Advertisment

ପଛକୁ ହଟିଯିବ କି ଋଷିଆ ? ଋଷିଆକୁ କଡ଼ା ଜବାବ ଦେବା ଲାଗି ତୟାର ହେଉଛି ୟୁକ୍ରେନ

ଗୋଟିଏପଟେ ୟୁକ୍ରେନ ଉପରେ ଲଗାତର ଭାବେ ଋଷିଆ ଆକ୍ରମଣ କରି ଚାଲି ଥିବାବେଳେ ଅନ୍ୟପଟେ ଋଷିଆକୁ କଡ଼ା ଜବାବ ଦେବା ଲାଗି ୟୁକ୍ରେନ ପ୍ରସ୍ତୁତ ହେଉଛି। ଏଥିପାଇଁ ୟୁକ୍ରେନ ଶକ୍ତିଶାଳୀ ରାଷ୍ଟ୍ରର ସହାୟତା ଲୋଡ଼ିଛି।

Ukraine Russia War

Ukraine Russia War

Advertisment

ଗୋଟିଏପଟେ ୟୁକ୍ରେନ ଉପରେ ଲଗାତର ଭାବେ ଋଷିଆ ଆକ୍ରମଣ କରି ଚାଲି ଥିବାବେଳେ ଅନ୍ୟପଟେ ଋଷିଆକୁ କଡ଼ା ଜବାବ ଦେବା ଲାଗି ୟୁକ୍ରେନ ପ୍ରସ୍ତୁତ ହେଉଛି। ଏଥିପାଇଁ ୟୁକ୍ରେନ ଶକ୍ତିଶାଳୀ ରାଷ୍ଟ୍ରର ସହାୟତା ଲୋଡ଼ିଛି। ଅନେକ ରାଷ୍ଟ୍ର ମଧ୍ୟ ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ ସପକ୍ଷରେ ବାହାରିଛନ୍ତି। ଏସବୁ ମଧ୍ୟରେ ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ୟୁକ୍ରେନର ଆବେଦନକୁ ମଞ୍ଜୁରୀ ମିଳିଛି। ଏହି ମଞ୍ଜୁରୀ ମିଳିବା ପରେ ସଦସ୍ୟତା ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ସଦସ୍ୟତା ଲାଗି ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଆବେଦନ କରିଥିଲେ। ଏହାପରେ ୟୁରୋପୀୟ ସଂସଦକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିଲେ।ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷିଆର ଆକ୍ରମଣ ସତ୍ତ୍ୱେ ୟୁକ୍ରେନବାସୀ ନିଜ ଦେଶ ଓ ନିଜ ସ୍ୱାଧୀନତା ପାଇଁ ଲଢ଼ୁଛନ୍ତି। ଆମେ ଆମର ଶକ୍ତି ପ୍ରମାଣିତ କରିଛୁ। ତେଣୁ ୟୁରୋପୀୟ ସଂଘ ମଧ୍ୟ ପ୍ରମାଣ ଦେଉ ଯେ, ସେ ୟୁକ୍ରେନ ସହିତ ରହିଛି ଓ ଆଗକୁ ମଧ୍ୟ ରହିବ। ଭୋଲୋଦିମିର୍‌ଙ୍କ ଅଭିଭାଷଣ ପରେ ତାଙ୍କୁ ସମ୍ମାନ ଜଣାଇ ୟୁରୋପୀୟ ସଂସଦରେ ସଦସ୍ୟ ରାଷ୍ଟ୍ର ସଭ୍ୟମାନେ ଛିଡ଼ା ହୋଇ କରତାଳି ଦେଇଥିଲେ।

ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ଆଜି ସପ୍ତମ ଦିନ। ଷଷ୍ଠ ଦିନରେ ୟୁକ୍ରେନ ଉପରେ ଋଷିଆ ଘନଘନ ମିଜାଇଲ ମାଡ଼ କରିଥିଲା। କିଭ୍‌ ଦଖଲ କରିବା ଋଷିଆର ଟାର୍ଗେଟ୍‌। ଙ୍ଗଳବାର କାରକିଭ୍‌ରେ ବଡ଼ଧରଣର ହମ୍‌ଲା କରି ଜନବସତି ଇଲାକାରେ ଋଷିଆ କୋଠାବାଡ଼ି ଧ୍ୱଂସ କରିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଥିବା ସୂଚନା ମିଳିଛି।

Advertisment
Russia Ukraine Crisis Ukraine Crisis Ukraine Russia War Russian Ukrainian War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ