Advertisment

୨୪ ବର୍ଷରେ ୨୧ ଛୁଆଙ୍କ ମା' ହେଲେ ମହିଳା, କେମିତି ସମ୍ଭାଳୁଛନ୍ତି ପରିବାର...

୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଅଦ୍ୟତନ ହୋଇଛି
Social viral 24 years russian woman welcomed 21 surrogate babies with millionaire husband

Social viral 24 years russian woman welcomed 21 surrogate babies with millionaire husband

Advertisment

ଜର୍ଜିୟା: ୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।  ପିଲାମାନଙ୍କ ଲାଳନ ପାଳନ ପାଇଁ ମହିଳାଙ୍କ ସ୍ୱାମୀ ପ୍ରତି ମାସରେ ବିପୁଳ ପରିମାଣର ଖର୍ଚ୍ଚ ବହନ କରିଥାନ୍ତି । ଏତେ କମ୍ ବୟରେ ୨୧ ପିଲାଙ୍କର ମାଆ ହୋଇ ସେ ବିଶ୍ୱରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

Advertisment

ନିଜର ୨୧ଟି ସନ୍ତାନଙ୍କ ଲାଳନପାଳନ କରିବା ପାଇଁ କ୍ରିଷ୍ଟିନା ୧୬ ଜଣ କେୟାର ଟେକରଙ୍କୁ ରଖିଛନ୍ତି । ଘଟଣାକୁ ନେଇ ଉଭୟ ଦମ୍ପତି କହିଛନ୍ତି ଯେ, ଟଙ୍କା ଦ୍ୱାରା ସେମାନେ ଚିରସ୍ଥାୟୀ ଖୁସିକୁ କିଣିପାରିଛନ୍ତି । ସେ ମାତ୍ର ୨୪ ବର୍ଷ ବୟସରେ, ସରୋଗେସୀ ମାଧ୍ୟମରେ ୨୧ଟି ସନ୍ତାନର ମାଆ ହୋଇଛନ୍ତି ।

Advertisment

ଡେଲି ମେଲ୍‌ ଖବରକାଗଜର ତଥ୍ୟ ଅନୁସାରେ, କ୍ରିଷ୍ଟିନା ଓଜଟୁର୍କ ହେଉଛନ୍ତି କୋଟିପତି ବ୍ୟକ୍ତି ଗୋଲିପଙ୍କ ପତ୍ନୀ । ଉଭୟ ସରୋଗେସୀ ମାଧ୍ୟମରେ ପିତାମାତା ହେବା ପାଇଁ ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ପ୍ରାୟ ୧ କୋଟି ୪୬ ଲକ୍ଷ ୭୮ ହଜାର ୧୫୬ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଦମ୍ପତିଙ୍କ ଛୁଆଙ୍କ ପାଇଁ ରଖାଯାଇଥିବା ୧୬ କେୟାର ଟେକର ୨୪ ଘଣ୍ଟା ପାଇଁ ଡ୍ୟୁଟିରେ ରହିଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ବାର୍ଷିକ ୯୬ ହଜାର ଡଲାର ଅର୍ଥାତ ୭୨,୦୮,୨୬୫ ଟଙ୍କା ଦିଆଯାଇଥାଏ ।କ୍ରିଷ୍ଟିନାଙ୍କ ସ୍ୱାମୀ ଗୋଲିପଙ୍କ ପ୍ରଥମ ପତ୍ନୀଙ୍କ ଦୁଇଟି ସନ୍ତାନ ରହିଛି । ଏହିପରି ଭାବରେ ତାଙ୍କ ଘରେ ମୋଟ ୧୩ଟି ସନ୍ତାନ ରହିଛନ୍ତି ।

Advertisment

କ୍ରିଷ୍ଟିନା କହିଛନ୍ତି, 'ମୁଁ ସବୁବେଳେ ପିଲାମାନଙ୍କ ସହିତ ରହୁଛି, ଏହାସହ ଜଣେ ସାଧାରଣ ମାଁର ତାର ଛୁଆ ପ୍ରତି ଥିବା ପ୍ରତ୍ୟେକ କର୍ତ୍ତବ୍ୟ ତଥା କାର୍ଯ୍ୟକୁ ମଧ୍ୟ ମୁଁ କରୁଛି । କେବଳ ପିଲାମାନଙ୍କ ସଂଖ୍ୟାରେ ପାର୍ଥକ୍ୟ ରହିଛି । ପ୍ରତ୍ୟେକ ଦିନ ମୁଁ କର୍ମଚାରୀଙ୍କ ଯୋଜନା ସୂଚୀ ଠାରୁ ଆରମ୍ଭ କରି ମୋ ପରିବାର ପାଇଁ କିଣାକିଣି ପର୍ଯ୍ୟନ୍ତ ସବୁକିଛି କରେ ’।

୨୧ଟି ସନ୍ତାନର ମାଁ କ୍ରିଷ୍ଟିନା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଦୈନନ୍ଦିନ ଜୀବନ ବିଷୟରେ କିଛି ନା କିଛି ପୋଷ୍ଟ କରିଥାନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ୧୬୦,୦୦୦ ଜଣ ଫୋଲୋ କରିଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ କ୍ରିଷ୍ଟିନା ସବୁବେଳେ ନିଜ ଛୁଆଙ୍କ ପାଇଁ ଖାଦ୍ୟ ବନାଇବା ତଥା ନିଜ ଛୁଆଙ୍କ ସହ ଖେଳିବାରେ ଦେଖିବାକୁ ମିଳିଥାଏ ।

Newborn Baby Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ