ଆମେ ୧୨ ହଜାର ଋଷ ସୈନ୍ୟକୁ ନିପାତ କରିଛୁ: ୟୁକ୍ରେନ୍‌

ରୁଷିଆର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ୍ର ଦାବି କରିଛି । ୧୨ ହଜାର ସୈନ୍ୟ ମାରିବା ସହ ୩୦୩ ଟ୍ୟାଙ୍କ୍ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି।

Ukraine Russia War

ଋଷିଆକୁ କଡ଼ା ଜବାବ ଦେଉଛି ୟୁକ୍ରେନ୍‌ । ରୁଷିଆର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ୍ର ଦାବି କରିଛି । ୧୨ ହଜାର ସୈନ୍ୟ ମାରିବା ସହ ୩୦୩ ଟ୍ୟାଙ୍କ୍ ଧ୍ୱଂସ କରିଥିବା ମଧ୍ୟ ଦାବି କରିଛି। ରୁଷିଆର ୪୮ ଲଢୁଆ ବିମାନ ଖସାଇଥିବା ସହ ୮୦ ଲଢୁଆ ହେଲିକପ୍ଟର ମଧ୍ୟ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ।

ତେବେ ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି। ଶେଷରେ ଭିଡିଓ ଜାରି କରି ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି। ଗୋଟିଏପଟେ ୟୁକ୍ରେନ ଉପରେ ଋଷିଆର ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଅନ୍ୟପଟେ ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍‌ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଜେଲେନ୍‌ସ୍କି ୟୁକ୍ରେନ ଛାଡ଼ି ପଳାଇଥିବା ନେଇ ଋଷିଆର ବାଚସ୍ପତି ଏହି ସୂଚନା ଦେଇଥିଲେ। ଜେଲେନସ୍କି ୟୁକ୍ରେନ ଛାଡ଼ି ପୋଲାଣ୍ଡ ପଳାଇଥିବା ନେଇ ରୁଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଥିଲା। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘନଘଟା ଭିତରେ ନିଜ କାର୍ଯ୍ୟାଳୟରୁ ଜେଲେନ୍‌ସ୍କି ଭିଡିଓ ମେସେଜେ୍ ଜାରି କରିଛନ୍ତି। ଭିଡିଓ ଜାରି ସେ କହିଛନ୍ତି, ମୁଁ କୁଆଡ଼େ ଲୁଚି ପଳାଇନି। କିଭ୍‌ରେ ଅଛି। ମୁଁ କେଉଁଠି ଲୁଚିନି କି କାହାକୁ ଡରେନି।’

 

ଜେଲେନ୍‌ସ୍କି କହିଛନ୍ତି, ‘ମୋ ସହ ମୋ ଟିମ୍ ଅଛନ୍ତି, ଆମେ ଜିତିବାକୁ ଲଢୁଛୁ, ନିଶ୍ଚୟ ସଫଳ ହେବୁ। ପ୍ରତି ସହର, ପ୍ରତି ଗଳିରେ ରୁଷୀୟ ସୈନ୍ୟଙ୍କୁ ଜବାବ ଦିଆଯାଉଛି। ଆମ ନାଗରିକମାନେ ହିରୋ ଭଳି ସେମାନଙ୍କୁ ପ୍ରତିରୋଧ କରୁଛନ୍ତି। ୟୁକ୍ରେନ ଆକ୍ରମଣ ରୁଷ୍ ପାଇଁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି।’

ଋଷିଆ ବିରୋଧରେ ଅଭିଯାନ ଚଳାଇଥିବା କଥା ସେ କହିଛନ୍ତି। ଭିଜିଓ ମେସେଜରେ ସେ କିଭ୍ ସହରକୁ ଦେଖାଇଛନ୍ତି ଓ ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି। ସୂଚନାଥାଉ କି, ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।