Advertisment

ମିଜାଇଲ୍‌ ମାଡ଼ କରି ଏୟାରପୋର୍ଟ ଉଡ଼ାଇଲା ଋଷିଆ, ତଥାପି କିଭ୍‌ରେ ଏଣ୍ଟ୍ରି କରିପାରିନି

୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍‌ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା।

Russian strikes destroyed Vinnytsia airport

Russian strikes destroyed Vinnytsia airport

Advertisment

ଋଷିଆ-ୟୁକ୍ରେନ ଘମାଘୋଟ ଯୁଦ୍ଧକୁ ଆଜି ୧୨ ଦିନ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା। ତେବେ ୟୁକ୍ରେନର ଅନ୍ୟ ପ୍ରମୁଖ ସହର ଗୁଡ଼ିକ ଉପରେ ଋଷ୍‌ ସେନା ଘନଘନ ‌ଆକ୍ରମଣ କରୁଛନ୍ତି।ୟୁକ୍ରେନର ବିମାନବନ୍ଦରକୁ ଋଷିଆ ଟାର୍ଗେଟ୍ କରି ଆକ୍ରମଣ କରିଛି। 

Advertisment

ଏକାଥରକେ ୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍‌ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। ଏହା ଏକ ବେସାମରିକ ବିମାନବନ୍ଦର ଏବଂ ମିଜାଇଲ୍ ମାଡ଼ ପରେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି କହିଛନ୍ତି।

ଗତ କିଛି ଦିନ ଧରି ୟୁକ୍ରେନ ପୂର୍ବାଞ୍ଚଳରେ ବିଭିନ୍ନ ଏୟାରବେସ୍‌ ଓ ସାମରିକ ଘାଟିକୁ ରୁଷ୍‌ ସେନା ଲଗାତାର ଭାବେ ଟାର୍ଗେଟ୍‌ କରି ଆସୁଥିବା ବେଳେ କେନ୍ଦ୍ରୀୟ ୟୁକ୍ରେନ ପଶ୍ଚିମ ପଟକୁ ଥିବା ବିମାନବନ୍ଦରରେ ଏଭଳି ଆକ୍ରମଣ ପ୍ରଥମ ଥର ପାଇ ହୋଇଛି। ମିଜାଇଲ୍ ଆକ୍ରମଣରେ ଇନ୍ଧନ ଓ ଲୁବ୍ରିକାଣ୍ଟ Wire House ଜଳି ଯାଇଛି ଏବଂ ପ୍ରଶାସନିକ କୋଠା ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

Advertisment

ଅନ୍ୟପକ୍ଷଷ, ୟୁକ୍ରେନ-ଋଷିଆ ବିବାଦର ସମାଧାନ ପାଇଁ ଆଜି ବେଲାରୁଷ ସୀମାରେ ଉଭୟ ଦେଶ ମଧ୍ୟରେ ବସିବ ତୃତୀୟ ପର୍ଯ୍ୟାୟ ବୈଠକ, ଯାହା ଉପରେ ସାରା ବିଶ୍ୱର ନଜର ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦୁଇ ଦୁଇଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

‘ଅପରେସନ୍ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ପ୍ରତିଦିନ ସ୍ୱତନ୍ତ୍ର ବିମାନରେ ଶହ ଶହ ଭାରତୀୟ ସ୍ୱଦେଶ ଫେରୁଛନ୍ତି। ଆଜି ୮ଟି ବିମାନରେ ୧୫ ଶହ ଭାରତୀୟ ସ୍ୱଦେଶ ଫେରିବା ନେଇ ସୂଚନା ମିଳିଛି। ଗତକାଲି ୨ ହଜାର ୧୩୫ ଜଣ ସ୍ୱଦେଶ ଫେରିଥିବା ବେଳେ ଏପର୍ଯ୍ୟନ୍ତ ୧୪ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଲାଣି। 

Advertisment
Russia Ukraine Crisis Ukraine Crisis Ukraine Russia War Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ