Advertisment

ୟୁକ୍ରେନ୍‌-ଋଷିଆ ଯୁଦ୍ଧ : ଆଜିର ସ୍ଥିତି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

। ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Ukraine Crisis

Ukraine Crisis

Advertisment

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ୟୁକ୍ରେନକୁ ସାହାଯ୍ୟ କରିବାକୁ ଆମେରିକା ଏବଂ ୟୁରୋପୀୟ ଦେଶ ଆଗେଇ ଆସିଥିବାବେଳେ, ଋଷିଆ ଶାମ-ଦାମ-ଦଣ୍ଡଭେଦ ନୀତି ଆପଣାଇଛି । ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ବେଲାଋଷ ସୀମାରେ ଋଷିଆ ସହିତ ଆଲୋଚନା କରିବାକୁ ୟୁକ୍ରେନ ରାଜି ହୋଇଛି । ତେବେ ଏହାରି ଭିତରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି,ଆମେ ଇଞ୍ଚେ ଜମି ମଧ୍ୟ ଦେବୁନାହିଁ ।

Advertisment

ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା:

ୟୁକ୍ରେନ ଓ ଋଷିଆ ମଧ୍ୟରେ କଥାବାର୍ତ୍ତା ହେବା ଖବର ମଧ୍ୟରେ ଋଷିଆର ଚୁକ୍ତି କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି । ଆକ୍ରମଣ ମଧ୍ୟରେ ଉଭୟ ପକ୍ଷ ବେଲାଋଷରେ ଭେଟିବାକୁ ପ୍ରସ୍ତୁତ ଅଛନ୍ତି । ବେଲାଋଷ ପକ୍ଷରୁ ମଧ୍ୟ ସ୍ଥାନ ପ୍ରସ୍ତୁତ ହୋଇସାରିଛି । ପ୍ରତିନିଧି ଦଳ ପହଞ୍ଚିବା ମାତ୍ରେ ଆଲୋଚନା ଆରମ୍ଭ ହେବ । ୟୁକ୍ରେନ ମଧ୍ୟ ଆଲୋଚନା ପାଇଁ ରାଜି ହୋଇଛି ।

ଉଭୟ ଦେଶ ଯୁଦ୍ଧ ଚାଲିଥିବା ବେଳେ ଋଷୀୟ ସୈନ୍ୟମାନେ ଆକ୍ରମଣକୁ ମନ୍ଥର କରିଦେଇଥିବା କହିଛନ୍ତି ୟୁକ୍ରେନ୍‌ ସୈନିକ । ଅନ୍ୟପଟେ ୟୁକ୍ରେନର ଆକାଶ ସୀମା ଦଖଲ କରିନେଇଥିବ ଦାବି କରିଛି ଋଷିଆ ।

Advertisment

ସୀମାରେ ୟୁକ୍ରେନ ସୁରକ୍ଷାକର୍ମୀ ଭାରତୀୟ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମୋଦି ସରକାର ଲାଗି ପଡ଼ିଛନ୍ତି । ପୋଲାଣ୍ଡ ସୀମାରେ ଥିବା ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯୁଦ୍ଧ ମଧ୍ୟରେ ଶାନ୍ତି ପାଇଁ ବେଲାଋଷ ସୀମାରେ ଋଷିଆ ଓ ୟୁକ୍ରେନର ପ୍ରତିନିଧୀମାନେ ଆଲୋଚନା କରିବାକୁ ଯାଉଛନ୍ତି । ତେବେ ଜେଲେନସ୍କି କହିଛନ୍ତି , ଆଲୋଚନା ଠାରୁ ଅଧିକ କିଛି ହେବ ବୋଲି ଆଶା ନାହିଁ, ତଥାପି ଏହି ସୁଯୋଗ ହରାଇବାକୁ ଚାହୁଁନାହାଁନ୍ତି ।

Advertisment

ସେପଟେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ । ଟ୍ରେନ୍‌ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ମଧ୍ୟ ରେଲୱେ ଷ୍ଟେସନକୁ ଯାଇ ସହର ଭିତରୁ ବାହାରି ପାରିବେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ଆଡକୁ ଯିବା ଲାଗି ରେଲୱେ ଷ୍ଟେଷସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ