Advertisment

୧୮୧ ବର୍ଷ ଧରି ଜାର୍‌ ଭିତରେ ସିରିଏଲ୍‌ କିଲର୍‌ର ମୁଣ୍ଡ, ୭୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା...

ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ, ଯିଏକି ୭୦ରୁ ଅଧିକ ନିରୀହ ଲୋକଙ୍କ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିଲା। ପର୍ତ୍ତୃଗାଲ୍‌ର ରାଜଧାନୀ ଲିସ୍‌ବନ୍‌ରେ ଏହି ବ୍ୟକ୍ତିର ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି, ଯେକେହିବି ଏହା ଦେଖିଲେ ବିଶ୍ୱାସ କରିପାରିବେନି।

ଅଦ୍ୟତନ ହୋଇଛି
Serial killer Diogo

Serial Killer Diogo Alves Who Killed More Than 70 People His Head Kept In A Jar Last 181 Years

Advertisment

ଦୀର୍ଘ ୧୮୧ ବର୍ଷରୁ ଅଧିକ ଦିନ ହେବ ଜାର୍‌ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି ମଣିଷ ମୁଣ୍ଡ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଯେହି କେହି ବି ଏହା ଶୁଣିବେ ତାଙ୍କୁ କଥାଟା ଅଜବ ଲାଗିବ। କାରଣ ପ୍ରଥମେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବ, ବ୍ୟକ୍ତି ଜଣକ ଏମିତି କ’ଣ କାମ କରିଥିଲେ ଯେ, ତାଙ୍କ ମୁଣ୍ଡକୁ ସାଇତି ରଖାଯାଇଛି।ପ୍ରକୃତରେ ଏହି ବ୍ୟକ୍ତି ଏମିତି କିଛି ବଡ଼ କାମ କରି ନାହାନ୍ତି, ଯେଉଁଥିପାଇଁ ତାଙ୍କ ମୁଣ୍ଡକୁ ଜାର୍‌ରେ ସୁରକ୍ଷିତ ଭାବେ ରଖାଯାଇଛି। ବରଂ ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ, ଯିଏକି ୭୦ରୁ ଅଧିକ ନିରୀହ ଲୋକଙ୍କ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିଲେ। ପର୍ତ୍ତୃଗାଲ୍‌ର ରାଜଧାନୀ ଲିସ୍‌ବନ୍‌ରେ ଏହି ବ୍ୟକ୍ତିଙ୍କ ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି, ଯେ କେହି ବି ଏହା ଦେଖିଲେ ବିଶ୍ୱାସ କରିପାରିବେନି।

Advertisment

ପର୍ତ୍ତୃଗାଲ୍‌ରେ ଏହି ସିରିଏଲ୍‌ କିଲର୍‌କୁ ତା’ର ଘୃଣ୍ୟ କାମ ପାଇଁ ଫାଶୀ ଦଣ୍ଡାଦେଶ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ପରେ ପର୍ତ୍ତୃଗାଲ୍‌ରେ ଆଉ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯାଇ ନାହିଁ। ଏହି ସିରିଏଲ୍‌ କିଲର୍‌ର ନାଁ- ଡିଓଗୋ ଆଲ୍‌ଭେସ୍‌(Diogo Alves)। ୧୮୧୯ ମସିହାରେ ସ୍ପେନ୍‌ର ଗେସୋଲିଆ ସହରରେ ସେ ଜନ୍ମଗ୍ରହଣ କରିଥିଲା । ଯୁବାବସ୍ଥାରେ କାମ ପାଇଁ ସେ ପର୍ତ୍ତୃଗାଲ୍‌ର ରାଜଧାନୀ ଲିସ୍‌ବନ୍‌ରେ ଆସି ପହଞ୍ଚିଥିଲା। ଏଠାରେ ସେ ଚାକିରି ଖୋଜି ଥିଲା, ହେଲେ ତାକୁ କୌଣସି ଚାକିରି ମିଳିନଥିଲା।

ଚାକିରି ନ ମିଳିବାରୁ ତା’ ମୁଣ୍ଡରେ ବହୁତ କିଛି ଜିନିଷ ଷ୍ଟ୍ରାଇକ୍‌ କରିଥିଲା। ଯେପରିକି ଛୋଟବଡ଼ ଅପରାଧ କରି ଯେଭଳି ଭାବେ ଲୋକମାନେ ଅର୍ଥ ଉପାର୍ଜନ କରୁଛନ୍ତି, ଏଭଳି କରି ଟଙ୍କା କମାଇବା ପାଇଁ ସେ ଚିନ୍ତା କରିଥିଲା। ଏହାପରେ ସେ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲା। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯାଇ ସେ ଲୁଟ୍‌ପାଟ୍‌ କରୁଥିଲା। ଏସବୁ ଭିତରେ ସହରରେ ଥିବା ୨୧୩ ଫୁଟ୍‌ ଉଚ୍ଚ ପୋଖରୀକୁ ସେ ଟାର୍ଗେଟ୍‌ କରିଥିଲେ। ଏକୁଟିଆ ସେଇ ରାସ୍ତା ଦେଇ ଯାଉଥିବା ଚାଷୀଙ୍କ ଠାରୁ ଲୁଟ୍‌ କରି ସେମାନଙ୍କୁ ହତ୍ୟା କରି ପୋଖରୀ ଭିତରକୁ ଡିଓଗୋ ଫିଙ୍ଗି ଦେଉଥିଲା। ହେଲେ କେହିବି ଏ ସମ୍ପର୍କରେ ଟେର୍‌ ପାଉ ନଥିଲେ। କିଭଳି ଭାବେ ଚାଷୀମାନେ ଗାଏବ ହେଉଛନ୍ତି ଏବଂ ପରେ ପରେ ସେମାନଙ୍କ ମୃତଦେହ ମିଳୁଛି, ତାକୁ ନେଇ ପୋଲିସ୍‌ଠୁ ଆରମ୍ଭ କରି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଯେତେବେଳେ ଧରପଗଡ଼ ଆରମ୍ଭ ହୋଇଥିଲା, ଧରାପଡ଼ିଯିବା ଭୟରେ ଡିଓଗୋ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଅପରାଧ କରିନଥିଲା। 

Advertisment

୩ ବର୍ଷ ପରେ ଡିଓଗୋ ଏକ ଗ୍ୟାଙ୍ଗ୍‌ କରିଥିଲା ଓ ଏହାପରେ ଅପରାଧର ତରିକା ବଦଳାଇବା ପାଇଁ ଯୋଜନା କରିଥିଲା। ଲିସ୍‌ବନ୍‌ ସହରରେ ଡିଓଗୋ ଓ ତାଙ୍କ ଗ୍ୟାଙ୍ଗ୍‌ଙ୍କ ଏମିତି ଲୁଟ୍‌ପାଟ୍‌ କରିଥିଲେ ଯେ, ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହାସହ ସେ ଅନେକ ଲୋକଙ୍କୁ ହତ୍ୟା ମଧ୍ୟ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ଖୋଳତାଡ଼ କରିବା ପରେ ଗ୍ୟାଙ୍ଗ୍‌ର ୪-୫ ଜଣଙ୍କୁ ପୋଲିସ୍‌ ଧରିଥିଲା। ଏହାପରେ ଏହି କ୍ରାଇମ୍‌ ଗ୍ୟାଙ୍ଗର ସର୍ଦ୍ଦାର ଡିଓଗୋ ବୋଲି ଜଣାପଡ଼ିଥିଲା। ଶେଷରେ ପୋଲିସ୍ ଡିଓଗୋ ପାଖରେ ପହଞ୍ଚିଥିଲା। ପଚରାଉଚା ବେଳେ ସେ କରିଥିବା ସମସ୍ତ ଅପରାଧ ସ୍ୱୀକାର କରିଥିଲା। ୭୦ରୁ ଅଧିକ ଲୋକଙ୍କୁ ସେ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। 

୧୮୧ ବର୍ଷ ହେବ ଡିଓଗୋର ମୁଣ୍ଡକୁ ଏକ ଜାର୍‌ ଭିତରେ ବନ୍ଦ କରି ରଖାଯାଇଛି। ଏହା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। କାରଣ ପର୍ତ୍ତୃଗାଲ୍‌ର ଇତିହାସରେ ଏତେ ବଡ଼ ସିରିଏଲ୍‌ କିଲର୍‌ଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାନ୍ତି। କୋର୍ଟରେ ତା’ ବିରୋଧରେ ମାମଲାର ଶୁଣାଣି କରି ୧୮୪୧ ମସିହାରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଯେତେବେଳେ ଫାଶୀ ଦଣ୍ଡାଦେଶ ତାରିଖ ଧାର୍ଯ୍ୟ ହେଲା ଡିଓଗୋର ଚିନ୍ତାଧାରା ଷ୍ଟଡି କରିବା ଲାଗି କିଛି ଡାକ୍ତର, କୋର୍ଟ ଓ ସରକାରଙ୍କ ଠାରୁ ତାଙ୍କ ମୁଣ୍ଡକୁ ରଖିବା ପାଇଁ ଅନୁମତି ମାଗିଥିଲେ। ଏହାପରେ ରିସର୍ଚ୍ଚ ପାଇଁ ଅନୁମତି ମିଳିଥିଲା। ରିସର୍ଚ୍ଚ ପରେ ଡିଓଗୋଙ୍କ ମୁଣ୍ଡକୁ ୟୁନିଭର୍ସିଟି ଅଫ୍‌ ଲିସ୍‌ବନର ମ୍ୟୁଜିୟମ୍‌ରେ ରଖା ଯାଇଛି। ଦୀର୍ଘ ୧୮୧ ବର୍ଷ ହେଲାଣି ଜାର୍‌ ଭିତରେ ସେମିତି ରହିଛି। 

Advertisment
Serial Killer Serial Killer Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ