Advertisment

ରାତିକ ଭିତରେ ୬୯ ସେନା ଭିତ୍ତିଭୂମି ଧ୍ୱଂସ କଲା ଋଷିଆ

ୟୁକ୍ରେନ୍ ବି ଜବାବୀ ହମ୍‌ଲା ଜୋରଦାର କରିଛି।

undefined

Russia-Ukraine War

Advertisment

ୟୁକ୍ରେନ୍‌କୁ ବଢ଼ିଲା ବିପଦ। ଶବ୍ଦଠୁ ୧୦ ଗୁଣ ଅଧିକ ବେଗରେ ଗତି କରୁଥିବା ହାଇପର୍ସୋନିକ୍ ମିଜାଇଲ୍ କିଂଝଲ୍ ନିକ୍ଷେପ କଲା ଋଷିଆ। ଏଥିରେ ରୋମାନିଆ ସୀମାବର୍ତ୍ତୀ ଇଭାନୋ-ଫ୍ରାଙ୍କିଭ୍ସ ଅଞ୍ଚଳର ଡେଲିଆଟିନ୍ ଭୂତଳ ଅସ୍ତ୍ରଭଣ୍ଡାର ଧ୍ୱଂସ ହୋଇଥିବା ଦାବି କରିଛି ଋଷ। କୌଣସି ଯୁଦ୍ଧରେ ମସ୍କୋର ଏହା ପ୍ରଥମ ହାଇପର୍ସୋନିକ୍ ମିଜାଇଲ୍ ପ୍ରୟୋଗ ବୋଲି କୁହାଯାଉଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଆକ୍ରମଣର ଭିଡିଓ ବି ଜାରି କରିଛି।  ଋଷୀୟ ଏରୋସ୍ପେଶ୍ ଫୋର୍ସ ରାତିକ ଭିତରେ ୟୁକ୍ରେନ୍ର ୬୯ଟି ସେନା ଭିତ୍ତିଭୂମିକୁ ଆକ୍ରମଣ କରିଥିବା ମନ୍ତ୍ରାଳୟ ମୁଖପାତ୍ର ଇଗର୍ କୋନାଶେଙ୍କୋଭ୍ କହିଛନ୍ତି।

Advertisment

ଜାପୋର୍ଝିଆ ଉପକଣ୍ଠରେ ବୋମାବର୍ଷଣରେ ୯ଜଣଙ୍କ ଜୀବନ ଯିବା ପରେ ସେଠାରେ ୩୮ ଘଣ୍ଟା କର୍ଫ୍ୟୁ ଜାରି କରାଯାଇଛି ଓ ସମସ୍ତଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସହରରେ ଧ୍ୱସ୍ତ ବିଧ୍ୱସ୍ତ କୋଠା ଭିତରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ରକେଟ୍ ମାଡ଼ରେ ପ୍ରଖ୍ୟାତ ୟୁକ୍ରେନୀୟ ଅଭିନେତ୍ରୀ ଓକ୍ସାନାଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଜି ବାଲେ ଷ୍ଟାର୍ ଆର୍ଟିୟୋମ୍ ଡାତ୍ସିଶିନଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

ଅନ୍ୟପକ୍ଷରେ ୟୁକ୍ରେନ୍ ବି ଜବାବୀ ହମ୍‌ଲା ଜୋରଦାର କରିଛି। ଖେର୍ସନ୍ ଏୟାରବେସ୍‌ରେ ଋଷୀୟ ସୈନ୍ୟଙ୍କୁ ୟୁକ୍ରେନ୍ ସେନା ଜୋରଦାର ଅାକ୍ରମଣ କରିଥିବା କିଭ୍ ଦାବି କରିବା ସହ ଏକ ଭିଡିଓ ଜାରି କରିଛି। ଘନଘନ ବୋମା ବର୍ଷୁଥିବା ଲିଭିବ୍ ସହରର ମୁଖ୍ୟ ଛକରେ ଥୁଆହୋଇଛି ଶତାଧିକ ଖାଲି ଷ୍ଟ୍ରୋଲର୍। ୟୁକ୍ରେନ୍ ଯୁଦ୍ଧରେ ଏଯାଏଁ ୧୧୨ ଶିଶୁ ପ୍ରାଣ ହରାଇଥିବା ବେଳେ, ତାରି ପ୍ରତୀକ ଭାବେ ଏହାକୁ ପ୍ରଦର୍ଶନ କରାଯାଇଛି।

Advertisment

ତେଣେ କ୍ରିମିଆ ଅଧିକାର ବର୍ଷପୂର୍ତ୍ତି ଅବସରରେ ମସ୍କୋର ଏକ ଷ୍ଟାଡିୟମ୍‌ରେ ପୁତିନ ହଜାର ହଜାର ସମର୍ଥକଙ୍କୁ ସମ୍ବୋଧନ କରି ଋଷୀୟ ସେନାର ପ୍ରଶଂସା କରିଛନ୍ତି।ତେବେ ତାଙ୍କ ଅଭିଭାଷଣର ସିଧାପ୍ରସାରଣ ମସ୍କୋ ସରକାରୀ ଟିଭି ଚ୍ୟାନେଲ୍‌ରେ ଅଧାରୁ ହଠାତ୍ ବନ୍ଦ ହୋଇଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭିତରେ ଋଷ ଠାରୁ ୨ ମିଲିୟନ୍ ବ୍ୟାରେଲ୍ ଅଶୋଧିକ ତୈଳ କିଣିବାକୁ ଚୁକ୍ତି ଚୁଡ଼ାନ୍ତ କରିଛି ଇଣ୍ଡିଆନ୍ ଅଏଲ୍। ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶଙ୍କ କଟକଣା ପରେ, ଋଷ ରିହାତି ଦରରେ ଭାରତକୁ ତେଲ ବିକ୍ରି କରିପାରେ ବୋଲି ଚର୍ଚ୍ଚା ହେଉଛି।

Russia-Ukraine Conflict Ukraine Crisis Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ