Advertisment

ୟୁକ୍ରେନ କବ୍‌ଜାରେ ପୁଟିନଙ୍କ ଘନିଷ୍ଠ ବନ୍ଧୁ, ମୁକ୍ତି ବଦଳରେ ଏମିତି ଦାବି ରଖିଲେ ଜେଲେନସ୍କି

ୟୁକ୍ରେନ-ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।

Putin Close Ally Viktor Medvedchuk Deatined

Putin Close Ally Viktor Medvedchuk Deatined

Advertisment

ୟୁକ୍ରେନ-ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି। ଭିକ୍ଟର ଚୁପ୍‌ ହୋଇ ବସିଥିବା ଫଟୋରେ ଦେଖିବାକୁ ମିଳିଛି। ୟୁକ୍ରେନ, ଭିକ୍ଟରଙ୍କୁ ହେପାଜତକୁ ନେଇଥିବା ରାଷ୍ଟପ୍ରତି ଜେଲେନସ୍କି ମଧ୍ୟ କହିଛନ୍ତି। ଭିକ୍ଟର ଋଷ୍‌ ସମର୍ଥକ ନେତା ବୋଲି କୁହାଯାଉଛି। ସେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ(Vladimir Putin)ନିକଟତର ବୋଲି ମଧ୍ୟ କୁହାଯାଏ। 

Advertisment

ଗତବର୍ଷ ଦେଶଦ୍ରୋହ ଅଭିଯୋଗରେ ଭିକ୍ଟରଙ୍କୁ ନଜରବନ୍ଦୀ କରାଯାଇଥିଲା। ତେବେ ଚଳିତ ବର୍ଷ ଫେବୃଆରୀରେ ସେ ଫେରାର ହୋଇଯାଇଥିଲେ। ଏବେ ପୁଣିଥରେ ୟୁକ୍ରେନ ତାଙ୍କୁ ହେପାଜତକୁ ନେଇଥିବା ଦାବି କରିଛି। ଭିକ୍ଟରଙ୍କୁ ମୁକ୍ତି ବଦଳରେ ରାଷ୍ଟପ୍ରତି ଜେଲେନସ୍କି ୟୁକ୍ରେନ ନାଗରିକ ଓ ସୈନିକଙ୍କୁ ଛାଡ଼ିବା ପାଇଁ ପ୍ରସ୍ତାବ ରଖିଛନ୍ତି। ଅନେକ ଗୁଜବ ଖବର ପ୍ରଚାର ହେଉଛି। ତେଣୁ ୟୁକ୍ରେନ ଜାରି କରିଥିବା ଫଟୋରେ କେତେ ସତ୍ୟତା ଅଛି ତାହା ଏବେ କୁହାଯାଇପାରିବ ନାହିଁ ବୋଲି ଋଷ୍‌ ରାଷ୍ଟ୍ରପତି ଭବନ କ୍ରେମଲିନର ପ୍ରବକ୍ତା କହିଛନ୍ତି। 

ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ ୟୁକ୍ରେନର ସାଂସଦ ଥିଲେ। ଏହାସହ ସେ ବିରୋଧୀ ଦଳର ଫର୍‌ ଲାଇଫ୍‌ର ନେତା ମଧ୍ୟ। ‘For Life’ ପାର୍ଟି ଋଷ ସମର୍ଥିତ ବୋଲି କୁହାଯାଉଛି। ଏହି ପାର୍ଟି ଋଷ୍‌କୁ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଜେଲେନସ୍କି ପ୍ରତିବନ୍ଧକ ଲଗାଇ ଥିଲେ। ଭିକ୍ଟର, ପୁଟିନଙ୍କ ଅତି ଘନିଷ୍ଠ ବନ୍ଧୁ ବୋଲି ମଧ୍ୟ କୁହାଯାଉଛି। ୨୦୦୩ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। 

Advertisment
Vladimir Putin Russia Ukraine Crisis Ukraine Russia War Viktor Medvedchuk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ