Advertisment

ଅନ୍ଧ ହୋଇ ମଧ୍ୟ ଦେଖି ପାରୁଛି କୁକୁର! ଡାକ୍ତର କହିଲେ “ମେଡିକାଲ୍ ମିଷ୍ଟ୍ରି”

ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି କୁକୁର। ସାଧାରଣ କୁକୁର ଭଳି କାମ ମଧ୍ୟ କରୁଛି ଡେଭ୍। ଜନ୍ମରୁ ଅନ୍ଧ ବୋଲି ଜାଣିନଥିଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ମେଡିକାଲ୍ ମିଷ୍ଟ୍ରି କହିଛନ୍ତି ପଶୁ ବିଶେଷଞ୍ଜ ଡେଭିଡ୍ ୱିଲିୟମ୍ସ୍। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
blind dog

blind dog

Advertisment

ଲଣ୍ତନ୍: ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଆଖି ଆଗକୁ ଆସିଥାଏ, ଯାହାକି ମଣିଷକୁ ଆଶ୍ଚର୍ଯ୍ୟଚକିତ କରିଥାଏ। ଠିକ୍ ଏହିପରି ଏକ ଆଶ୍ଚର୍ଯ୍ୟମୟ ଘଟଣା ଲଣ୍ତନର କେମ୍ବ୍ରିଜ ସହରରେ ଦେଖିବାକୁ ମିଳିଛି। ଏହି କାହାଣୀଟି ବ୍ରିଟେନରେ ରହୁଥିବା ଡଗି ଡେଭ୍ ଏବଂ ତାଙ୍କ ମାଲିକାଣୀଙ୍କ ସହ ଜଡିତ। ୬୯ ବର୍ଷୀୟ ଜେନ ଡାଉନ୍ସ ଆଦୌଁ ଜାଣି ନଥିଲେ କି ଘରେ ପାଲିଥିବା କୁକୁରଟି ଜନ୍ମରୁ ଅନ୍ଧ ବୋଲି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ କୁକୁରଟି ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି। ଡାକ୍ତରମାନେ ଏହି ଘଟଣାକୁ “ମେଡିକାଲ୍ ମିଷ୍ଟ୍ରି” ବୋଲି କହିଛନ୍ତି। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

କେମ୍ବ୍ରିଜରେ ରହୁଥିବା ଜେନ ଡାଉନ୍ସଙ୍କ ଅନୁସାରେ ଡେଭ୍‌ ଅନ୍ଧ ବୋଲି ସେ କେବେ ବି ଅନୁଭବ କରିନାହାନ୍ତି। କାରଣ ଡେଭ୍ କେବେ ଭୁଲ ସ୍ଥାନରେ ପାଦ ରଖନ୍ତି ନାହିଁ। ଅନ୍ଧ ହେବା ପରେ ମଧ୍ୟ ସ୍ୱାଭବିକ ଭାବରେ ରାସ୍ତା ଅତିକ୍ରମ କରିଥାନ୍ତି। ତେବେ ଅନ୍ଧ ହୋଇ ମଧ୍ୟ କିପରି ଏକ ସାଧାରଣ କୁକୁର ଭଳି କାମ କରିପାରୁଛି, ଏନେଇ ପ୍ରାଣୀ ଚିକିତ୍ସକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ମହିଳା ଜଣକ ଦିନସାରା ତାଙ୍କ ସହିତ ଖେଳନ୍ତି ଏବଂ ଡେଭ୍ ମଧ୍ୟ ଅନ୍ୟ କୁକୁରମାନଙ୍କ ସହ ଯାଇ ଖେଳିଥାଏ। କିନ୍ତୁ ଡେଭ୍ କେବେହେଲେ ବି ମହିଳାଙ୍କୁ ଅନ୍ଧ ବୋଲି ଅନୁଭବ କରାଇ ନାହିଁ।

ଜେନଙ୍କ କହିବା ଅନୁଯାୟୀ ଆଶ୍ଚର୍ଯ୍ୟଜନକ ବିଷୟ ଏହା ଯେ ଡେଭ୍ ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି। ମହିଳା ଜଣକ ଫେବୃଆରୀ ୨୦୨୦ ରେ ପଶୁ ଉଦ୍ଧାର କେନ୍ଦ୍ରରୁ ଡେଭ୍‌କୁ ଆଣିଥିଲେ। ଏପରିକି ଡେଭ୍‌ଙ୍କୁ ଆଣିବା ସମୟରେ ତାଙ୍କର ଅନ୍ଧ ଥିବା ନେଇ ପଶୁ ଚିକିତ୍ସକ କିଛି ଜଣାଇ ନଥିଲେ। ଡେଭ୍‌ର ଆଖିଟି ସୁନ୍ଦର ବୋଲି ମହିଳାଙ୍କୁ ବହୁତ ଲୋକ କହିଥିଲେ। ମହିଳା ଜଣକ ସେହି ସମୟ ପର୍ଯ୍ୟନ୍ତ ମଧ୍ୟ ଅନ୍ଧ ହୋଇଥିବାର ଜାଣିନଥିଲେ। କାରଣ ସେ ଡେଭ୍‌କୁ ଯେଉଁଠିକି ଭି ଡାକୁଥିଲେ ସେ ତୁରନ୍ତ ସେଠାକୁ ଆସି ଯାଉଥିଲା।

Advertisment

ହଠାତ୍ ଦିନେ ଏକ Pet Shop ରେ ଡେଭ୍‌ ଝୁଣ୍ଟି ପଡିବାରୁ ଦୋକାନୀ ଜଣକ ମହିଳାଙ୍କୁ କୁକୁରଟି ଅନ୍ଧ ଥିବାର ପ୍ରଶ୍ନ କରିଥିଲେ। ଜେନ୍ ତୁରନ୍ତ ତାଙ୍କୁ ପଶୁ ଡାକ୍ତରଖାନା ନେଇ ଯାଇଥିଲେ, ତା’ପରେ ସେଠାରେ ସେ ସତ ଜାଣିବାକୁ ପାଇଥିଲେ। ଜନ୍ମ ହେବା ଦିନଠାରୁ ହିଁ ଡେଭ୍‌ଙ୍କ ଆଖିର ରେଟିନା ବିକଶିତ ହୋଇନଥିଲା। ବର୍ତ୍ତମାନ ଡେଭଙ୍କୁ ପାଞ୍ଚରୁ ସାତ ବର୍ଷ ଏବଂ ଡାକ୍ତରଙ୍କ ଅନୁଯାୟୀ ସେ ସମ୍ପୂର୍ଣ୍ଣ ଭାବରେ ଅନ୍ଧ। କିନ୍ତୁ ସେ ପୁଣି ଥରେ କିପରି ଭଲ ଭାବରେ ଦେଖିପାରିବେ ସେନେଇ କୌଣସି ପଶୁ ଚିକିତ୍ସକ ଉତ୍ତର ଦେଇ ପାରୁ ନାହାନ୍ତି।

Advertisment

ସତ ଜାଣିବା ପରେ ଜେନ୍ ଡେଭ୍‌କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ ପଶୁ ଚିକିତ୍ସକ ଡେଭିଡ ୱିଲିୟମ୍ସଙ୍କ ନିକଟକୁ ନେଇ ଯାଇଥିଲେ। ସେଠାରେ କୁକୁରର ଆଖିର ରେଟିନାଟି ପରୀକ୍ଷା କରାଯାଇଥିଲା। ନିରୀକ୍ଷଣ ପରେ ଡେଭିଡ୍ ୱିଲିୟମ୍ସ୍ ଏକ ଆଶ୍ଚର୍ଯ୍ୟଜନକ୍ ମତ ଦେଇଥିଲେ। ସେ ସ୍ଥାନୀୟ ଖବରକାଗଜର ଏକ ସାକ୍ଷାତକାରରେ କହିଥିଲେ ଯେ “ମୁଁ ମୋ ଜୀବନରେ ଅନେକ ଅନ୍ଧ କୁକୁର ଦେଖିଛି କିନ୍ତୁ ଡେଭ୍‌ଙ୍କ ପରି କାହାକୁ ଦେଖିନାହିଁ। ଏହା ଏକ ରହସ୍ୟମୟ ଘଟଣା, ଯାହାକୁ ବର୍ଣ୍ଣନା କରି ହେବ ନାହିଁ”। ଏହା ଏକ “ମେଡିକାଲ୍ ମିଷ୍ଟ୍ରି”।

Britain Blind Dog Medical Mystry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ