Advertisment

ଧୂଳି ଝଡ ଯୋଗୁଁ ୨୦ ଗାଡି ପିଟାପିଟି, ୭ ମୃତ

ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍‌ଗୁଡିକ ପରସ୍ପର ଧକ୍କା ହୋଇଥିଲେ।

ଧୂଳି ଝଡ ଯୋଗୁଁ ୨୦ ଗାଡି ପିଟାପିଟି, ୭ ମୃତ

Sand Storm

Advertisment

କନୋଶ : ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍‌ଗୁଡିକ ପରସ୍ପର ଧକ୍କା ହୋଇଥିଲେ। ‘ୟୁଟା ହାଇୱେ ପେଟ୍ରୋଲ୍‌’ ଏକ ସମାଚାର ବିଜ୍ଞପ୍ତିରେ କହିଛି ଯେ କନୋଶ ନିକଟବର୍ତ୍ତୀ ଇଣ୍ଟରଷ୍ଟେଟ୍‌ ୧୫ରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ‘ୟୁଟା ହାଇୱେ ପେଟ୍ରୋଲ୍‌’ କହିଛି ଯେ ଧୂଳି ଝଡ ଯୋଗୁଁ ଦୃଶ୍ୟତା ସ୍ତର କମିଯିବାରୁ ଗାଡିଗୁଡିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏନେଇ ଇଣ୍ଟର୍‌ଷ୍ଟେଟ୍ ୧୫ ରବିବାର ବିଳମ୍ବିତ ରାତିରେ ଆଂଶିକ ବନ୍ଦ ରହିଥିଲା। ଦୁର୍ଘଟଣାସ୍ଥଳ ଚାରିପାଖରେ ଯାତାୟତରେ ପରିବର୍ତ୍ତନ କରାଯାଇଥିଲା। କନୋଶ ସଲ୍ଟ ଲେକ୍ ସିଟିର ପ୍ରାୟ ୧୬୦ମାଇଲ ଦକ୍ଷିଣରେ ଅବସ୍ଥିତ। ତେବେ ଏହି ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ଅଧିକାରୀମାନେ କହି ନାହାଁନ୍ତି, କିନ୍ତୁ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚାଇ ଦିଆଯାଇଛି।

Advertisment

ୟୁଟା ଲୋକ ସେବା ବିଭାଗ(DPS) କହିଛି ଯେ ଏହି ଦୁର୍ଘଟଣାରେ ପାଖାପାଖି ୨୦ଟି ଗାଡି ଥିବା ଅନୁମାନ କରାଯାଉଛି। ପ୍ରବଳ ବେଗରେ ପବନ ବହିବା ଯୋଗୁ ଧୂଳି ଉଡିଥିଲା। ଫଳରେ ଦୃଶ୍ୟତା କମିଯିବାରୁ ଦୁର୍ଘଟଣା ଘଟିଥିଲା। ୟୁଟା ହାଇୱେ ପେଟ୍ରୋଲ୍‌ ସହାୟତା ନେଇ ରିଚଫିଲ୍ଡ ଓ ବିଭରରୁ ସେନା ମଗାଗଲା। ଅନେକ ଗ୍ରାଉଣ୍ଡ ଓ ଏୟାର୍ ଆମ୍ବୁଲାନ୍ସ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ସହଯୋଗ ପାଇଁ ନିୟୋଜିତ ହୋଇଥିଲା। ଟ୍ରାକ୍ଟର, ଟଲର ଓ ଅନେକ କ୍ଷତିଗ୍ରସ୍ତ କାର୍‌ ରାସ୍ତା ଉପରେ ଛିନ୍ ଛତର ହୋଇ ପଡିଥିବା ଦୁର୍ଘଟଣାସ୍ଥଳର ଫଟୋଗୁଡିକରେ ଦେଖାଯାଏ।

ଘଟଣାକୁ ଦୃଷ୍ଟିରେ ରଖି ଉଭୟ ପାର୍ଶ୍ୱ ରାସ୍ତାକୁ ବନ୍ଦକରି ଦିଆଯାଇଥିଲା। ସିଏନ୍‌ଏନ୍‌ର ପାଣିପାଗ ବିଭାଗର ଜୀନ ନର୍ମନ କହିଛନ୍ତି ଯେ କନୋଶର ଦକ୍ଷିଣ-ପୂର୍ବରେ ଅପରାହ୍ଣ ୪.୩୦ରେ ଆଖପାଖରେ ଅନ୍ଧାର ହୋଇଯିବା ସୂଚନା ମିଳିଥିଲା। ଏହା ସହିତ ଖୁବ ଜୋର୍‌ରେ ପବନ ବହିବାରେ ଲାଗିଲା। ଘଣ୍ଟା ପ୍ରତି ୫୧ମାଇଲ୍‌ରେ ପବନ ବହିବାର ସୂଚନା ମିଳିଥିଲା।

Advertisment
America Sand Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ