Advertisment

ଅନ୍ଧାଧୁନ୍‌ ଗୁଳି ଚଳାଇଲା ତାଲିବାନ୍‌: ବିମାନବନ୍ଦରରେ ପ୍ରାଣ ହରାଇଲେ ୭ ଆଫଗାନୀ

ଅସଲ ରୂପ ଦେଖାଉଛି ତାଲିବାନ୍‌। ତାଲିବାନଙ୍କ ଗୁଳି ଚଳାଇବା ଶଦ୍ଦରେ କମ୍ପିଲା ବିମାନ ବନ୍ଦର। କେବଳ ଭିଡ଼ ନିୟନ୍ତ୍ରଣ କରିବା ଲାଗି ତାଲିବାନ ଗୁଳି ଚାଳନା କରିଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।

ଅନ୍ଧାଧୁନ୍‌ ଗୁଳି ଚଳାଇଲା ତାଲିବାନ୍‌: ବିମାନବନ୍ଦରରେ ପ୍ରାଣ ହରାଇଲେ ୭ ଆଫଗାନୀ

Seven Afghan civilians killed

Advertisment

କାବୁଲ୍: ଅସଲ ରୂପ ଦେଖାଉଛି ତାଲିବାନ୍‌। ତାଲିବାନଙ୍କ ଗୁଳି ଚଳାଇବା ଶଦ୍ଦରେ କମ୍ପିଲା ବିମାନ ବନ୍ଦର। କେବଳ ଭିଡ଼ ନିୟନ୍ତ୍ରଣ କରିବା ଲାଗି ତାଲିବାନ ଗୁଳି ଚାଳନା କରିଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି। ଦେଶକୁ ନିୟନ୍ତ୍ରଣ କରିବାର ଏକ ସପ୍ତାହ ବିତି ନଥିଲେ ମଧ୍ୟ କାବୁଲ ବିମାନବନ୍ଦରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ୭ଜଣ ଆଫଗାନିଙ୍କର ମୃତ୍ୟୁ ଘଟିଛି। ସ୍ଥିତି ଏମିତି ହୋଇଥିଲା ଯେ, ଗୁଳି ବାଜି ଆହତ ହୋଇଥିବା ଲୋକଙ୍କୁ ସେମାନେ ଏପରି ଟଣାଓଟରା କରିଥିଲେ ଯାହାଦ୍ୱାରା ୨ ଜଣଙ୍କ ଘଟଣା ସ୍ଥଳରେ ପ୍ରାଣ ଯାଇଛି।

Advertisment

ଆଫଗାନିସ୍ତାନ୍ ସ୍ଥିତି ବର୍ତ୍ତମାନ ସମୟରେ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି। ପରିସ୍ଥିତିକୁ ଯଥା ସମ୍ଭବ ସୁରକ୍ଷିତ ଏବଂ ନିରାପଦରେ ପରିଚାଳନା କରିବା ପାଇଁ ଆମେରିକା ସମ୍ପୂର୍ଣ ଭାବରେ ପ୍ରସ୍ତୁତ ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି। ନାଟୋର ଜଣେ ଅଧିକାରୀ ଗତ ସାତ ଦିନ ମଧ୍ୟରେ ବିମାନବନ୍ଦର ଏବଂ ଏହାର ଆଖପାଖରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତାଲିବାନୀଙ୍କ ଉପରେ ପୂରା ନଜର ରହିଛି ଏବଂ ହିଂସା ନଘଟାଇବା ପାଇଁ ସେମାନଙ୍କୁ ତାଗିଦ୍‌ କରାଯାଇଛି ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।

Advertisment

ମୋଟ୍‌ ଉପରେ ଆତଙ୍କିତ ଆଫଗାନିସ୍ତାନରେ ନିଜକୁ କେହି ସୁରକ୍ଷିତ ମଣୁନାହାନ୍ତି। ତାଲିବାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଅନ୍ୟ ଦେଶକୁ ପଳାଉଛନ୍ତି ଆଫଗାନୀ। ବ୍ରିଟେନ ସମେତ ଆମେରିକା ଏବଂ ଅନ୍ୟାନ୍ୟ ବିଦେଶୀ ଦେଶ ନିଜ ନାଗରିକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହାସହ ଭାରତ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ପୂରା ଚେଷ୍ଟା ଚଳାଇଛି।

ଏପଟେ, ଆଫଗାନିସ୍ତାନ ଦଖଲ ପରେ ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ତାଲିବାନର ଫନ୍ଦିଫିକର ଚାଲିଛି। ବିଶ୍ୱ ନିକଟରେ ନିଜର ଭିନ୍ନ ଚେହେରା ଉପସ୍ଥାପନ ଚେଷ୍ଟାରେ ରହିଛି ଏହି ଆତଙ୍କୀ ସଂଗଠନ । ଗଣମାଧ୍ୟମରେ ତାଲିବାନ ନେତା ସର୍ବଜନ ଆଦୃତ ସରକାରର ସ୍ଲୋଗାନ ଦେବା ସହ ସର୍ତ୍ତ ଭିତ୍ତିକ ମହିଳା ଅଧିକାର କଥା ବି କହୁଛନ୍ତି। ପ୍ରତିଶୋଧକୁ ମନରୁ ପୋଛି ସର୍ବକ୍ଷମା ଘୋଷଣା କଥା ବି ଦୋହରାଉଛନ୍ତି। ତେବେ ସେମାନଙ୍କ ଉଚ୍ଚାରଣ ଓ ଆଚରଣରେ ସାମଞ୍ଜସ୍ୟ ନଥିବାରୁ ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି। ଏପଟେ ସଂଗଠନକୁ ସ୍ୱୀକୃତି ଦିଆଯିବ ନାହିଁ କି କୌଣସି ଆଲୋଚନା ହେବ ନାହିଁ ବୋଲି ୟୁରୋପୀୟ ସଂଘ ସ୍ପଷ୍ଟ କରିଦେଇଛି।

Advertisment
Afghanistan India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ