Advertisment

ଲଗାତାର ଭାବେ ଆକାଶରୁ ଅଗ୍ନି ବର୍ଷା କରୁଛି ଋଷ୍‌, ଧ୍ୱଂସ ସ୍ତୁପ ପାଲଟିଗଲାଣି ୟୁକ୍ରେନ

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର  ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।

ଅଦ୍ୟତନ ହୋଇଛି
Russia-Ukraine War

Russia-Ukraine War

Advertisment

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର  ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏହି ସହର ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଖାରକିଭ ଭଳି ସହର ମଧ୍ୟ ସାମିଲ ଅଛି। 

Advertisment

ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଶ୍ରୀହୀନ ହୋଇପଡ଼ିଛି। ଚାରିଆଡ଼େ ଆକ୍ରମଣର ଭୟାବହତାର ଚିତ୍ର ଦେଖିବାକୁ ମିଳିଛି। ଋଷ ସେନାର ଘନ ଘନ ଆକ୍ରମଣରେ ଏବେ କିଭ୍ ସହର ଧ୍ୱଂସାଭିମୁଖୀ। ବାରମ୍ବାର ଆକ୍ରମଣ କରି ୟୁକ୍ରେନକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିବା ଋଷ କିଭ୍‌କୁ ନିଜ ନିୟନ୍ତ୍ରଣରେ ଆଣିବାକୁ ପ୍ରାଣ ପଣେ ପ୍ରଚେଷ୍ଟା ଜାରି ରଖିଛି। ସବୁ ସରକାରୀ କାର୍ଯ୍ୟାଳୟ ସହ ୟୁକ୍ରେନର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ କିଭ୍‌ରେ ହିଁ ରହିଛି। ୮୩୯ ବର୍ଗ କିଲୋମିଟର ପରିବ୍ୟାପ୍ତ କିଭ୍‌ର ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ ଥିଲା। କିଭ୍ ସହରକୁ ଲୋକେ ଖୁବ ପସନ୍ଦ କରନ୍ତି। ଏପରିକି ୟୁରୋପର ସପ୍ତମ ଲୋକପ୍ରିୟ ସହର ଭାବେ ମଧ୍ୟ କିଭ୍‌ର ଖ୍ୟାତି ଥିଲା।

ପୂର୍ବ ୟୁରୋପର ବିଜ୍ଞାନ, ଶିକ୍ଷା ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି କିଭ୍। ଅନେକ ହାଇଟେକ୍ ବାଣିଜ୍ୟିକ ପ୍ରତିଷ୍ଠାନ ସହ ବଡ ବଡ ଶିଳ୍ପାନୁଷ୍ଠାନ ଏଠାରେ ଗଢି ଉଠିଥିଲା। ଏହାସହ ବଡ଼ ବଡ଼ ଶିକ୍ଷାନୁଷ୍ଠାନ କିଭ୍‌ରେ ରହିଛି। ଯେଉଁଥିପାଇଁ ଦେଶ ବିଦେଶରୁ ବହୁ ଛାତ୍ରଛାତ୍ରୀ ଏଠାକୁ ପଢ଼ିବାକୁ ଆସନ୍ତି। ଏକ ବିକଶିତ ସହର ହେଉଛି କିଭ୍। ଏପରିକି  କିଭ୍‌ରେ ଅନେକ ବିଦେଶୀ ନାଗରିକ ଏଠି ସ୍ଥାୟୀ ବାସିନ୍ଦା ବି ପାଲଟି ଯାଇଥିଲେ। ବଡ଼ ବଡ଼ କୋଠା ଏ ସହରର ଅନ୍ୟତମ ଆକର୍ଷଣ ଥିବାବେଳେ ଐତିହ୍ୟ ସମ୍ପନ୍ନ ଅଟ୍ଟାଳିକା ମଧ୍ୟ କିଭ୍‌ର ଗୌରବକୁ ବଢାଉଥିଲା। ଏଠାରେ ଥିବା ଦୋକାନ ବଜାର, ମଲ୍ ସବୁ କିଛି ଥିଲା ବେଶ ଆକର୍ଷଣୀୟ। କିନ୍ତୁ ଋଷର ଶତାଧିକ ରକେଟ୍ ମାଡ଼ରେ କିଭ୍‌ରେ ସବୁ କିଛି ଛାରଖାର ହୋଇଯାଇଛି। ମଲ୍, ବଡ଼ ବଡ଼ ଅଟ୍ଟାଳିକା, ଶିକ୍ଷାନୁଷ୍ଠାନ, ସବୁ କିଛି ମାଟିରେ ମିଶି ଯାଇଛି।ା ଲୋକେ ଜୀବନ ବିକଳରେ ସହର ଛାଡ଼ି ଚାଲିଯାଉଛନ୍ତି।  

Advertisment

ଐତିହ୍ୟ ସମ୍ପନ୍ନ  କିଭ୍ ସହର ଏବେ ନିଜ ଅସ୍ତିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ସେପଟେ ୟୁକ୍ରେନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭ୍‌ର ବି ଯନ୍ତ୍ରଣା ଠିକ କିଭ୍‌ ଭଳି। ସେଠାରେ ‌ଋଷୀୟ ସେନାର ଜୋରଦାର ଆକ୍ରମଣରୁ ବର୍ତ୍ତି ନାହିଁ ସୁଉଚ୍ଚ ଅଟ୍ଟାଳିକା, ମଲ୍, ଦୋକାନ ବଜାର। ଖାରକିଭ୍‌ର ସିଟି କାଉନସିଲ୍ ବିଲ୍ଡିଂ ହେଉ ଅବା ସିଟି ହଲ୍  ସବୁଠି ସମାନ ସ୍ଥିତି। ଶ୍ରୀହୀନ ହୋଇଯାଇଛି ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକା। ହୁତୁ ହୁତୁ ହୋଇ ଜଳିି ଯାଇଛି ଖାରକିଭ୍ ଇକୋନୋମିକ୍ ସେଣ୍ଟର ବିଲ୍ଡିଂ। ଏହି ଅଟ୍ଟାଳିକା ପୋଡ଼ି ଜଳି ପାଉଁଶ ହୋଇଯାଇଛି।  ଖାରକିଭ୍ କନଷ୍ଟିଚ୍ୟୁସନ ସ୍କୋୟାରରେ ଥିବା ଦୁଇଟି ସୁଉଚ୍ଚ ଅଟ୍ଟାଲିକା ସହରର ଶୋଭାବର୍ଦ୍ଧନ କରୁଥିଲେ। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଥିବା ବେଳେ ଏବେ ବି ଖାରକିଭ୍ ଉପରେ  ଆକ୍ରମଣ ଜାରି ରଖିଛି ଋଷୀୟ ସେନା। ଏହାସହ ଖାରକିଭ୍‌ର ମେୟରଙ୍କ ଅନୁସାରେ, ଖାରକିଭ୍‌ରେ ଆକ୍ରମଣ ତୀବ୍ର ହେଉଥିବା ବେଳେ ଛୋଟ ପିଲାଙ୍କ ସହ ବହୁ ଲୋକଙ୍କ ଜୀବନ ଯାଇଛି। ଖାରକିଭ୍‌ରେ ଋଷିଆ ପକ୍ଷରୁ କ୍ଲଷ୍ଟର ବୋମା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେଥିପାଇଁ ସାଧାରଣ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତଥ୍ୟ ଅନୁସାରେ, ୟୁକ୍ରେନର ଦ୍ୱିତୀୟ ବୃହତ୍ତ ସହର ଖାରକିଭ୍‌ରେ ୧ ହଜାର ୯୩୭ ସ୍ଥାନକୁ ଟାର୍ଗେଟ କରି ଋଷିଆ ଆକ୍ରମଣ କରିଛି।

Advertisment

୧ ହଜାର ୬୭୧ ରେସିଡେନସିଆଲ୍ ବିଲ୍ଡିଂ, ୭୫ଟି ସ୍କୁଲ୍, ୫୬ ଟି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ, ୧୯ଟି ହସ୍ପିଟାଲ ଏବଂ ୨୬୬ ସରକାରୀ କାର୍ଯ୍ୟାଳୟକୁ ଆକ୍ରମଣ କରି ଧ୍ୱଂସ କରି ଦେଇଛନ୍ତି ଋଷୀୟ ସେନା। ସେପଟେ ଖାରକିଭ୍‌ର ସାଧାରଣ ଜନତା ସାହସର ସହ ଋଷୀୟ ସେନାଙ୍କ ସହ ମୁକାବିଲା କରୁଥିବା ନେଇ ସେଠାକାର ମେୟର କହିଛନ୍ତି। ଆକାଶରୁ ହେଉଥିବା କ୍ରମାଗତ ଅଗ୍ନି ବର୍ଷାରେ ପୁରା ୟୁକ୍ରେନ ଧ୍ୱଂସାଭିମୁଖୀ ହୋଇଛି। 

Russia Ukraine Crisis Ukraine Russia War Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ