Advertisment

ପାରାସୁଟ ଯୋଗେ ଓହ୍ଲାଇଲେ ଋଷୀୟ ସୈନ୍ୟ, ହସ୍ପିଟାଲ ଉପରେ ଘନ ଘନ ଆକ୍ରମଣ

ଆକାଶରୁ ଓହ୍ଲାଇବା ପରେ ହସ୍ପିଟାଲକୁ ଆକ୍ରମଣ କଲେ ଋଷୀୟ ସେନା ।

ଅଦ୍ୟତନ ହୋଇଛି
ukrine

ukrine

Advertisment

ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରୁଛି ଋଷିଆ । ଚାରିଆଡ଼େ ଆଖିବୁଜା ବୋମା ବର୍ଷଣ ହେଉଛି । ଏହି କ୍ରମରେ ଆଜି ପାରାସୁଟ୍ ଯୋଗେ ୟୁକ୍ରେନ୍‌ର ଏକ ହସ୍ପିଟାଲରେ ଓହ୍ଲାଇଥିଲେ ଋଷୀୟ ସୈନ୍ୟ । ୟୁକ୍ରେନୀ ଖାର୍‌କିଭର ଏକ ସ୍ଥାନୀୟ ହସ୍ପିଟାଲରେ ଅବତରଣ କରିବା ପରେ ସେମାନେ ଆକ୍ରମଣ କରିଥିଲେ ।

Advertisment

ଆକାଶମାର୍ଗରୁ ଆସିବା ପରେ ରୁଷ ସୈନ୍ୟମାନେ ଖାର୍‌କିଭ୍‌ରେ ଅବତରଣ କରି ଏକ ସ୍ଥାନୀୟ ହସ୍ପିଟାଲ ଉପରେ ଆକ୍ରମଣ କରିଛନ୍ତି । ତେବେ ଶତ୍ରୁକୁ ମାତ୍‌ ଦେବାକୁ ୟୁକ୍ରେନ୍‌ ସୈନ୍ୟମାନେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଆଜି ଋଷୀୟ ସୈନ୍ୟମାନେ ଘନ ଘନ ଆକ୍ରମଣ କରୁଥିବାରୁ ଜନତାଙ୍କ ସୁରକ୍ଷା ପାଇଁ ‌ହେଲ୍ପଲାଇନ୍‌ ନମ୍ବର ଜାରି ହୋଇଛି ।

ସେପଟେ ୟୁକ୍ରେନ ଉପରେ ଲଗାତର ଭାବେ ଋଷିଆ ଆକ୍ରମଣ କରି ଚାଲି ଥିବାବେଳେ ଅନ୍ୟପଟେ ଋଷିଆକୁ କଡ଼ା ଜବାବ ଦେବା ଲାଗି ୟୁକ୍ରେନ ପ୍ରସ୍ତୁତ ହେଉଛି। ଏଥିପାଇଁ ୟୁକ୍ରେନ ଶକ୍ତିଶାଳୀ ରାଷ୍ଟ୍ରର ସହାୟତା ଲୋଡ଼ିଛି। ଅନେକ ରାଷ୍ଟ୍ର ମଧ୍ୟ ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ ସପକ୍ଷରେ ବାହାରିଛନ୍ତି। ଏସବୁ ମଧ୍ୟରେ ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ୟୁକ୍ରେନର ଆବେଦନକୁ ମଞ୍ଜୁରୀ ମିଳିଛି। ଏହି ମଞ୍ଜୁରୀ ମିଳିବା ପରେ ସଦସ୍ୟତା ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି ।

Advertisment

ସେହପରି ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ଆଜି ସପ୍ତମ ଦିନ । ଷଷ୍ଠ ଦିନରେ ୟୁକ୍ରେନ ଉପରେ ଋଷିଆ ଘନଘନ ମିଜାଇଲ ମାଡ଼ କରିଥିଲା । କିଭ୍‌ ଦଖଲ କରିବା ପାଇଁ ଋଷିଆ ଟାର୍ଗେଟ୍‌ କରୁଛି । ଖାରକିଭ୍‌ରେ ଆକ୍ରମଣ କରି ଋଷିଆ କୋଠାବାଡ଼ି ଧ୍ୱଂସ କରିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଥିବା ସୂଚନା ମିଳିଛି।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ