Advertisment

ମହିଳାଙ୍କୁ ହାର୍ଟ ଇମୋଜି ପଠାଇବା ଧର୍ତ୍ତବ୍ୟ ଅପରାଧ, ହେବ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା

ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..

ଅଦ୍ୟତନ ହୋଇଛି
Sending Heart Emoji to Girl Can Land You In Jail

WhatsApp

Advertisment

ସୋସିଆଲ ମିଡିଆରେ ଭାବର ଆଦାନପ୍ରଦାନ ପାଇଁ ଆଜିକାଲିର ଯୁବପିଢ଼ି ଲେଖା ତୁଳନାରେ ଇମୋଜିର ଅଧିକ ବ୍ୟବହାର କରୁଛନ୍ତି । ଚାହିଦା ମୁଦାବକ ବିଭିନ୍ନ ଆପ୍‌ରେ ସବୁ ପ୍ରକାର ଇମୋଜି ଉପଲବ୍ଧ ରହୁଛି । ସୁଖ ହେଉ କି ଦୁଃଖ, ହସ ହେଉ କି କାନ୍ଦ... ମନର ସବୁ ଭାବ ବଖାଣିବା ପାଇଁ ଇମୋଜି ରହିଛି । ତେବେ ଇମୋଜି ପଠାଇବା ସମୟରେ ଟିକିଏ ଧ୍ୟାନ ଦେବା ଜରୁରୀ । କାରଣ ବର୍ତ୍ତମାନ ହାର୍ଟ ଇମୋଜି ପଠାଇଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

Advertisment

କୁଏତ ଏବଂ ସାଉଦି ଆରବରେ ମହିଳାଙ୍କୁ ହାର୍ଟ ଇମୋଜି ପଠାଇଲେ ବର୍ତ୍ତମାନ ଜେଲଦଣ୍ଡ ହେବାର ଅନେକ ସମ୍ଭାବନା ରହିଛି । ହ୍ୱାଟସଆପରେ ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଇବା ଅପରାଧ ବୋଲି ଧରାଯିବ । ଏହାର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଏତରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୦୦୦ କୁଏତ ଦିନାର ଜୋରିମାନା ଦେବାକୁ ପଡ଼ିବ । ସେହିପରି ସାଉଦି ଆରବରେ ମଧ୍ୟ ହାର୍ଟ ଇମୋଜି ପଠାଇଲେ ଜେଲଦଣ୍ଡ ସହ ୧୦୦,୦୦ ସାଉଦି ରିୟାଲ୍ ଜୋରିମାନ ।

ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କହିଛନ୍ତି, ହ୍ୱାଟସଆପରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ଧର୍ତ୍ତବ୍ୟ ଅପରାଧ । ଅନଲାଇନ୍ ଚାଟିଂ ସମୟରେ କୌଣସି ଫଟୋ କିମ୍ବା ଇମୋଜିକୁ ନେଇ କେହି ମାମଲା ରୁଜୁ କଲେ, ଏହା ଅପରାଧ ଶ୍ରେଣୀରେ ଆସିବ । ସାଉଦି ଆରବରେ ଏଭଳି ଅପରାଧ ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି ।

Advertisment
WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ