Advertisment

ସପିଂ ମଲ୍‌ ଉପରେ ଭୟଙ୍କର ମିସାଇଲ୍‌ ମାଡ଼, ଆକାଶ ସାରା କଳା ଧୂଆଁ...

ସପିଙ୍ଗ୍ ସେଣ୍ଟରରେ ଯେତେବେଳେ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରେରୁ ଅଧିକ ଲୋକ ଥିଲେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି। ଏହାର ବହୁ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍  ମିଡିଆରେ ଭାଇରାଲ୍ ହୋଇଛି।

Russian missile airstrike hits crowded shopping mall in Ukraine

Russian missile airstrike hits crowded shopping mall in Ukraine

Advertisment

ରୁଷ୍‌-ୟୁକ୍ରେନ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧକୁ ୪ ମାସ ବିତି ଯାଇଥିଲେ ମଧ୍ୟ ରୁଷ୍‌ର ଆକ୍ରମଣାତ୍ମକ ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ। ଅସହାୟ ହୋଇ ବିଶ୍ୱ ସମୁଦାୟର ସହାୟତା ଲୋଡୁଥିବା ୟୁକ୍ରେନ୍ ଉପରେ ରୁଷ୍‌ ପୁଣି ଏକ ବଡ଼ଧରଣର ଆକ୍ରମଣ କରିଛି। 

Advertisment

ଗତକାଲିି ପୂର୍ବ-ୟୁକ୍ରେନ୍‌ର ଏକ ଜନଗହଳିପୂର୍ଣ୍ଣ ସପିଂ ମଲ୍‌ ଉପରେ ରୁଷୀୟ ସେନା ଭୟଙ୍କର ମିସାଇଲ୍ ମାଡ଼ କରିଛନ୍ତି।  ଏଥିରେ ୧୦ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିବାପାରେ ବୋଲି ଆଶଙ୍କା କରାଯାଉଛି।

କ୍ରେମେନ୍‌ଚୁକ୍‌ରେ ସପିଙ୍ଗ୍ ସେଣ୍ଟରରେ ଯେତେବେଳେ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରେରୁ ଅଧିକ ଲୋକ ଥିଲେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି। ଏହାର ବହୁ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍  ମିଡିଆରେ ଭାଇରାଲ୍ ହୋଇଛି। 

Advertisment

ସପିଂ ମଲ୍‌ରେ ବିସ୍ଫୋରଣ ପରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଏବଂ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଥିବା ଦେଖିବାକୁ ମିଳିଛି।  

Russia-Ukraine War Russian Missile Airstrike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ