Advertisment

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ୍ ଶରିଫ୍‌ଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ . .

୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା

ଅଦ୍ୟତନ ହୋଇଛି
Shehbaz Sharif

Shehbaz Sharif

Advertisment

ପାକିସ୍ତାନରେ ପୁଣି ଶରିଫ୍ ଶାସନ । ପାକିସ୍ତାନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ପିଏମ୍ଏଲ-ଏନ୍ ନେତା ଶାହବାଜ ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିଲା । ତେବେ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସରୁ ଓହରିଯାଇଥିଲେ ପାକିସ୍ତାନର ପୂର୍ବତନ ବେଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବି ମତଦାନର ଅବ୍ୟବହିତ ପୂର୍ବରୁ ନିଜ ପ୍ରାର୍ଥୀତ୍ୱ ଫେରାଇ ନେଇଥିଲେ । ଫଳରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଶାହବାଜ ଶରିଫ ।

Advertisment

ପାକିସ୍ତାନର ୩ ଥରର ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କ ସାନଭାଇ ତଥା ଶାହବାଜ୍ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେପଟେ ଚୋରଙ୍କ ସହ ସେ ସଂସଦରେ ବସିବେନି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍ ଏ ଇନସାଫ୍ ପାର୍ଟି ମୁଖ୍ୟ ଇମ୍ରାନ ଖାନ୍ । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରୁ ସେ ଇସ୍ତଫା ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ସହ ତାଙ୍କ ଦଳର ସମସ୍ତ ସଦସ୍ୟ ମଧ୍ୟ ମତଦାନ ପୂର୍ବରୁ ଗୃହତ୍ୟାଗ କରିଛନ୍ତି ।

୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା । ଏବେ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଶାହବାଜ । ସେ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ ।

Advertisment

ଶାହବାଜ ଶରିଫ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ଲିକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶାହାବାଜ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ । ଶାହାବାଜ ସରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ୨୦୦୭ ମସିହାରେ ଶାହବାଜ ପାକିସ୍ତାନ ଫେରିଥିଲେ । ୨୦୧୭ରେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଥିଲେ । ଆଉ ଏବେ ଶାହାବାଜ ବନିଛନ୍ତି ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ।

Pakistan Shahbaz Sharif
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ