Advertisment

ଦୁର୍ଘଟଣାରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌; ୪୫ ମୃତ

ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍‌ ଉପରୁ ଏକ ବସ୍‌ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
South Africa Bus Crash

Bus Catches Fire

Advertisment

ଦକ୍ଷିଣ ଆଫ୍ରିକାରେ ଦୁର୍ଘଟଣା ପରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌। ୪୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ସୂଚନା ମିଳିଛି। ଉତ୍ତରାଞ୍ଚଳ ଲିମ୍ପୋପୋରେ ଏହି ମର୍ମନ୍ତ୍ରୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍‌ଟି ଦୁର୍ଘଟଣା ପରେ ଜଳିଯାଇଥିବା କୁହାଯାଉଛି। ଏହି ଘଟଣାରେ କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାନୁଯାୟୀ ସମସ୍ତ ଯାତ୍ରୀ ପଡ଼ୋଶୀ ଦେଶ ବୋତ୍ସବାନାର ରାଜଧାନୀ ଗାବୋରୋନ୍‌ରୁ ଇଷ୍ଟର ସମ୍ମିଳନୀ ପାଇଁ ଏକ ଚର୍ଚ୍ଚକୁ ଯାଉଥିଲେ। କିନ୍ତୁ ବସ୍‌ଟି ବ୍ରିଜ୍‌ ଉପରେ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ୫୦ ମିଟର ତଳକୁ ଖସିଯାଇଥିଲା। ବସ୍‌ଟି ତଳେ ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବସ୍‌ଟି ପୂରା ଜଳି ଯାଇଛି। ତା’ ସହିତ ଅନେକ ମୃତକ ମଧ୍ୟ ଜଳି ଯାଇଛନ୍ତି।

ଦକ୍ଷିଣ ଆଫ୍ରିକାର ପରିବହନ ମନ୍ତ୍ରୀ ସିଣ୍ଡିସିୱେ ଚିକୁଙ୍ଗା ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ସୁରକ୍ଷିତ ଗାଡ଼ି ଚାଳନା ନେଇ ଲୋକଙ୍କୁ ଆହୁରି ସତର୍କ କରାଯିବ ବୋଲି ସେ କହିଛନ୍ତି।

Advertisment
Bus Accident Road Accident Fire Incidents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ