ କୌଣସି କାରଣ ବସତଃ ଗତବର୍ଷ ଜେଲରୁ ଖସି ଆସିଥିଲେ ମେଡଭେଡଚୁକ। ସେପଟେ ମେଡଭେଡଚୁକଙ୍କୁ ଛାଡ଼ିବା ପାଇଁ ଦାବି କରିଛି ମସ୍କୋ। ହେଲେ ଏହା ବଦଳରେ ୟୁକ୍ରେନ ଯେଉଁ ନାଗରିକ ଓ ସୈନ୍ୟଙ୍କୁ ଋଷିଆ ବନ୍ଦୀ କରିଛି ସେମାନଙ୍କୁ ମୁକ୍ତ କରିବାକୁ ଜେଲେନସ୍କି କହିଛନ୍ତି।

Advertisment

ସେପଟେ ଏ ଘଟଣା ଜଣାପଡ଼ିବା ପରେ ମସ୍କୋ କହିଛି, ମେଡଭେଡଚୁକଙ୍କ ଗିରଫ ନେଇ ଏବେ ଗଣମାଧ୍ୟମରେ ଖବର ପାଇଲୁ। ତେବେ ତାଙ୍କୁ କେମିତି ମୁକ୍ତ କରାଯିବ ଏବଂ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି ନେଇ ପୁଟିନ୍‌ଙ୍କୁ ଅବଗତ କରାଯିବ ବୋଲି ମସ୍କୋ ସ୍ପଷ୍ଟ କରିଛି। ତେବେ ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ ୟୁକ୍ରେନର ସାଂସଦ ଥିଲେ।

ଏହାସହ ସେ ବିରୋଧୀ ଦଳର ଫର୍‌ ଲାଇଫ୍‌ର ନେତା ମଧ୍ୟ। ‘For Life’ ପାର୍ଟି ଋଷ ସମର୍ଥିତ ବୋଲି କୁହାଯାଉଛି। ଏହି ପାର୍ଟି ଋଷ୍‌କୁ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଜେଲେନସ୍କି ପ୍ରତିବନ୍ଧକ ଲଗାଇ ଥିଲେ। ଭିକ୍ଟର, ପୁଟିନଙ୍କ ଅତି ଘନିଷ୍ଠ ବନ୍ଧୁ ବୋଲି ମଧ୍ୟ କୁହାଯାଉଛି। ୨୦୦୩ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ସେ ଯାହା ବି ହେଉ ତାଙ୍କୁ ମୁକ୍ତ କରିବାକୁ ଋଷିଆ କଣ କରୁଛି ସେନେଇ ପୂରା ବିଶ୍ୱର ନଜର ରହିଛି।

Advertisment
Russia-Ukraine War Ukraine Arrests Russian Prez
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ