Advertisment

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥିତି ଜଟିଳ: ପାକ୍‌ରେ ପଶିବାକୁ ଅପେକ୍ଷାରେ ଆଫଗାନୀ

ଏହି ଭିଡିଓକୁ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ନାଇଟିକ୍ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହା କାବୁଲ ବିମାନବନ୍ଦର ନୁହେଁ ବରଂ ସ୍ପିନ୍ ବୋଲ୍ଡକ ସୀମା, ଯେଉଁଠାରେ ହଜାର ହଜାର ଲୋକ ଆଫଗାନିସ୍ତାନରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏଠାରେ କାବୁଲ ବିମାନବନ୍ଦରରୁ ଆହୁରି ଖରାପ ପରିସ୍ଥିତି ରହିଛି, କିନ୍ତୁ ଏଠାରେ କୌଣସି ବିଦେଶୀ ସୈନିକ ନଥିବା ଦେଖାଯ।ଏ।

ଅଦ୍ୟତନ ହୋଇଛି
Pakistan Border

Pakistan Border

Advertisment

ନୂଆଦିଲ୍ଲୀ: ତାଲିବାନଙ୍କ ଉପଦ୍ରବରେ ଥରହର ହେଉଛି ଆଫଗାନିସ୍ତାନ। ସ୍ଥିତି ଏମିତି ହେଲାଣି ସ୍ଥାନୀୟ ଅଂଚଳରେ ହା ହାକାର ପଡ଼ିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆଫଗାନିସ୍ତାନ ଛାଡ଼ିଲେଣି। ତେବେ କାବୁଲ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପଟେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମଧ୍ୟ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

Advertisment

ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ହଜାର ହଜାର ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସ୍ପିନ୍-ବୋଲ୍ଡକ୍ ସୀମାର ବୋଲି ଜଣାପଡ଼ିଛି। ଭାଇରାଲ ହେଉଥିବା ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ସୀମାରେ ଲୋକମାନେ ଗେଟ୍‌ ଖୋଲିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ତାହା ଖୋଲୁନାହିଁ, ବାରମ୍ବାର ବିକଳରେ ଲୋକମାନେ ଚିତ୍କାର କରୁଛନ୍ତି କିନ୍ତୁ ତାହା ଖୋଲୁନାହିଁ।

ଏହି ଭିଡିଓକୁ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ନାଇଟିକ୍ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହା କାବୁଲ ବିମାନବନ୍ଦର ନୁହେଁ ବରଂ ସ୍ପିନ୍ ବୋଲ୍ଡକ ସୀମା, ଯେଉଁଠାରେ ହଜାର ହଜାର ଲୋକ ଆଫଗାନିସ୍ତାନରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏଠାରେ କାବୁଲ ବିମାନବନ୍ଦରରୁ ଆହୁରି ଖରାପ ପରିସ୍ଥିତି ରହିଛି, କିନ୍ତୁ ଏଠାରେ କୌଣସି ବିଦେଶୀ ସୈନିକ ନଥିବା ଦେଖାଯ।ଏ।

Advertisment

ସୂଚନା ଅନୁସାରେ, ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବା ଦିନଠାରୁ ବହୁ ସଂଖ୍ୟକ ଲୋକ କାବୁଲରୁ ଅନ୍ୟ ଦେଶକୁ ଚାଲିଯାଉଛନ୍ତି। କାବୁଲରୁ ନିତିଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀ ବିମାନଯୋଗେ ଦେଶ ଛାଡି ଯାଉଛନ୍ତି । ଆମେରିକାର ତଥ୍ୟ ଅନୁଯାୟୀ, ଅଗଷ୍ଟ ୧୫ ପରଠାରୁ ୮୦ ହଜାରରୁ ଅଧିକ ଲୋକ ବିମାନ ଯୋଗେ ଦେଶ ଛାଡିଛନ୍ତି।

Advertisment

ଆମେରିକା ବ୍ୟତୀତ ଅନେକ ଦେଶମାନେ ମଧ୍ୟ ସେମାନଙ୍କ ନାଗରିକଙ୍କୁ ଆଫଗାନିସ୍ତାନରୁ ନେଇଯାଉଛନ୍ତି। ଏହାରି ମଧ୍ୟରେ ଭାରତ ମଧ୍ୟ ନିଜର ନାଗରିକମାନଙ୍କୁ କାବୁଲରୁ ନେଇ ଆସୁଛି। ସେପଟେ, ପାକିସ୍ତାନ ଆଫଗାନିସ୍ତାନ ସୀମାକୁ ଲାଗିକି ରହିଥିବାରୁ ଅଧିକାଂଶ ଆଫଗାନିସ୍ତାନବାସୀ ପାକିସ୍ତାନକୁ ଯିବା ଲାଗି ଉଦ୍ୟମ କରୁଛନ୍ତି। ତେଣୁ ସ୍ଥିତି ଏପରି ହେଲାଣି ଯେ, ଆଫଗାନିସ୍ତାନର ନାଗରିକମାନଙ୍କୁ ପାକିସ୍ତାନ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହିଁ। ଗୋଟିଏ ପଟେ, ବର୍ତ୍ତମାନ ସୁଦ୍ଧା ୧.୪ ମିଲିୟନ ଲୋକ ଆଫଗାନିସ୍ତାନରୁ ଯାଇ ପାକିସ୍ତାନରେ ଆଶ୍ରୟ ନେଇଛନ୍ତି। ତେଣୁ ନିଜର ଦେବାଳିୟା ସ୍ଥିତି ଯୋଗୁଁ ପାକିସ୍ତାନ ଅଧିକ ଲୋକଙ୍କୁ ନେବା ପାଇଁ ଇଚ୍ଛା କରୁନାହିଁ। ତେଣୁ ସୀମାରେ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ