Advertisment

କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ : ଅଫର୍ ପାଇ ଲୁଟିନେଲେ

ବିଶାଳ ସପିଂ ମଲକୁ ଲୁଟିନେଲେ ହଜାର ହଜାର ଭିକାରୀ ଜନତା। ମଲ ମାଲିକ ଦେଇଥିଲେ ବମ୍ପର ଅଫର କିନ୍ତୁ ପରିସ୍ଥିତି ଏପରି ହେଲା ତାଙ୍କ ମୁଣ୍ଡ ଚକ୍କର କାଟିଲା ।

ଅଦ୍ୟତନ ହୋଇଛି
Mall Looted

Mall Looted

Advertisment

କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ। ବିଶାଳ ସପିଂ ମଲକୁ ଲୁଟିନେଲେ ହଜାର ହଜାର ଭିକାରୀ ଜନତା। ମଲ ମାଲିକ ଦେଇଥିଲେ ବମ୍ପର ଅଫର କିନ୍ତୁ ପରିସ୍ଥିତି ଏପରି ହେଲା ତାଙ୍କ ମୁଣ୍ଡ ଚକ୍କର କାଟିଲା । ପାକିସ୍ତାନର ଏକ ସପିଂ ମଲ ଭିତରେ ପସିଯାଇଛନ୍ତି ହଜାର ହଜାର ପାକିସ୍ତାନୀ ଜନତା। ଯାହା ହାତକୁ ଆସୁଛି ଖୁଲମ ଖୁଲା ଲୁଟ କରୁଛନ୍ତି। ସତେକି ବିଲେଇ କପାଳକୁ ଶିକା ଛିଣ୍ଡିଛି ।

Advertisment

ପାକିସ୍ତାନ କରାଚୀର ଗୁଲିସ୍ତାନ-ଏ-ଜୌହରରେ ଥିବା ଏକ ସପିଂମଲ ଡ୍ରିମ ବଜାରର ଘଟଣା । ସୂଚନାନୁସାର, ବିଦେଶରେ ରହୁଥିବା ପାକିସ୍ତାନୀ ବଂଶୋଦ୍ଭବ ଜଣେ ବ୍ୟବସାୟୀ କରାଚୀରେ ଡ୍ରିମ ବଜାର ନାମକ ଏକ ସପିଂମଲ ତିଆରି କରିଥିଲେ। ସେପ୍ଟେମ୍ବର ୧ ତାରିଖ ଉଦଘାଟନ ଦିନ ସେ ପାକିସ୍ତାନୀଙ୍କ ପାଇଁ ବମ୍ପର ଅଫର ଘୋଷଣା କରିଥିଲେ। ଯେଉଁଥିରେ ଗ୍ରାହକ ସର୍ବନିମ୍ନ ମାତ୍ର ୫୦-୧୦୦ ଟଙ୍କା ଖର୍ଚ୍ଚ କରି ପୋଷାକ କିଣିପାରିଥାନ୍ତେ। ତାଙ୍କର ଆଶା ଥିଲା ମଲର ପ୍ରଥମ ଦିନରେ ଅଧିକ ଲୋକ ଆସିବେ ଓ ଖୁବ ଭଲ ବେପାର ହେବ। ଯାହା ସତ ହେଲା, ଉଦଘାଟନ ଦିନ ମଲକୁ ହଜାର ହଜାର ଲୋକ ଆସିଥିଲେ ହେଲେ କିଣିବାକୁ ନୁହଁ ମଲ୍ ଲୁଟିବାକୁ।

ମଲର ସଟର ଖୋଲିବା ମାତ୍ରେ ହଜାର ହଜାର ଲୋକ ମଲ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ କର୍ମଚାରୀମାନେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଥିଲେ। ହଜାର ହଜାର କାଙ୍ଗାଳ ପାକିସ୍ତାନୀ ମଲକୁ ଭଙ୍ଗାରୁଜା କରିବା ସହ ସବୁ ଜିନିଷ ଲୁଟି ନେଇଥିଲେ। ଏପରିକି କିଛି ଲୋକ ଏହାର ଭିଡିଓ ମଧ୍ୟ ବନାଇଥିଲେ ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

Advertisment

ଆଉ ଲୁଟ୍ ପରର ଏ ଦୃଶ୍ୟ  ଦେଖି ମଲ ମାଲିକ ଓ କର୍ମଚାରୀ ମଧ୍ୟ ହତବାକ ହୋଇଯାଇଛନ୍ତି। ପାକିସ୍ତାନୀ ଜନତାଙ୍କୁ ସୁଲଭ ମୂଲ୍ୟରେ ଜିନିଷ ଯୋଗାଇ ଦେବାକୁ ସେ ଡ୍ରିମ ବଜାର ଖୋଲିଥିଲେ। ହେଲେ ପାକିସ୍ତାନୀ କାଙ୍ଗାଳ ତାଙ୍କ ସ୍ୱପ୍ନରେ ଫୁଲଷ୍ଟପ ଲଗାଇଦେଲେ ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ