Russian missile fails and 'boomerangs back at Russian troops'
ବୁମେରାଂ ପାଲଟିଲା ରୁଷିଆର ମିସାଇଲ୍ । ରୁଷିଆର ଲୁହାନସ୍କ ଅଂଚଳରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଏକ ମିସାଇଲ ନିକ୍ଷେପ ବେଳେ ଏହା ପୁଣି ଫେରି ଆସିଥିଲା । ମିସାଇଲଟି ପ୍ରାୟ ୩୦୦ଫୁଟ ଉପରକୁ ଯିବା ପରେ ହଠାତ୍ ଦିଗ ପରିବର୍ତ୍ତନ କରି ନିକ୍ଷେପ ସ୍ଥଳରେ ପଡିଥିଲା ।
ଏଥିପାଇଁ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପୁରା ଅଂଚଳରେ ଧୂଆଁର ଆସ୍ତରଣ ଘେରି ଯାଇଥିଲା । ରୁଷିଆ କର୍ତ୍ତୃତ୍ୱରେ ଥିବା ୟୁକ୍ରେନର ଲୁହାନସ୍କ ଅଂଚଳରେ ତିନିଟି ମିସାଇଲ ପରୀକ୍ଷା କରାଯାଇଥିଲା । ଏହାପରେ ଚତୁର୍ଥ ମିସାଇଲ ପରୀକ୍ଷା ବେଳେ ଏଭଳି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656220880.jpg)