Advertisment

ଜେଲେନସ୍କିଙ୍କ ପ୍ରଶ୍ନ: ଋଷ୍‌କୁ ଭୟ କରୁଛି କି ନାଟୋ?

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

Advertisment

୨୭ ଦିନରେ ରୁଷ ୟୁକ୍ରେନ ଯୁଦ୍ଧ। ୟୁକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏକାଧିକ ଥର ଦୁଇ ଦେଶ ପକ୍ଷରୁ ଆଲୋଚନା ସତ୍ତ୍ୱେ ରୁଷ ତାର ଆକ୍ରମଣ ଜାରି ରଖିଛି। ମାରିୟୁପୋଲ ସହର ଉପରେ ଲଗାତାର ହମଲା କରୁଛି ରୁଷ। ରାଜଧାନୀ କିଭ୍‌ରେ ଥିବା ଏକ ସପିଂ ମଲ୍‌କୁ ବିସ୍ଫୋରଣ କରି ଉଡାଇ ଦେଇଛି ରୁଷ ସେନା।

Advertisment

ଏହି ହମଲାରେ ୮ ଜଣ ସାଧାରଣ ନାଗରିିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଖପାଖରେ ଥିବା କୋଠାଗୁଡିକ ଧ୍ୱଂସ ହୋଇଯାଇଛି। ଅନ୍ୟପଟେ ଚୀନ ୟୁକ୍ରେନକୁ ୧ ଦଶମିକ ୫୭ ନିୟୁତ ଡଲାର ଅର୍ଥ ସହାୟତା ଭାବେ ଦେବାକୁ ଘୋଷଣା କରିଛି।

ସେପଟେ ୟୁକ୍ରେନକୁ ନେଇ ନାଟୋ ତାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି। ଆମକୁ ନାଟୋ ସଦସ୍ୟ ଭାବେ ଗ୍ରହଣ କରୁ କିମ୍ବା ଖୋଲାଖୋଲି ଭାବେ ଉତ୍ତର ରଖୁ ଯେ ସେମାନେ ଆମକୁ ଗ୍ରହଣ କରିବେ ନାହିଁ କାହିକିଁ, ନା ରୁଷକୁ ସେମାନେ ଭୟ କରୁଛନ୍ତି। ଯାହା ବର୍ତ୍ତମାନ ସତ ଭଳି ଜଣାପଡୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେନ୍ସକି।

Advertisment

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। ୧୬ ହଜାରରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ସାରା ଦେଶବାସୀ ଏକାଠି ହୋଇ ରୁଷ ସୈନ୍ୟ ସହ ଲଢେଇ କରନ୍ତୁ ବୋଲି ଆହ୍ବାନ କରିଛନ୍ତି ଜେଲେନ୍ସକି। ସେପଟେ ରାଜଧାନୀ କିଭରେ ଲଗାତାର ଆକ୍ରମଣ ଜାରି ରହିଥିବାରୁ କର୍ଫ୍ୟୁ ଜାରି କରିଛନ୍ତି କିଭ୍ ମେୟର।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ