Advertisment

ମଣିଷ ହାଡ଼ରୁ ତିଆରି ଡ୍ରଗ୍ସ କବଳରେ ପୂରା ଦେଶ, ଲାଗୁ ହେଲା ଜରୁରୀ ପରିସ୍ଥିତି

ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

ଅଦ୍ୟତନ ହୋଇଛି
Drugs

Drugs

Advertisment

ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ଅସ୍ତିତ୍ୱ ଉପରେ ସଙ୍କଟ ଦେଖାଦେଇଛି। ଏଠାରେ ମଣିଷ ହାଡରୁ ନିର୍ମିତ ସାଇକୋଆକ୍ଟିଭ୍ ଡ୍ରଗ୍ସ କବଳରେ ପଡ଼ିଛନ୍ତି ଲୋକେ । ଯେଉଁ କାରଣରୁ ଲୋକମାନେ କବର ଖୋଳିବାରେ ଲାଗି ପଡ଼ିଛନ୍ତି । ଏହି ଭୟଙ୍କର ବିପଦର ମୁକାବିଲା ପାଇଁ ସିଏରା ଲିଓନର ରାଷ୍ଟ୍ରପତି ଜୁଲିୟସ ମାଡା ବାୟୋ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

Advertisment

ଜମ୍ବି ଡ୍ରଗ୍ସ କୁଶ କାରଣରୁ ରାଷ୍ଟ୍ରପତି ଜୁଲିୟସ୍ ମାଡା ବାୟୋଙ୍କୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ପଡିଛି । ଏହି ଡ୍ରଗ୍ସ ତିଆରି କରିବା ପାଇଁ ଲୋକମାନେ କବର ଖୋଳୁଛନ୍ତି । ସିଏରା ଲିଓନ୍‌ରେ ଲୋକମାନେ ଶତପ୍ରତିଶତ ଭାବେ ଏହି ଜୋମ୍ବି ଡ୍ରଗ୍ସର ଶିକାର ହୋଇସାରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ସିଏରା ଲିଓନର ଡାକ୍ତରଖାନା ଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୬୩% ରୋଗୀ ଏହି ଡ୍ରଗ୍ସ ନିଶା ଯୋଗୁଁ ଭର୍ତ୍ତି ହୋଇଛନ୍ତି । ଫ୍ରିଟାଉନରେ ପୋଲିସ ଅଧିକାରୀମାନେ 'ଜୋମ୍ବି' ଡ୍ରଗ୍ସ ତିଆରି କରିବା ପାଇଁ ଲୋକଙ୍କୁ କବର ଖୋଳିବାକୁ ବାରଣ କରିବା ସହ ଶ୍ମଶାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ।

ବିବିସି ରିପୋର୍ଟ ଅନୁଯାୟୀ, ଏହି ଡ୍ରଗ୍ସ 'କୁଶ'କୁ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ମିଶାଇ ତିଆରି କରାଯାଇଥାଏ । ଯାହାର ମୁଖ୍ୟ ଅଂଶ ହେଉଛି ମଣିଷ ହାଡ । ଯେଉଁମାନେ ଏହି ଡ୍ରଗ୍ସ ଅଭ୍ୟାସରେ ପଡ଼ିସାରିଛନ୍ତି, ସେମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

Advertisment

ପଶ୍ଚିମ ଆଫ୍ରିକୀୟ ଦେଶରେ ପ୍ରାୟ ୬ ବର୍ଷ ପୂର୍ବେ ଏହି ଡ୍ରଗ୍ସ ପ୍ରଥମ ଥର ପାଇଁ ଦେଖା ଯାଇଥିଲା । ଏହାକୁ ସେବନ କରୁଥିବା ବ୍ୟକ୍ତି ଅନେକ ଘଣ୍ଟା ପର୍ଯ୍ୟନ୍ତ ନିଶାରେ ରହିଥାନ୍ତି । ଏହି ଡ୍ରଗ୍ସ ସିଏରା ଲିଓନାରେ ଏକ ଗୁରୁତର ସମସ୍ୟା ପାଲଟିଛି । କହିବାକୁ ଗଲେ ଏହାର ଡିଲରମାନେ ଏବେ ଏକ ପ୍ରକାର ଲୁଟେରା ପାଲଟିଛନ୍ତି । କାରଣ ଡ୍ରଗ୍ସ ଚାହିଦା ପୂରଣ କରିବା ପାଇଁ ଲୋକଙ୍କୁ ଲଗାଇ ହଜାର ହଜାର କବରରୁ କଙ୍କାଳ ଚୋରି କରୁଛନ୍ତି ।

'ଦେଶର ଅସ୍ତିତ୍ୱ ପ୍ରତି ବିପଦ'

ମିଡିଆ ରିପୋର୍ଟ ଅନୁଯାୟୀ ସିଏରା ଲିଓନର ରାଷ୍ଟ୍ରପତି ଜୁଲିୟସ ମାଡା ବାୟୋ, ଏକ ବିବୃତ୍ତିରେ କହିଛନ୍ତି ଯେ ଡ୍ରଗ୍ସ ତଥା ନିଶା ସେବନ ବିଶେଷ କରି ସିନ୍ଥେଟିକ୍ ଡ୍ରଗ୍ କୁଶ କାରଣରୁ ଆମ ଦେଶର ଅସ୍ଥିତ୍ୱ ଏବେ ବିପଦରେ ପଡ଼ିଛି । ଏହି ଡ୍ରଗ୍ସ ବ୍ୟବହାରକାରୀଙ୍କ ମଧ୍ୟରେ ମୃତ୍ୟୁ ହାର ବୃଦ୍ଧି ପାଇଛି । ଏହି ନିଶା ସେବନକୁ ରୋକିବା ପାଇଁ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି ବୋଲି ସେ କହିଛନ୍ତି । ଏହି ନିଶା ସେବନରେ ପୀଡିତ ଲୋକଙ୍କ ଯତ୍ନ ଏବଂ ସହାୟତା ଯୋଗାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ତାଲିମପ୍ରାପ୍ତ ପର୍ଯ୍ୟାପ୍ତ କର୍ମଚାରୀ ରହିଛନ୍ତି ।

Advertisment
Drugs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ