Advertisment

ଯୁଦ୍ଧ ସଙ୍ଗେ ଉଦ୍ଧାର : ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ଖର୍ଚ୍ଚ କୋଟି କୋଟି ଟଙ୍କା

ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?

ଅଦ୍ୟତନ ହୋଇଛି
air india

air india

Advertisment

ଗୋଟିଏପଟେ ଚାଲିଛି ଯୁଦ୍ଧ,ଅନ୍ୟପଟେ ଚାଲିଛି ଉଦ୍ଧାର। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହା ସମର ମଧ୍ୟରେ ଭାରତୀୟଙ୍କ ଉଦ୍ଧାର କାମ ଲାଗି ପଡିଛି ଭାରତ। ବିପଦଜନକ ହେଲେ ମଧ୍ୟ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଜାରି ରଖିଛି ବିମାନ ଚଳାଚଳ। ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣିବା ସହ ସେମାନଙ୍କ ବିମାନ ଭଡା ଭରଣା କରୁଛନ୍ତି ଭାରତ ସରକାର। ତେବେ ଆପଣ ଜାଣିଛନ୍ତି କି ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

Advertisment

ଏକ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳାଚଳ କରୁଥିବା ଏୟାର ଇଣ୍ଡିଆ ବିମାନଗୁଡ଼ିକରେ ସରକାର ଘଣ୍ଟା ପ୍ରତି ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷ କରି କେଉଁଠାକୁ ବିମାନ ଯାଉଛି ଓ କେତେ ଦୂର ଯାଉଛି ତାହା ଉପରେ ବିମାନ ଉଡ଼ାଣର ଖର୍ଚ୍ଚ ନିର୍ଭର କରୁଛି। କହିବାକୁ ଗଲେ ଉଦ୍ଧାର ପାଇଁ ଅତି କମରେ ଜଣକ ପିଛା ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତ ସରକାର।

ବର୍ତ୍ତମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ଆୱାର୍ ଅନୁଯାୟୀ, ଗତ 26 ତାରିଖରେ ବୁଖାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ବିମାନର ସମୟ ଥିଲା ପ୍ରାୟ ଛଅ ଘଣ୍ଟା। ସେହିପରି ବୁଡାପେଷ୍ଟରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ପ୍ରାୟ ୬ ଘଣ୍ଟା ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ।

Advertisment

ପ୍ରତି ଘଣ୍ଟାରେ ସାତରୁ ଆଠ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ କ୍ରୁ, ଇନ୍ଧନ, ନାଭିଗେସନ୍, ଲ୍ୟାଣ୍ଡିଂ ଏବଂ ପାର୍କିଂ ଚାର୍ଜ ମିଶାଇଲେ ଗୋଟିଏ ବିମାନ ପିଛା କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରାଯାଇଛି।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ